ମନ୍ଦିରରେ କୋରୋନା କାୟା, ଭକ୍ତ ନିରାଶ
Advertisement

ମନ୍ଦିରରେ କୋରୋନା କାୟା, ଭକ୍ତ ନିରାଶ

ବାବା ଲିଙ୍ଗରାଜଙ୍କ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ଆୟୋଜନ କରିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ।

ମନ୍ଦିରରେ କୋରୋନା କାୟା, ଭକ୍ତ ନିରାଶ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ପରେ ଏବେ ଧର୍ମାନୁଷ୍ଠାନକୁ ଡେଇଁଲା କୋରୋନା। ସାରା ଦେଶ ତଥା ରାଜ୍ୟରେ ବ୍ୟାପକ ଭାବେ କାୟା ବିସ୍ତାର କରୁଛି ମହାମାରୀ। ଏହାର ପ୍ରଭାବରେ ଶିକ୍ଷାନୁଷ୍ଠାନ ସୋମବାର ଠାରୁ ବନ୍ଦ କରାଯାଇଥିବା ବେଳେ ଏବେ ଏହାର ପ୍ରଭାବ ଧର୍ମାନୁଷ୍ଠାନରେ ଅନୁଭୂତ ହୋଇଛି। ବିଶେଷ କରି ଭୁବନେଶ୍ବର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏକାଧିକ ସେବାୟତ କୋରୋନା ଆକ୍ରାନ୍ତ ହେବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବାରଣ କରାଯାଇଛି। 

ଫଳରେ ଆଜି ସୋମବାରରେ ବାବାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ସେପଟେ ଆସନ୍ତାକାଲି ପ୍ରଭୁଙ୍କ ରୁକୁଣା ରଥଯାତ୍ରା ସମ୍ପନ୍ନ ନେଇ ପ୍ରସ୍ତୁତି ଶେଷ ହୋଇଛି। କୋରୋନା କଟକଣାରେ ପ୍ରାୟ ଗୋଟିଏ ବର୍ଷ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବା ପରେ ଏବେ ପୁଣି ଥରେ ବାଡ ପକାଇଛି କୋରୋନା। ଲିଙ୍ଗରାଜ ମନ୍ଦିରରେ ଏକାଧିକ ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ବିଏମସି ସତର୍କ ହୋଇଉଠିଛି। 

Also Read: ଶ୍ରଦ୍ଧାଳୁଙ୍କୁ ଲିଙ୍ଗରାଜ ମନ୍ଦିର ମନା

 

କୋରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଏବଂ ଦର୍ଶନକୁ ବାରଣ କରାଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁ ସୋମବାର ସତ୍ତ୍ୱେ ବାବାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ମନ୍ଦିର ବାହାରୁ ପୂଜକଙ୍କ ମାଧ୍ୟମରେ ପୂଜାର୍ଚ୍ଚନା କରି ଆଶିଷ କାମନା କରିଛନ୍ତି। ଚିରାଚରିତ ଭାବେ ପ୍ରଭୁଙ୍କ ସେବାପୂଜା ଜାରି ରହିଛି।

ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ନିୟୋଜିତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବାବା ପରେ ସେମାନେ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏବେ ମନ୍ଦିରକୁ ସାଧାରଣ ଦର୍ଶନ ବାରଣ ହୋଇଥିବା ବେଳେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ମୁତାବକ ବିନା ଭକ୍ତରେ ରୁକୁଣା ରଥଯାତ୍ରା ସମ୍ପନ୍ନ ହେବ। ଏଥିପାଇଁ ରଥ ପଥ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ କାରିଗର ଶେଷ ସ୍ପର୍ଷ ଦେବା ପରେ ଏହାକୁ ବିଶୋଧନ (Sanitizing) କରାଯାଇଛି।

Also Read: ଗତବର୍ଷ ପରି ଚଳିତ ବର୍ଷ ବି ବନ୍ଦ ହେବ କି ରୁକୁଣା ରଥଯାତ୍ରା?

 

ନୀତି ନିର୍ଘଣ୍ଟ ମୁତାବକ ଭୋର ୫ଟାରୁ ମଙ୍ଗଳ ଆଳତୀ, ଅବକାଶ ନୀତିରୁ ଆରମ୍ଭ ହୋଇ ମଧ୍ୟାହ୍ନ ସାଢେ ୧୨ଟାରୁ ଶ୍ରୀ ଜୀଉଙ୍କ ପହଣ୍ଡି  ହେବା ପରେ ରଥାରୁଢ ହେବ। ଏହା ପରେ ଅପରାହ୍ନ ସାଢେ ୩ଟାରେ ରଥ ଟଣା ହୋଇ ସନ୍ଧ୍ୟା ସାଢେ ୭ଟା ସୁଦ୍ଧା ରାମେଶ୍ବର ମନ୍ଦିରକୁ ବିଜେ କରିବାର କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି।

Also Read: ମହାଦେବଙ୍କ ରଥଯାତ୍ରା ଉପରେ କୋରୋନାର କଳା ବାଦଲ

 

ଏହାସହ ପ୍ରଭୁଙ୍କ ବାହୁଡାଯାତ୍ରା ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଦିନ ମଧ୍ୟ ଅପରାହ୍ନ ସାଢେ ୩ଟାରେ ରଥଟଣା ହେବାର କାର୍ଯ୍ୟକ୍ରମ ରହିଛି। ବାବା ଲିଙ୍ଗରାଜଙ୍କ ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ଆୟୋଜନ କରିବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ।