Advertisement
Article Detail0/zeeodisha/odisha862055

ନିଦରୁ ଉଠିଲେ ସରକାର! ଜଙ୍ଗଲ ନିଆଁ ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠିତ

କିଛି ଜଙ୍ଗଲର ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଅନେକ ଜଙ୍ଗଲ ଏବେ ବି ଜଳୁଛି। ସେପଟେ ବିଳମ୍ବରେ ହେଉ ପଛେ ସରକାରଙ୍କ ନିଦ ଭାଙ୍ଗିଛି। ଜଙ୍ଗଲ ନିଆଁ ପରିଚାଳନା ପାଇଁ ସୋମବାର ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି।

 ନିଦରୁ ଉଠିଲେ ସରକାର! ଜଙ୍ଗଲ ନିଆଁ ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠିତ
ନିଦରୁ ଉଠିଲେ ସରକାର! ଜଙ୍ଗଲ ନିଆଁ ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର: ଶିମିଳିପାଳ ସହ ଜଳୁଛି ସାରା ଓଡିଶା। ରାଜ୍ୟର ହଜାରେରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ନାସାର ସେଟେଲାଇଟ ଫଟୋରୁ ସ୍ପଷ୍ଟ ହୋଇଛି। ସେଥିମଧ୍ୟରୁ କିଛି ଜଙ୍ଗଲର ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଅନେକ ଜଙ୍ଗଲ ଏବେ ବି ଜଳୁଛି। ସେପଟେ ବିଳମ୍ବରେ ହେଉ ପଛେ ସରକାରଙ୍କ ନିଦ ଭାଙ୍ଗିଛି। ଜଙ୍ଗଲ ନିଆଁ ପରିଚାଳନା ପାଇଁ ସୋମବାର ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ (Jungle Fire) ର ପରିଚାଳନା ପାଇଁ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ (Odisha Forest Dept) ଏକ ୯ ଜଣିଆ ଟାସ୍କ ଫୋର୍ସ (Task force) ଗଠନ କରିଛି। ପୁର୍ବତନ PCCF ତଥା IAS ସନ୍ଦିପ ତ୍ରୀପାଠିଙ୍କୁ ଟିମର ଅଧ୍ୟକ୍ଷ ରଖାଯାଇଛି। ଓଡିଶା PCCF ଦାୟୀତ୍ୱରେ ଥିବା IFS ଜିତେନ୍ଦ୍ର କୁମାରଙ୍କୁ ସଂଯୋଜକ କରାଯାଇଛି। ସେହିପରି ଟାସ୍କ ଫୋର୍ସରେ ଦେରାଦୁନର ୨ ଜଣ ଡିଜି ଓ ହାଇଦ୍ରାବାଦର ଜଣେ ବିଶେଷଜ୍ଞଙ୍କୁ ବି ସଦସ୍ୟ କରାଯାଇଛି।

Also Read: ଜଳୁଛି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲା

Add Zee News as a Preferred Source

ଏହି ଟାସ୍କ ଫୋର୍ସ ଜଙ୍ଗଲ (Odisha jungle) ରେ ଲାଗିଥିବା ନିଆଁ ବା ଅଗ୍ନିକାଣ୍ଡର ସମୀକ୍ଷା କରିବା ଏବଂ ତାର କାରଣ ଓ ନିରାକରଣ ଖୋଜିବ। ଜଙ୍ଗଲ ନିଆଁ ପରିଚାରଳନା (Fire Management) କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ଭାଗିଦାରୀର ବିକାଶ ପାଇଁ ପରାମର୍ଶ ଦେବ। ଏହା ବ୍ୟତିତ ବର୍ତ୍ତମାନ ଘଟିଥିବା ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହ ଏଭଳି ଅଘଟଣ ନଘଟିବା ପାଇଁ ଆଗାମୀ ଦିନରେ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ସରକାରଙ୍କୁ ଟାସ୍କଫୋର୍ସ ଅବଗତ କରାଇବ।

ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ହେବ ଶିମିଳିପାଳ ଜାତୀୟ ଉଦ୍ୟାନ (Similipal National Park) ଜଳୁଛି। ଅନ୍ୟ ଜିଲ୍ଲାର ଜଙ୍ଗଲରେ ଅଗ୍ନିକାଣ୍ଡ ଘଟୁଥିବାର ଖବର ମଧ୍ୟ ଲଗାତାର ଆସୁଛି। ପ୍ରୟାତଃ ସ୍ଥାନରେ ନିଆଁକୁ ନିୟନ୍ତ୍ରଣ କରାଗଲାଣି। କିନ୍ତୁ ଶିମିଳିପାଳର ନିଆଁ (Similipal Fire) ଲିଭିବାର ନାଁ ନେଉଁ ନାହିଁ। ଏବେ ଏହି ନିଆଁ ଲିଭା ଅଭିଯାନରେ ODRAF ଟିମକୁ ନିୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ନିର୍ଦ୍ଦେଶ ଦେଇଛନ୍ତି।

 

About the Author