ଶିମିଳିପାଳ ଅଭୟାରଣ୍ଯ ଠାରୁ ଆରମ୍ଭ କରି ବ୍ରହ୍ମପୁର ବନ ମଣ୍ଡଳ ସବୁଠି ଦେଖିବାକୁ ମିଳୁଛି ନିଆଁର କରାଳ ରୂପ। ସ୍ଥିତିରେ ନିୟନ୍ତ୍ରଣ ଆଣିବା ଲାଗି ବନ ବିଭାଗର ନିଦ ହଜି ଯାଇଛି। ସବୁଠାରୁ ବଡ କଥା ହେଲା ଖୋଦ୍ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଜଙ୍ଗଲ ଓ ଜନ୍ତୁ ବିପଦରେ ପଡିଛନ୍ତି।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ସାରା ରାଜ୍ୟରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ ଜମି। ଶିମିଳିପାଳ ଅଭୟାରଣ୍ଯ ଠାରୁ ଆରମ୍ଭ କରି ବ୍ରହ୍ମପୁର ବନ ମଣ୍ଡଳ ସବୁଠି ଦେଖିବାକୁ ମିଳୁଛି ନିଆଁର କରାଳ ରୂପ। ସ୍ଥିତିରେ ନିୟନ୍ତ୍ରଣ ଆଣିବା ଲାଗି ବନ ବିଭାଗର ନିଦ ହଜି ଯାଇଛି। ସବୁଠାରୁ ବଡ କଥା ହେଲା ଖୋଦ୍ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଜଙ୍ଗଲ ଓ ଜନ୍ତୁ ବିପଦରେ ପଡିଛନ୍ତି। ଅନେକ ଗ୍ରାମକୁ ବାୟୁ ପ୍ରଦୂଷଣ କବଳିତ କଲାଣି।
ଜଙ୍ଗଲରେ ଚାଲିଛି ଅଗ୍ନିର ତାଣ୍ଡବ (Jungle Fire) । ବିପଦରେ ପରିବେଶ ଓ ଜୀବ ଜନ୍ତୁ (Wild Animal) ଙ୍କ ଜୀବନ। କେବଳ ଯେ ଶିମିଳିପାଳ (Similipal) ଜଳୁଛି ତାହା ନୁହେଁ, ଖୋଦ୍ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଜିଲ୍ଲାର ଅନେକ ଜଙ୍ଗଲକୁ ନିଆଁ ନିଜ କବଜାରେ ରଖିଛି। ପରିସ୍ଥିତିରେ ସୁଧାର ଆଣିବା ଲାଗି ବନ ବିଭାଗ ନାକେ ଦମ ହେଲାଣି। କିନ୍ତୁ ସ୍ଥିତି ଯାହାକୁ ସେୟା।
Also Read: ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା
ଶିମିଳିପାଳ ଅଭୟାରଣ୍ୟ (Similipal National Park) ପରେ ଏବେ ଚିନ୍ତା ବଢିଛି ଦକ୍ଷିଣ ଓଡିଶା (south Odisha) ର ବିଭିନ୍ନ ଜଙ୍ଗଲ। ଅନେକ ଜଙ୍ଗଲରେ ବିଭିନ୍ନ କାରଣରୁ ନିଆଁ ଲାଗିଥିବା ଖବର ପଦାକୁ ଆସିବା ପରେ ନିଆଁକୁ ଆୟତ୍ତ କରିବା ଲାଗି ବନ ବିଭାଗ (Forest Dept) ର ସ୍ବତନ୍ତ୍ର ଟିମ ଲାଗି ପଡିଛନ୍ତି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଭଳି ଜିଲ୍ଲାରେ ଏବେ ମଧ୍ୟ ଜଙ୍ଗଲ ଗୁଡିକ ଜଳୁଛି। ୭୧ଟି ପଏଣ୍ଟରେ ନିଆଁ ଲାଗିଥିବାର ନଜରକୁ ଆସିଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ଜଙ୍ଗଲର ଅପଚୟକୁ ନେଇ ବେସ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ। ଜଙ୍ଗଲ ନଷ୍ଟ ମାହା ବିପତ୍ତିର ସଙ୍କେତ ବୋଲି ଅନେକ ବୃକ୍ଷପ୍ରେମି (Tree Lovers) କହିଛନ୍ତି। ଜଙ୍ଗଲ ନିଆଁ ଠାରୁ ଅଧିକ ଚିନ୍ତା ବଢାଇଲାଣି କଳୁଷିତ ଧୁଆଁ। ଅନେକ ଗ୍ରାମରେ ବାୟୁ ମଣ୍ଡଳ (Air Pollution) ଯେମିତି ଜହର ପାଲଟିଣି। ସେପଟେ ପରିସ୍ଥିତିରେ ସୁଦ୍ଧାର ଆଣିବା ଲାଗି ବିଭାଗ ପୁରା ପ୍ରସ୍ତୁତ ଥିବା ବନ ବିଭାଗ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ (Bikram Arukh) କହିଛନ୍ତି।
Also Read: ସମ୍ବଲପୁରକୁ ପାଣି ପାଇଁ ୧୮୮ କୋଟି
ବର୍ତ୍ତମାନ ସୁଦ୍ଧା ରାଜ୍ୟର କେତେ ପରିମାଣର ଜଙ୍ଗଲ ଜଳିଛି? କେତେ ଜନ୍ତୁ ନିଆଁରେ ପ୍ରଭାବିତ ହୋଇଛନ୍ତି ତାହା ଜଣା ପଡିନାହିଁ। ସରକାରଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡରେ କୌଣସି ବଡଗଛ ଜଳିନାହିଁ କିମ୍ବା ଜନ୍ତୁଙ୍କ ମୃତ୍ୟୁ ହୋଇନାହିଁ। ଜଙ୍ଗଲରେ କେବଳ ଶୁଖିଲା ପତ୍ର ଓ ବୁଦା ପୋଡିଛି। ତେବେ ଜଙ୍ଗଲ ଓ ଜୈବ ବିବିଧତାକୁ ସୁରକ୍ଷା ଯୋଗାଇବା ସହ ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ବନ ବିଭାଗ ଓ ରାଜ୍ୟ ସରକାରଙ୍କ କଣ ପଦକ୍ଷେପ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।