ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ
Advertisement

ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ

ରାଜ୍ୟରେ ଯେତିକି ଟୀକା ଅଛି ସେଥିରେ ୩୦୨ କେନ୍ଦ୍ରରେ ଟୀକାକରଣ ଚାଲିଛି।

ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟ ସରକାର ଟୀକାକରଣ ଅଭିଯାନକୁ ବ୍ୟାପକ କରିବାକୁ ସମସ୍ତ ପଦକ୍ଷେପ ନେଇଛନ୍ତି। ହେଲେ ଏପଟେ କିନ୍ତୁ ଆବଶ୍ୟକୀୟ ଟିକା ଉପଲବ୍ଧ ନହେବାରୁ ଏହାର ଅଭାବ ଦେଖାଦେଇଛି। ୧୮-୪୪ ବର୍ଷର ଲୋକଙ୍କ ମଧ୍ୟରେ ଟୀକାକରଣ ପାଇଁ ପଞ୍ଜିକରଣ କରିବାରେ ବ୍ୟାପକ ଆଗ୍ରହ ରହିଥିବା ଦେଖାଯାଇଥିଲେ ମଧ୍ୟ ସେପଟେ କିନ୍ତୁ ଟିକା କମ୍ପାନୀ ପକ୍ଷରୁ କେବେ ଏହା ଯୋଗାଇ ଦିଆଯିବ ସେ ନେଇ କୌଣସି ଉତ୍ତର  ମିଳିନାହିଁ। 

ଟିକାକରଣ ପାଇଁ ରାଜ୍ୟ ପ୍ରସ୍ତୁତ। ପଞ୍ଜୀକରଣ ମଧ୍ୟ ଜୋରଦାର ଚାଲିଛି। ହେଲେ ଟିକା କେବେ ଆସିବ ତାହାର କିଛି ଖବର ମିଳିନାହିଁ। ଉଭୟ ଭାରତ ବାୟୋଟେକ୍, ସିରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସଂସ୍ଥାକୁ ଏନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ। 

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

ଆସନ୍ତା ୪ ମାସ ପାଇଁ କୋଭିସିଲ୍ଡ ଟିକା ଯୋଗାଇବାକୁ ସିରମ୍ ଇନଷ୍ଟିଚ୍ୟୁଟକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଟିକାକରଣ ପାଇଁ ହୋଇଥିବା ହିସାବ ଅନୁସାରେ ମେ ମାସରେ ୪୦ ଲକ୍ଷ ଏବଂ ପରବର୍ତ୍ତୀ ୩ ମାସ ପାଇଁ ମାସ ପିଛା ୬୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ହେବ ବୋଲି ଚିଠିରେ ଦର୍ଶାଯାଇଛି। ଅନ୍ୟପଟେ ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ ଟିକା କିଣିବା ପାଇଁ ମଧ୍ୟ ଚିଠି ଲେଖାଯାଇଛି। 

୬୦୦ ଟଙ୍କା ଦରରେ ୧୦ ଲକ୍ଷ ୩୪ ହଜାର ଡୋଜ୍ କିଣିବା ପାଇଁ ପର୍ଚେଜ ଅର୍ଡର ଦିଆଯାଇଛି। ଆସନ୍ତା ମେ ୩୧ ତାରିଖ ସୁଦ୍ଧା ୫ ଲକ୍ଷ ଏବଂ ୧୫ ଜୁନ୍ ସୁଦ୍ଧା ୫ ଲକ୍ଷ ୩୪ ହଜାର ଡୋଜ୍ ଯୋଗାଇବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଏଥିପାଇଁ ୬୨ କୋଟି ୪ ଲକ୍ଷ ଟଙ୍କାର ପର୍ଚେଜ ଅର୍ଡର ଦିଆଯାଇଛି। ସର୍ବଭାରତୀୟ ସ୍ତରରେ ୧୮-୪୪ ବର୍ଷର ପ୍ରାୟ ୧.୨ କୋଟି ଲୋକ ଟିକା ନେବା ପାଇଁ ପଞ୍ଜୀକରଣ କରିଛନ୍ତି। 

Also Read: ବଢୁଛି ସଂକ୍ରମଣ ଘଟଣା; ଲାଗୁହେବ ପୁରୁଣା କଟକଣା

ସ୍ଲଟ ପାଇଁ ଚିନ୍ତା ନାହିଁ ହେଲେ ଟିକା କମ୍ପାନୀ ଏଯାଏଁ କୌଣସି ଉତ୍ତର ଦେଇନାହାନ୍ତି। ଟିକା କମ୍ପାନୀ ପକ୍ଷରୁ ଏନେଇ ଖୁବ ଶୀଘ୍ର ଉତ୍ତର ମିଳିବା ନେଇ ଆଶା ରଖିଛି ସ୍ୱାସ୍ଥ୍ୟ ବିଭାଗ। ଯଦି ଆସନ୍ତାକାଲି ଟିକା ଆସିବ ତାହେଲେ ଆସନ୍ତା ମାସ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇପାରିବ ନହେଲେ ଡେରି ହେବ ଵୋଲି କୁହାଯାଉଛି।

ରାଜ୍ୟରେ ଯେତିକି ଟୀକା ଅଛି ସେଥିରେ ୩୦୨ କେନ୍ଦ୍ରରେ ଟୀକାକରଣ ଚାଲିଛି। ରାଜ୍ୟର ୧୨ ଜିଲ୍ଲାରେ ଟିକା କରଣ ବନ୍ଦ ରହିଛି। ଗତକାଲି ୯୦ ହଜାର କୋଭିସିଲ୍ଟ କୋରୋନା ଟିକା ମିଳିଛି। ସବୁ ଜିଲ୍ଲାକୁ ଏହା ପ୍ରଦାନ କରିବ ସ୍ୱାସ୍ଥ୍ୟ ବିଭାଗ। ଗତକାଲି ୪୬୯ କେନ୍ଦ୍ରରେ ୪୩୮୫୩ ଟିକା ନେଇଛନ୍ତି। ଏ ପର୍ଯ୍ୟନ୍ତ ମୋଟ ୫୭ ଲକ୍ଷ ୪୮ ହଜାର ୭୬୯ ଟୀକାକରଣ ହୋଇଛି। ବର୍ତ୍ତମାନ ରାଜ୍ୟରେ ୧.୧୯ ଲକ୍ଷ କୋଭିସିଲଡ଼, ୩.୪୬ କୋଭାକ୍ସିନ ଉପଲବ୍ଧ ରହିଛି। ଟିକା କମ ଥିବାରୁ ୧୨ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି।

Also Read: Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା BMC

ଟିକା ଉପଲବ୍ଧତାକୁ ନେଇ ଏବେ ବଡ଼ ଦ୍ଵନ୍ଦ୍ୱ ସୃଷ୍ଟି ହୋଇଛି। ଗୋଟିଏ ପଟେ ବିଭିନ୍ନ ରାଜ୍ୟ ଟିକା ପାଇଁ ଅର୍ଡର ଦେଇଥିବା ବେଳେ ଓଡ଼ିଶାକୁ ଟିକା କମ୍ପାନୀ କେବେ କେତେ ପରିମାଣରେ ଟିକା ଯୋଗାଇଦେବେ ତାହା ଉପରେ ନଜର।