ରାଷ୍ଟ୍ରପତିଙ୍କ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି
Advertisement

ରାଷ୍ଟ୍ରପତିଙ୍କ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ପରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର: ଦିନ କେଇଟା ପରେ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ଟ୍ୱିନସିଟି କଟକ-ଭୁବନେଶ୍ବର ଠାର ଆୟୋଜିତ ହେଉଥିବା ୨ଟି ପୃଥକ କାର୍ଯ୍ୟକ୍ରମରେ ଯୋଗ ଦେବେ। 

ଆସନ୍ତା ୨ ତାରିଖରେ ପହଞ୍ଚିବା ପରେ କଟକରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଭିଡ କଟକଣା ତଥା କୋରୋନା ମହମାରୀର ଦ୍ବିତୀୟ ଲହର ପ୍ରକୋପକୁ ନଜରରେ ରଖି ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି। ନେଗେଟିଭ୍ ରିପୋର୍ଟ ବିନା ସଭାସ୍ଥଳକୁ ଆସିବା ଉପରେ କଟକଣା ଜାରି ହୋଇଛି।

Also Read: ରାଷ୍ଟ୍ରପତିଙ୍କ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି 

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି  ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାର ସମ୍ମୁଖରେ ସଫେଇ ଚାଲିଥିବା ବେଳେ ନୂଆ ରଙ୍ଗରେ ରଙ୍ଗେଇ ହେଉଛି ବିଶ୍ବବିଦ୍ୟାଳୟ ପରିସର। ଏହା ସହ ସମାବର୍ତ୍ତନ ସ୍ଥଳରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେଶର ମହାମହିମ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଉଠିଛି ବିଶ୍ବବିଦ୍ୟାଳୟ। ଆସନ୍ତା ୩ ତାରିଖରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ସେ।

Also Read: ଓଡିଶା ଗସ୍ତରେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି

 

ଦୀକ୍ଷାନ୍ତ ଭାଷଣ ସହ ୬୦ ମିନିଟ କାର୍ଯ୍ୟକ୍ରମରେ ୪୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବେ ଉପରାଷ୍ଟ୍ରପତି। ବଡ କଥା ହେଉଛି କୋଭିଡ ମାର୍ଗଦର୍ଶିକା ତଥା କଟକଣା ହେତୁ ଏହି ସମାରୋହରେ ସାମିଲ ହେବା ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ଅତିଥିଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବା ସହ ବିଶ୍ବବିଦ୍ୟାଳୟ ପକ୍ଷରୁ ଏନ ୯୫ ମାସ୍କ ଯୋଗାଇଦିଆଯିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି କହିଛନ୍ତି।

Also Read: ଆସନ୍ତା ସୋମବାର ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ୱାଗତ ପାଇଁ ପ୍ରସ୍ତୁତ ପ୍ରଶାସନ

ସେପଟେ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ରଛାତ୍ରୀ ତଥା ପଦକ ପାଇବାକୁ ଥିବା ଛାତ୍ରଛାତ୍ରୀ ପ୍ରମୁଖ ଉତ୍ସାହିତ ରହିଛନ୍ତି। କୋଭିଡ୧୯ ଲାଗି ଗତ ବର୍ଷର ସମାଵର୍ତ୍ତନ ଉତ୍ସବ ବାତିଲ ହୋଇଥିବା ବେଳେ ଚଳିତ ଥର ଉଭୟ ୨୦୧୯-୨୦୨୦ ବର୍ଷରେ ପାସ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ଏପ୍ରିଲ ପହିଲାରେ ୨୦୧୯ ବର୍ଷର ସମାବର୍ତ୍ତନ ଉସ୍ତ୍ରବ ଆୟୋଜିତ ହେବାକୁ ଥିବା ବେଳେ ୩ ତାରିଖରେ ୨୦୨୦ ପାସ୍ ଆଉଟ୍ ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉସ୍ତ୍ରବରେ ଉପରାଷ୍ଟ୍ରପତି ସମ୍ମାନିତ କରିବେ। ଯାହାକୁ ନେଇ ପୂର୍ବବର୍ଷ ଅର୍ଥାତ ୨୦୨୯ ପାସ ଆଉଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଦୁଇଟି ସମାବର୍ତ୍ତନ ଉସ୍ତ୍ରବ ଆୟୋଜିତ ହେତୁ ୧ ତାରିଖ ପାଇଁ ୩୧ ତାରିଖ ଏବଂ ୩ ତାରିଖ ପାଇଁ ୨ ତାରିଖରେ କୋଭିଡ ଟେଷ୍ଟ ସହ ବିଶୋଧନ କରାଯିବାର କାର୍ଯ୍ୟକ୍ରମ ରହିଛି। ସଭାସ୍ଥଳରେ ଅତ୍ୟଧିକ ଗହଳି ଏଡାଇବା ଲାଗି ସର୍ବାଧିକ ୫୦୦ ଲୋକଙ୍କ ଉପସ୍ଥିତି ରଖାଯାଇଛି।