ଶ୍ରୀମନ୍ଦିର-କୋଣାର୍କ ସପରିବାର ପରିଦର୍ଶନ କଲେ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha870901

ଶ୍ରୀମନ୍ଦିର-କୋଣାର୍କ ସପରିବାର ପରିଦର୍ଶନ କଲେ ରାଷ୍ଟ୍ରପତି

ବଡଦାଣ୍ଡରେ କାରକେଡରୁ ଓହ୍ଲାଇ ଶ୍ରୀନଅର ସମ୍ମୁଖରେ ଉପସ୍ଥିତ ଜନତାଙ୍କୁ ହାତ ହଲେଇ ଅଭିଭାଦନ ଜଣାଇଥିଲେ ରାଷ୍ଟ୍ରପତି।

ଶ୍ରୀମନ୍ଦିର-କୋଣାର୍କ ସପରିବାର ପରିଦର୍ଶନ କଲେ ରାଷ୍ଟ୍ରପତି

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସପରିବାର ଦର୍ଶନ କରିଛନ୍ତି ୩ ଦିନିଆ ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗର୍ଭଗୃହରେ ୧୫ ମିନିଟ ଧରି ଦର୍ଶନ କରିବା ପରେ ମୁକ୍ତିମଣ୍ଡପରେ ପୂଜକଙ୍କ ଦ୍ୱାରା ବେଦପାଠ ଶୁଣିବା ପରେ ମା ବିମଳା ଏବଂ ଲକ୍ଷ୍ନୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। 

ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଐତିହ୍ୟ ବିକାଶ ପାଇଁ  ୧ ଲକ୍ଷ ଟଙ୍କାର ଡ୍ରାଫ୍ଟ ସମର୍ପଣ ନିଧି ଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ନାଗାର୍ଜୁନ ବେଶର ଫଟୋଚିତ୍ର . ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିବା ବେଳେ ଛତିଶା ନିଯୋଗ ମହାନାୟକଙ୍କ ପକ୍ଷରୁ ମହାପ୍ରଭୁଙ୍କ କରପଲ୍ଲବ ଉପହାର ଦିଆଯାଇଥିଲା। ସେପଟେ ଇତିହାସର ପ୍ରଥମ ଘଟଣା କି ବ୍ଲୁ ବୁକ୍ ସୁରକ୍ଷାକୁ ବାଦ ଦେଇ ବଡଦାଣ୍ଡରେ କାରକେଡରୁ ଓହ୍ଲାଇ ଶ୍ରୀନଅର ସମ୍ମୁଖରେ ଉପସ୍ଥିତ ଜନତାଙ୍କୁ ହାତ ହଲେଇ ଅଭିଭାଦନ ଜଣାଇଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତି ରାମନାଥଙ୍କ ତିନି ଦିନିଆ ଗସ୍ତର ସୋମବାର ଥିଲା ଶେଷ ଦିବସ। କାର୍ଯ୍ୟକ୍ରମ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଅଧଘଣ୍ଟା ପରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ  ତାଙ୍କ ପରିବାର। ସକାଳ ୯ଟା ୧୮ରେ ଶ୍ରୀମନ୍ଦିର ପାଖରେ ପହଞ୍ଚିଥିଲା କାରକେଡ। ଏହା ପୂର୍ବରୁ ଶ୍ରୀମନ୍ଦିରେ ଆଜି ସକାଳ ୪ଟା ୫୮ରେ ଦ୍ୱାରଫିଟା ନୀତି ସରି ସାଢେ ୮ଟା ମଧ୍ୟରେ ଅବକାଶ ସରିବା ପରେ ବେଶ ହୋଇ ବସି ରହିଥିଲେ ମହାପ୍ରଭୁ। 

Also Read: ଆସନ୍ତା ସୋମବାର ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ୱାଗତ ପାଇଁ ପ୍ରସ୍ତୁତ ପ୍ରଶାସନ

 

ସାଢେ ୭ଟାରୁ ଦର୍ଶନାର୍ଥିଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ଶ୍ରୀମନ୍ଦିର ନିକଟରେ କାରକେଡ ପହଞ୍ଚିବା ପରେ ତାଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର ସ୍ୱାଗତ କରି ପାଛୋଟି ନେବା ସହ ସିଂହଦ୍ୱାର ପାଖେ କରାଯାଇଥିବା ଅସ୍ଥାୟୀ ହ୍ୱାଇଟହାଉସ (White House) ଠାରେ ରିଫ୍ରେସମେଣ୍ଟ (Refreshment) ବ୍ୟବସ୍ଥା କରାଯାଇଥିଲା। 

ଏହା ପରେ ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଦନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଐତିହ୍ୟ ବିକାଶ ପାଇଁ ୧ ଲକ୍ଷ ଟଙ୍କାର ଡ୍ରାଫ୍ଟ ସମର୍ପଣ ନିଧି ଦାନ କରିଛନ୍ତି ରାଷ୍ଟ୍ରପତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ନାଗାର୍ଜୁନ ବେଶର ଫଟୋଚିତ୍ର, ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିବା ବେଳେ ଛତିଶା ନିଯୋଗ ମହାନାୟକଙ୍କ ପକ୍ଷରୁ ମହାପ୍ରଭୁଙ୍କ କରପଲ୍ଲବ ଉପହାର ଦିଆଯାଇଥିଲା।

ଶ୍ରୀନଅର ସମ୍ମୁଖରେ ଚାଲି ଚାଲି ଉପସ୍ଥିତ ଜନତାଙ୍କୁ ହାତ ହଲେଇ ଅଭିଭାଦନ ଗ୍ରହଣ କରିଥିଲେ। ମନ୍ଦିର ପ୍ରବେଶ ବେଳେ ହାତ ଟେକି ଜୟ ଜଗନ୍ନାଥ କହି ଦର୍ଶନ କରିବା ପାଇଁ ଯାଇଥିବା ବେଳେ ରାସ୍ତାରେ ଗାଡିରୁ ଓହ୍ଲାଇ ଉପସ୍ଥିତ ଜନତାଙ୍କୁ କହିଥିଲେ ଜୟ ଜଗନ୍ନାଥ। ଆଉ ଏହାକୁ ଶୁଣିବା ପରେ ଉତ୍ସାହିତ ହୋଇଥିଲେ ସେବାୟତଙ୍କ ଦର୍ଶନାର୍ଥୀ। ସେପଟେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଆଜି ତାଙ୍କର କୌଳିକ ପଣ୍ଡା ମାନସିକ ଧ୍ୱଜା ଦେଇଥିବା ବେଳେ ତାହାହିଁ ସୋମବାର ନୀଳଚକ୍ର ଉପରେ ଉଡିଥିଲା ବୋଲି କହିଛନ୍ତି ଚୁନରା ସେବାୟତ।

Also Read: ଓଡିଶା ଗସ୍ତରେ ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡାକଡି

ପ୍ରଥମେ ୨୦୧୮ରେ ସପରିବାର ପୁରୀ ଆସି ଦର୍ଶନ କରିଥିଲେ ରାଷ୍ଟ୍ରପତି। ହେଲେ ତଳିତ ମାର୍ଚ୍ଚ ୨୨ ତାରିଖ ସୋମବାର ରାଷ୍ଟ୍ରପତିଙ୍କ ଦର୍ଶନ ଥିଲା ବେଶ ନିଆରା। ଏହା ପରେ ସେ କୋଣାର୍କ ପରିଦର୍ଶନ କରିଥିଲେ।