ରାଷ୍ଟ୍ରପତିଙ୍କ ଗସ୍ତ ଦିନ ଦିନ କିଭଳି ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିରର ନୀତିକାନ୍ତି କରାଯିବ ସେନେଇ ସେବାୟତଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି।
Trending Photos
ପୁରୀ: ଆସନ୍ତା ୨୨ ତାରିଖ ସୋମବାର ଦ୍ୱିତୀୟ ଥର ଲାଗି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗସ୍ତ ଅବସରରେ ରାଷ୍ଟ୍ରପତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା କୋଣାର୍କ ସୂର୍ଯ୍ଯମନ୍ଦିର ପରିଦର୍ଶନ କରିବେ। ଏହି ଗସ୍ତକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଉଭୟ ପୁରୀ ଆଉ କୋଣାର୍କ ଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଦୁଇଟି ସ୍ଥାନରେ ହ୍ଯାଲିପ୍ଯାଡକୁ ପ୍ରସ୍ତୁତ କରାଯାଉଛି। ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସୁରକ୍ଷା ତଦାରଖ ଟିମ୍ ୨୦ ତାରିଖରେ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବେ।
ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind)। ୨୨ ତାରିଖ ସୋମବାର ସ୍ୱତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ୧୦ଟାରେ ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡରେ ପହଞ୍ଚିବେ ସେ। ସେଠାରୁ ସିଧାସଳଖ ସ୍ୱତନ୍ତ୍ର ସର୍କିଟ ହାଉସକୁ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ।
Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ
ରାଷ୍ଟ୍ରପତିଙ୍କ ଗସ୍ତ ଦିନ ଦିନ କିଭଳି ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିର (Srimandir)ନୀତିକାନ୍ତି କରାଯିବ ସେନେଇ ସେବାୟତଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସ୍ୱତନ୍ତ୍ର ସର୍କିଟ ହାଉସ (Special Circuit House) ଠାରେ ମଧ୍ଯାନ୍ନ ଭୋଜନ କରିବେ। ରାଷ୍ଟ୍ରପତିଙ୍କ ମଧ୍ଯାନ୍ନ ଭୋଜନରେ (Launch of President) ମହା ପ୍ରସାଦ (Maha Prasad) ଏବଂ ମେ ଫେୟାର ହୋଟେଲ (May Fair Hotel) ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରସାଯିବ।
ତାଙ୍କର ସାମୟିକ ରହଣି ପାଇଁ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଭଳି ଭିଭିଆପିଙ୍କ ଲାଗି ଉଦ୍ଦିଷ୍ଟ ରୁମକୁ ପ୍ରସ୍ତୁତ କରାଯାଉଛି। ଏପରିକି ରଙ୍ଗକାମ ମଧ୍ୟ କରାଯାଇଛି। ଶ୍ରୀମନ୍ଦିର ଦର୍ଶନ ପରେ ସିଧାସଳଖ କୋଣାର୍କ ଗସ୍ତରେ ଯିବେ ରାଷ୍ଟ୍ରପତି। ସେଠାରେ ସୂର୍ଯ୍ଯ ମନ୍ଦିର ଦର୍ଶନ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ରାଜ୍ୟପାଳ (Governor) ପ୍ରଫେସର ଗଣେଷୀ ଲାଲ (Professor Ganeshi Lal) ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ପ୍ରମୁଖ ଉପସ୍ଥିତ ରହିବେ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
Also Read: ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ କରାଯାଇଛି ପ୍ରସ୍ତୁତି ବୈଠକ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ। ସର୍କିଟ ହାଉସରେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଏଏସଆଇ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କୋଣାର୍କ ଏନଏସି ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ କାରକେଡରେ (President Carcade) ରହିବ ୨୫ ଇନୋଭା ଗାଡି। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ପୁରୀ ଏସପି (Puri SP)। ଆମ୍ବୁଲାନ୍ସ ସହ ରହିବେ ତିନୋଟି ଡାକ୍ତରୀ ଦଳ। ସ୍କ୍ରିନିଂ, ଆଣ୍ଟିଜେନ ଟେଷ୍ଟିଂ ପାଇଁ ସିଡିଏମଓଙ୍କୁ (CDMO) ମିଳିଛି ନିର୍ଦ୍ଦେଶ।
Also Read: କୋହଳ ହେଲା ଏସଓପି, ଏଣିକି ସବୁଦିନ ଜଗା ଦର୍ଶନ
ଶ୍ରୀମନ୍ଦିର ଠାରୁ ଟାଉନଥାନା ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ଯାରିକେଡିଂ କରାଯିବ। ତାହା ସହ କୋଣାର୍କ, ପୁରୀ ହେଲିପ୍ୟାଡ, ସର୍କିଟ ହାଉସ, ଯାତ୍ରୀ ନିବାସ ମଧ୍ୟ ବ୍ଯାରିକେଡିଂ କରାଯିବ। ଶ୍ରୀମନ୍ଦିର ପାଖରେ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଏସପି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ତାଙ୍କର କୌଳିକ ପଣ୍ଡା ଖୁସି ବ୍ଯକ୍ତ କରିଥିବା ବେଳେ ପୁରୀ ସହରବାସୀ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି।