Advertisement
Article Detail0/zeeodisha/odisha2300695
Zee OdishaZee Odishaଡ୍ରେନରେ ଭାସି ନାବାଳକର ମୃତ୍ୟୁ ଘଟଣା, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଡ୍ରେନରେ ଭାସି ନାବାଳକର ମୃତ୍ୟୁ ଘଟଣା, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଗତ ଦୁଇ ଦିନ ତଳେ ଡ୍ରେନରେ ଭାସି ନାବାଳକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ବୁଧବାର ନିର୍ଦ୍ଦେଶ ଜାରି କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ଡ୍ରେନରେ ଭାସି ନାବାଳକର ମୃତ୍ୟୁ ଘଟଣା, ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ଵର: ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମସଜିଦ୍ କଲୋନୀରେ ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ ଦେଇଛି ବିଏମ୍‌ସି। ଆଜି ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମ୍‌ସି। ଗତ ଦୁଇ ଦିନ ତଳେ ଡ୍ରେନରେ ଭାସି ନାବାଳକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହା ସହିତ ମୃତ୍ୟୁ ଘଟଣାକୁ ନେଇ ଜଣେ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମ୍‌ସି। 

ଅନ୍ୟପଟେ ଡ୍ରେନ୍ ଟ୍ରାଜେଡିରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଏବେ ପୂରା ଆକ୍ଟିଭ୍ ବିଭାଗୀୟ ମନ୍ତ୍ରୀ। ଜୋରଦାର ଚଲାଇଛନ୍ତି ତନାଘନା। ସହରରେ କେତେ ମୁକୁଳା ଡ୍ରେନ ଅଛି, ଡ୍ରେନ ଗୁଡିକର ଅବସ୍ଥା କ’ଣ ଓ କେତେ କାମ ବାକି ଅଛି, ଏନେଇ ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ବୁଧବାର ନିର୍ଦ୍ଦେଶ ଜାରି କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଅପରାହ୍ଣରେ ରାଜଧାନୀରେ ଅତି ପ୍ରବଳ ବର୍ଷା କାରଣରୁ ଡ୍ରେନଗୁଡିକ ଭରିଯାଇଥିଲା। ଉକ୍ତ ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସ୍କେ ରାଜେଶ ଓ ତାଙ୍କ ସାଙ୍ଗମାନେ  ଡ୍ରେନ୍‌ ପାଖରେ ଖେଳୁଥିବା ବେଳେ ବେଲୁନଟି ଡ୍ରେନରେ ପଡିଯାଇଥିଲା। ଯାହାକୁ ଆଣିବାକୁ ଯାଇ ଭାସି ଯାଇଥିଲେ ରାଜେଶ। ଯାହା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ବୁଧବାର ଘଟଣାସ୍ଥଳ ପରିଦର୍ଶନ କରି ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Add Zee News as a Preferred Source
About the Author