PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ, ଜାଣି ନିଅନ୍ତୁ ନଚେତ ହେବ ବଡ଼ କ୍ଷତି
Advertisement

PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ, ଜାଣି ନିଅନ୍ତୁ ନଚେତ ହେବ ବଡ଼ କ୍ଷତି

EPFO: ବର୍ତ୍ତମାନ ଖାତାଧାରୀମାନେ ଅନଲାଇନରେ କାହାକୁ ମଧ୍ୟ ନିଜର ନୋମିନୀ (Nomination) କରିପାରିବେ । ତଥାପି, ଇପିଏଫ୍ଓ ଖାତାଧାରୀମାନଙ୍କୁ ଇ-ନାମାଙ୍କନପତ୍ର (E-Nomination) ଦେବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଥିଲା । 

PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ, ଜାଣି ନିଅନ୍ତୁ ନଚେତ ହେବ ବଡ଼ କ୍ଷତି

EPFO: ଯଦି ଆପଣଙ୍କର ମଧ୍ୟ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ଆକାଉଣ୍ଟ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଅଛି । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା ଇପିଏଫଓ ସମସ୍ତ ୟୁଜର୍ସଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । ଆପଣ ଭୁଲରେ ମଧ୍ୟ ଏହି ନମ୍ବର ବା ଡକ୍ୟୁମେଣ୍ଟଗୁଡିକୁ କାହା ସହିତ ସେୟାର କରନ୍ତୁ ନାହିଁ । EPFO ନିଜର ସମସ୍ତ ଆକାଉଣ୍ଟ ଧାରକମାନଙ୍କୁ ସତର୍କ କରାଇ ଦେଇ କହିଛି ଯେ, ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଓ ନିର୍ଦ୍ଦିଷ୍ଟ ନମ୍ବର କାହା ସହିତ ସେୟାର ନ କରିବା ଉଚିତ୍ । EPFO ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛି । ଇପିଏଫ୍ଓ କହିଛି ଯେ, EPFO ​​କେବେବି ନିଜର କୌଣସି ସଦସ୍ୟଙ୍କ ଠାରୁ ଆଧାର, ପାନ୍, ୟୁଏନ୍, ବ୍ୟାଙ୍କ ବିବରଣୀ ମାଗେ ନାହିଁ । ଯଦି କେହି ଫୋନ୍ କିମ୍ବା ସୋସିଆଲ୍ ମିଡିଆରେ ଏପରି ସୂଚନା ମାଗନ୍ତି, ତେବେ ସାବଧାନ ରୁହନ୍ତୁ । ଏହାକୁ ଆଦୌ ଲିକ୍ କରନ୍ତୁ ନାହିଁ । ଏପରି କି ଫର୍ଜି ଫୋନ୍ କଲରେ ଜବାବ ଦିଅନ୍ତୁ ନାହିଁ କିମ୍ବା ଏହିପରି କୌଣସି ମେସେଜର ରିପ୍ଲାଇ କରନ୍ତୁ ନାହିଁ ।

EPFO ନିଜରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, EPFO ​​ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଓ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ । 

ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"

ଅଧିକ ପଢ଼ନ୍ତୁ:-ପାକିସ୍ତାନକୁ ଅନ୍ୟ କେହି ନୁହେଁ, ନିଜ ଲୋକ ହିଁ ପହଞ୍ଚାଇଛନ୍ତି ବଡ଼ କ୍ଷତି! ଜାଣନ୍ତୁ ଏହି ଖେଳାଳୀ କିପରି ପାଲଟିଲେ ପାକିସ୍ତାନୀଙ୍କ ପାଇଁ 'ଭିଲେନ୍'

ଅଧିକ ପଢ଼ନ୍ତୁ:-ନଭେମ୍ବରରେ ଏହି ୭ଟି ରାଶିର ବ୍ୟକ୍ତିମାନେ ହେଉଛନ୍ତି ସବୁଠାରୁ ସୌଭାଗ୍ୟଶାଳୀ! ବର୍ଷିବ ଧନ, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଅଧିକ ପଢ଼ନ୍ତୁ:-ଗୋଟିଏ ପରାଜୟ ଆଉ ଆରମ୍ଭ ହେଲା ଟ୍ୱିଟର ଯୁଦ୍ଧ, ଜିମ୍ବାୱେ ରାଷ୍ଟ୍ରପତିଙ୍କ ଟ୍ୱିଟ୍ ପରେ ଶାହବାଜ ସରିଫଙ୍କ ପାଲଟା ଆକ୍ରମଣ

 

ସୂଚନାଯୋଗ୍ୟ, EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା । ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି । ବର୍ତ୍ତମାନ ଖାତାଧାରୀମାନେ ଅନଲାଇନରେ କାହାକୁ ମଧ୍ୟ ନିଜର ନୋମିନୀ (Nomination) କରିପାରିବେ । ତଥାପି, ଇପିଏଫ୍ଓ ଖାତାଧାରୀମାନଙ୍କୁ ଇ-ନାମାଙ୍କନପତ୍ର (E-Nomination) ଦେବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଥିଲା । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।