ଚାରି ଦିନରେ ₹୩.୨୦ ବୃଦ୍ଧି ପାଇଲାଣି ପେଟ୍ରୋଲ ଏବଂ ଡିଜେଲ ଦାମ୍; ଜାଣନ୍ତୁ ଆଗକୁ କେତେ ବଢ଼ିବ
Advertisement
Article Detail0/zeeodisha/odisha1134959

ଚାରି ଦିନରେ ₹୩.୨୦ ବୃଦ୍ଧି ପାଇଲାଣି ପେଟ୍ରୋଲ ଏବଂ ଡିଜେଲ ଦାମ୍; ଜାଣନ୍ତୁ ଆଗକୁ କେତେ ବଢ଼ିବ

Petrol Diesel Prices: ଆଜି ଅନ୍ତର୍ଜାତୀୟ ବଜାରରେ ଶନିବାର ଦିନ ଅପରାହ୍ନରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୨୦ ଡଲାରରେ ଚାଲିଛି । ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । କାରଣ ସରକାରୀ ତୈଳ କମ୍ପାନୀଗୁଡିକ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ।

(ଫାଇଲ ଫଟୋ)

Petrol Diesel Prices Hike : ଯଦିଓ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ (Petrol Diesel Prices) ପ୍ରତିଦିନ କିଛି କିଛି ପଇସା ହିସାବରେ ବଢୁଛି, କିନ୍ତୁ ଏହାର ପ୍ରଭାବ ବହୁତ ଭାରୀ । ଗତ ପାଞ୍ଚ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଚାରି ଗୁଣ ବୃଦ୍ଧି ପାଇଛି । ଏହି ବୃଦ୍ଧି ଚାରି ଦିନ ମଧ୍ୟରେ ୩.୨୦ ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ୍ ଗୋଟିଏ ସପ୍ତାହରେ ମୂଲ୍ୟ ୩ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ବର୍ତ୍ତମାନ ମୂଲ୍ୟରେ କୌଣସି ଆରାମ ମିଳିବ ନାହିଁ ।

ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୨୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୦୨ ଟଙ୍କା ପହଞ୍ଚିଛି । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଯୋଗୁଁ କମ୍ପାନୀଗୁଡିକ ୧୩୭ ଦିନ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି, ଏହି ସମୟ ମଧ୍ୟରେ ଅଶୋଧିତ ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ମହଙ୍ଗା ହୋଇଛି ।

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି
ଆଜି ଅନ୍ତର୍ଜାତୀୟ ବଜାରରେ ଶନିବାର ଅପରାହ୍ନରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୧୨୦ ଡଲାରରେ ଚାଲିଛି । ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । କାରଣ ସରକାରୀ ତୈଳ କମ୍ପାନୀଗୁଡିକ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ ୭୦ ରୁ ୮୦ ଡଲାର ଚାଲୁଥିଲା, ସେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏହି ସ୍ତରରେ ଥିଲା । ବର୍ତ୍ତମାନ ଅଶୋଧିତ ତୈଳ ପ୍ରାୟ ୪୦ ପ୍ରତିଶତ ଅଧିକ ମହଙ୍ଗା ହୋଇଛି ।

ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି । ତେଣୁ ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ଏହି ଦର ବୃଦ୍ଧି କରିବେ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମଝିରେରେ କିଛି ଦିନ ପାଇଁ ଇନ୍ଧନ ହାର ସ୍ଥିର ରହିଥିଲା, କିନ୍ତୁ ଏହି ସପ୍ତାହରୁ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ତୈଳ କମ୍ପାନୀଗୁଡିକ ସହିଲେଣି ୧୯୦୦୦ କୋଟି ଟଙ୍କାର କ୍ଷତି
ମୁଡି ଇନଭେଷ୍ଟର୍ସ ସର୍ଭିସର ଏକ ରିପୋର୍ଟ ଅନୁଯାୟୀ, ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ପ୍ରାୟ ୧୯,୦୦୦ କୋଟି ଟଙ୍କା କ୍ଷତି ସହିଛନ୍ତି । ମାର୍ଚ୍ଚ ମାସରେ IOC, BPCL ଏବଂ HPCL ଏହି କ୍ଷତିର ସମ୍ମୁଖୀନ ହୋଇଛି । ଏହାର କାରଣ ଦେଶରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି ନହେବା ବୋଲି ବିଶ୍ୱାସ କରାଯାଏ ।

୪ ନଭେମ୍ବର ୨୦୧୧ ରୁ ୨୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଯେତେବେଳେ କି ଏହି ସମୟ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ୮୦ ରୁ ୧୨୦ ଡଲାରରେ ପହଞ୍ଚିଛି । ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବ ବୋଲି ବିଶ୍ୱାସ କରାଯାଉଛି । ଯେତେବେଳେ ଅଶୋଧିତ ବ୍ୟାରେଲ ପିଛା ୧୦୦ ଡଲାରରୁ କମ୍ ଆସିବ କିମ୍ବା ସରକାର ନିଜର ଟିକସ ହ୍ରାସ କରିବେ ସେତେବେଳେ ଏଥିରେ ଆରାମ ମିଳିବ ।

ଏହା ବି ପଢ଼ନ୍ତୁ: କାହିଁକି ମୋଦିଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି କେଜ୍ରିୱାଲ? ବୁଝନ୍ତୁ ଏହା ପଛର ରଣନୀତି

ଏହା ବି ପଢ଼ନ୍ତୁ: ଅଜୟ ବିଷ୍ଟରୁ ଯୋଗୀ ଆଦିତ୍ୟନାଥ; MSC ଛାତ୍ରରୁ ମୁଖ୍ୟମନ୍ତ୍ରୀ ଯାଏଁ କିଛି ଏପରି ରହିଛି ଜୀବନଯାତ୍ରା