ତଦନ୍ତ ସରିନି, ଫେରିଲା ଚନ୍ଦ୍ର-ସୂର୍ଯ୍ୟ
Advertisement

ତଦନ୍ତ ସରିନି, ଫେରିଲା ଚନ୍ଦ୍ର-ସୂର୍ଯ୍ୟ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶର (Nagarjuna Besa) ଏକାଧିକ ଅଂଶ ଗାଏବ ହୋଇଯାଇଛି। ପ୍ରଥମେ ଚନ୍ଦ୍ରସୂର୍ଯ୍ଯ (Sun-Moon) ଗାଏବ ହେବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ବିଧାନସଭାରେ ମଧ୍ୟ ଚର୍ଚ୍ଚାର ଖୋରାକ ପାଲଟିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାର ଏକ ସପ୍ତାହ ପରେ ଅର୍ଥାତ ଆଜି ଶ୍ରୀମନ୍ଦିର (Sri

ତଦନ୍ତ ସରିନି, ଫେରିଲା ଚନ୍ଦ୍ର-ସୂର୍ଯ୍ୟ

ସଞ୍ଜୟ ମହାପାତ୍ର, ପୁରୀ: ମହାପ୍ରଭୁଙ୍କ ନାଗାର୍ଜୁନ ବେଶର (Nagarjuna Besa) ଏକାଧିକ ଅଂଶ ଗାଏବ ହୋଇଯାଇଛି। ପ୍ରଥମେ ଚନ୍ଦ୍ରସୂର୍ଯ୍ଯ (Sun-Moon) ଗାଏବ ହେବା ଘଟଣା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ବିଧାନସଭାରେ ମଧ୍ୟ ଚର୍ଚ୍ଚାର ଖୋରାକ ପାଲଟିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଘଟଣାର ଏକ ସପ୍ତାହ ପରେ ଅର୍ଥାତ ଆଜି ଶ୍ରୀମନ୍ଦିର (Sri Mandir) ପ୍ରଶାସନ (Administration) ନିକଟକୁ ଫେରିଛି ଗାଏବ ହୋଇଥିବା ଚନ୍ଦ୍ରସୂର୍ଯ୍ଯ। ଖୋଦ୍  ସମ୍ପୃକ୍ତ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ ନକରି ବେଶ କାରିଗରଙ୍କ ନିକଟରେ ଦାଖଲ କରିଛନ୍ତି। ଯାହା ସମ୍ପୃକ୍ତ ସେବାୟତ ସନ୍ଦେହ ପରିସରକୁ ଆସିଛନ୍ତି। 

ସେପଟେ ବେଶ କାରିଗର ଚନ୍ଦ୍ରସୂର୍ଯ୍ଯକୁ (Sun-Moon) ନେଇ ଶ୍ରୀମନ୍ଦିର (Sri Mandir) ପ୍ରଶାସନ (Administration) ନିକଟରେ ଦାଖଲ କରିଛନ୍ତି। ସମସ୍ତ ବେଶକୁ ମ୍ଯୁଜିୟମରେ ସୁରକ୍ଷିତ ରଖିବା ପାଇଁ ଗାରଦରେ ଦାଖଲ କରାଯାଇଥିଲା। ମାତ୍ର ଗୋଟିଏ ପରେ ଗୋଟିଏ ଜିନିଷ ଗାଏବ ହୋଇଯାଉଛି। ତାହାର ଉପଯୁକ୍ତ ସୁରକ୍ଷା କରିବାକୁ ଦାବି କରିଛନ୍ତି ବେଶ କାରିଗର। ଚନ୍ଦ୍ରସୂର୍ଯ୍ଯକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦାଖଲ କରିଥିଲେ ମଧ୍ୟ ତାକୁ ଗ୍ରହଣ କରାଯାଇନାହିଁ। ଯେହେତୁ ତଦନ୍ତ ଚାଲିଛି ଉପଯୁକ୍ତ କାଗଜପତ୍ର ନକରି ଗ୍ରହଣ କରାଯିବ ନାହିଁ କହି ଫେରାଇ ଦିଆଯାଇଛି। ବେଶକୁ ନାଜିରଙ୍କ ନିକଟରେ ରଖାଯାଇଛି ବୋଲି କହିଛନ୍ତି ନିତି ପ୍ରଶାସକ।

ଅଧିକ ପଢନ୍ତୁ: ଜରାଜୀର୍ଣ୍ଣ ଅବସ୍ଥାରେ ଶଙ୍କରାନନ୍ଦ ମଠ; ସଂରକ୍ଷଣ ପାଇଁ ଅଣ୍ଟାଭିଡିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ

ତଦନ୍ତ ସରିବା ପୂର୍ବରୁ ଫେରିଲା ଗାଏବ ହୋଇଥିବା ଦୁର୍ଲ୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ଯ। ନାଟକୀୟ ଢଙ୍ଗରେ ଗାଏବ କରିଥିବା ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ଶେଷରେ ଫେରାଇବାକୁ ବାଧ୍ୟ ହୋଇଛନ୍ତି। ଖୋଦ ନିଜେ ଶ୍ରୀମନ୍ଦିର ପ୍ରଶାସନକୁ ନଫେରାଇ ବେଶ କାରିଗରଙ୍କ ପାଖରେ ଦାଖଲ କରିଛନ୍ତି। ଏକ ସପ୍ତାହ ଧରି ଚନ୍ଦ୍ରସୂର୍ଯ୍ଯ ଗାଏବ ହେବା ଘଟଣା ରାଜ୍ୟର ସମସ୍ତ ଗଣମାଧ୍ୟମରେ ଶିରୋନାମା ପାଲଟିଛି। 

କେବଳ ଚନ୍ଦ୍ରସୂର୍ଯ୍ଯ କାହିଁକି ବାଘଛାଲ, ଓଳମାଳ, କଦମ୍ବ ମାଳି, କଦମ୍ବ ଫୁଲ, ଝରୀ ଆଦି ଗାଏବ ହୋଇଯାଇଥିବା ଚର୍ଚ୍ଚା ଏବେ ବି ଥମିନାହିଁ। କିନ୍ତୁ ଆଜି ଚନ୍ଦ୍ରସୂର୍ଯ୍ଯ ଫେରିବା ପରେ ଗାଏବ ହୋଇଥିବା ଅନ୍ଯାନ୍ଯ ବେଶର ଅଂଶ ବିଶେଷ ଫେରାଇ ଦେବା ପାଇଁ ଦାବି ହୋଇଛି। ସେପଟେ ଚନ୍ଦ୍ରସୂର୍ଯ୍ଯ ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଛନ୍ତି ବେଶ ବେଶକାରିଗର। ଯେହେତୁ ଏବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ତେଣୁ ମ୍ଯୁଜିୟମରେ ସୁରକ୍ଷିତ ରଖିବାକୁ ଦାବି କରିଛନ୍ତି। ଏଥିରେ ଅନେକ ଜିନିଷ ଶ୍ରୀମନ୍ଦିର ତାଲିକାରେ ନଥିଲା। ମାତ୍ର ମ୍ଯୁଜିୟମରେ ପ୍ରଦର୍ଶିତ ହୋଇପାରିବ ବୋଲି କହିଛନ୍ତି।

ଅଧିକ ପଢନ୍ତୁ: ପରୀ ଆତ୍ମାକୁ ଶାନ୍ତି କେବେ ?

ସେପଟେ ଗତ ୨୮ରେ ଶ୍ରୀମନ୍ଦିରରୁ ଗାଏବ ହୋଇଯାଇଥିଲା ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ଯ। ସଂପୃକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ଜଣେ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ଜରୀଆରେ ଘରକୁ ନେଇଯାଇଥିଲେ। ତାପରେ ଗାଏବ ହୋଇଯାଇଥିଲା ବାଘଛାଲ,ଓଳମାଳ କଦମ୍ବ ମାଳ, କଦମ୍ବ ଫୁଲ ଆଦି ଅନେକ ବେଶ ସାମଗ୍ରୀ। ଏଭଳି ଅଭିଯୋଗ ଆସିବା କ୍ଷଣି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ। ନିତିପ୍ରଶାସକ କରୁଛନ୍ତି ତଦନ୍ତ। ସେପଟେ ଫେରିଥିବା ଚନ୍ଦ୍ରସୂର୍ଯ୍ଯକୁ  ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କଲେ ବେଶ କାରିଗର। ଶ୍ରୀମନ୍ଦିର ଅଫିସକୁ ଫେରିଲା ବେଶ।ଚନ୍ଦ୍ରସୂର୍ଯ୍ଯକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦାଖଲ କରିଥିଲେ ମଧ୍ୟ ତାକୁ ଗ୍ରହଣ କରାଯାଇନାହିଁ। ଯେହେତୁ ତଦନ୍ତ ଚାଲିଛି ଉପଯୁକ୍ତ କାଗଜପତ୍ର ନକରି ଗ୍ରହଣ କରାଯିବ ନାହିଁ କହି ଫେରାଇ ଦିଆଯାଇଛି। ବେଶକୁ ନାଜିରଙ୍କ ନିକଟରେ ରଖାଯାଇଛି ବୋଲି କହିଛନ୍ତି ନିତି ପ୍ରଶାସକ।

ଫେରିଲା ଗାଏବ ହୋଇଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ଯ। କେବେ ଫେରିବ ବାଘଛାଲ, ଓଳମାଳୀ, କଦମ୍ବଫୁଲ, କଦମ୍ବ ମାଳି ଆଦି ଅନ୍ୟାନ୍ୟ ସାମଗ୍ରୀ ଚାହିଁ ବସିଛନ୍ତି କୋଟିକୋଟି ଜଗନ୍ନାଥ ପ୍ରେମୀ।