ଜରାଜୀର୍ଣ୍ଣ ଅବସ୍ଥାରେ ଶଙ୍କରାନନ୍ଦ ମଠ; ସଂରକ୍ଷଣ ପାଇଁ ଅଣ୍ଟାଭିଡିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ
Advertisement
Article Detail0/zeeodisha/odisha799041

ଜରାଜୀର୍ଣ୍ଣ ଅବସ୍ଥାରେ ଶଙ୍କରାନନ୍ଦ ମଠ; ସଂରକ୍ଷଣ ପାଇଁ ଅଣ୍ଟାଭିଡିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ

ଶଙ୍କରାନନ୍ଦ ମଠର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। 

ଜରାଜୀର୍ଣ୍ଣ ଅବସ୍ଥାରେ ଶଙ୍କରାନନ୍ଦ ମଠ; ସଂରକ୍ଷଣ ପାଇଁ ଅଣ୍ଟାଭିଡିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ଯ

ସଞ୍ଜୟ ମହାପାତ୍ର,ପୁରୀ: ସହରର ତିଆଡି ସାହିରେ ରହିଛି ୫୦୦ ଶହ ବର୍ଷ ତଳର ପ୍ରାଚୀନ ଶଙ୍କରାନନ୍ଦ ମଠ (Shankarananda Matha) । ଏହି ମଠରେ ଆଦି ଶଙ୍କରାଚାର୍ଯ୍ଯ (Adi Shankaracharya) ଅବସ୍ଥାନ କରୁଥିଲେ ବୋଲି କୁହାଯାଏ। ଏହି ମଠ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବହୁ କଳା ଭାସ୍କର୍ଯ୍ୟ ସହ ମହାପ୍ରଭୁ କାଞ୍ଚି ଅଭିଯାନର ଅନେକ ସ୍ମୃତି ବହନ କରୁଛି ଏହି ମଠ। 
ଶ୍ରୀଲୋକନାଥ ପୀଠ ସହିତ ଶ୍ରୀମନ୍ଦିର ସହ ଅଙ୍ଗାଅଙ୍ଗୀ ଭାବେ ସିଧାସଳଖ ଜଡିତ ଏହି ମଠ। ରାଜ୍ୟ ତଥା ରାଜ୍ୟ ବାହାରେ ଅଚଳାଚଳ ଭୂସମ୍ପତ୍ତି ରହିଛି। ଏମିତିକି ମଠର କୋଟି କୋଟି ଟଙ୍କାର ସମ୍ପତ୍ତି ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରହିଛି। ଯାହାକୁ ରାଜ୍ୟ ସରକାର ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଉନ୍ନୟନ କାର୍ଯ୍ୟରେ ମିଶାଇ ଦେଇଛନ୍ତି।

ମାତ୍ର ଏହି ମଠର ପୁନରୁଦ୍ଧାର ପାଇଁ ସରକାର ତିଳେମାତ୍ର ଚିନ୍ତା କରିନାହାଁନ୍ତି। ଯଦିଓ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟରେ ଏହି ମଠର ସମ୍ପତ୍ତିକୁ ବ୍ୟବହାର କରାଯାଇଛି ହେଲେ ଏ ବାବବଦରେ କ୍ଷତିପୂରଣ ମିଳିନାହିଁ। ଏପରିକି ମଠ ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହି ମଠର ଏକ ସଂସ୍କୃତ ଟୋଲ ରହିଥିଲା। ହେଲେ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟରେ ଏହି ମଠର ଅଧିକାଂଶ ସମ୍ପତ୍ତିକୁ ବ୍ୟବହାର କରାଯାଇଛି। କେବଳ ମଠ ଅଧିନରେ ଏବେ ଏକ ମନ୍ଦିର ସହ ଭୋଗ ମଣ୍ଡପ ରହିଛି।
   

Also Read: ନୂଆବର୍ଷ ପୂର୍ବରୁ ନୂଆ ରୂପ ନେବ ଶ୍ରୀମନ୍ଦିର ପୁଷ୍କରିଣୀ

ସେପଟେ ମଠର ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ଯ (Shankaracharya) । ଏକ ସ୍ୱତନ୍ତ୍ର କମିଟି ଗଠନ ହେବା ସହ ମଠର ପୁନରୁଦ୍ଧାର କାର୍ଯ୍ଯକୁ ତଦାରଖ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ଶ୍ରୀମନ୍ଦିର (Srimandir) ଖୋଲିବା ନେଇ ଜଗଦଗୁରୁ ଦେଇଛନ୍ତି ଚାଞ୍ଚଲ୍ଯକର ବୟାନ। ଶ୍ରୀମନ୍ଦିର ନୀତିକାନ୍ତି ଧାର୍ମିକ ପରମ୍ପରା ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ଯ୍ଯଙ୍କ ନିସ୍ପତ୍ତି
ସର୍ବମାନ୍ୟ। 

ହେଲେ ଶ୍ରୀମନ୍ଦିର ପରିଚାଳନା ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତରେ ହେବା କଥା। ହେଲେ ତାହା କରାଯାଉନାହିଁ। ରାଜ୍ୟ ସରକାର ଶଙ୍କରାଚାର୍ଯ୍ଯଙ୍କୁ ଭୟ କରୁଛନ୍ତି। ରଥଯାତ୍ରା ହେବା ସମ୍ଭବ ନଥିଲା ହେଲେ ତାହା ହେଲା। ମୋର ଓକିଲ ମାଧ୍ୟମରେ ଯାହା ଟିପଣୀ ରଖାଯାଇଥିଲା ତାହାକୁ ଇଂରାଜୀରେ ଅନୁବାଦ କରି ତାହାକୁ ରାୟ ପ୍ରକାଶ କରାଯାଇଥିଲା ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ।

fallbackAlso Read: ଅନଲାଇନରେ ମିଳୁଛି ମହାପ୍ରସାଦ, ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ

ପୁରୀ ତିଆଡି ସାହିରେ ଅବସ୍ଥିତ ପ୍ରାଚୀନ ଶଙ୍କରରାନନ୍ଦ ମଠର ଐତିହ୍ୟ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ଜଗତଗୁରୁ। ପାଞ୍ଚଶହ ବର୍ଷ ତଳର ପ୍ରାଚୀନ ଏହି ମଠରେ ଆଦି ଶଙ୍କରାଚାର୍ଯ୍ଯ ଅବସ୍ଥାନ କରୁଥିଲେ ବୋଲି କୁହାଯାଏ। ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏମିତିକି ମଠର କୋଟିକୋଟି ଟଙ୍କାର ସମ୍ପତ୍ତି ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରହିଛି। ଯାହାକୁ ସରକାର ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଉନ୍ନୟନ କାର୍ଯ୍ୟରେ ମିଶାଇ ଦେଇଛନ୍ତି।

ସେପଟେ ମଠର ପୁନରୁଦ୍ଧାର ପାଇଁ ଆଗେଇ ଆସିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ଯ। ଏକ ସ୍ୱତନ୍ତ୍ର କମିଟି ଗଠନ ହେବା ସହ ମଠର ପୁନରୁଦ୍ଧାର କାର୍ଯ୍ଯକୁ ତଦାରଖ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ଆଦି ଶଙ୍କରାଚାର୍ଯ୍ଯଙ୍କ ଦ୍ୱାରା ଏହି ମଠ ପ୍ରତିଷ୍ଠା ହୋଇଥିଲା। ଶୈବପୀଠ ଲୋକନାଥ ମନ୍ଦିର ସହିତ ଜଡିତ ଥିବା ବେଳେ ଶ୍ରୀମନ୍ଦିର ପରମ୍ପରା ସହିତ ମଧ୍ୟ ଜଡିତ ଥିଲା। ଏହି ମଠର ସମ୍ପତ୍ତି ରାଜ୍ୟ ତଥା ରାଜ୍ଯ ବାହାରେ ରହିଛି। ଏହାର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ରଣନୀତି ପ୍ରସ୍ତୁତ ହେବ। 

 

fallbackAlso Read: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଦମ୍ବ ମାଳି

ମଠର ସ୍ୱାମୀଜୀ ଓ ଜଣେ ବ୍ରହ୍ମଚାରୀ ଏହାର ତଦାରଖ ଦାୟିତ୍ୱରେ ରହିବେ। କମିଟି ସଦସ୍ଯଙ୍କ ସହ ଯୋଗାଯୋଗ ରଖି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କାମକୁ ଆଗେଇ ନେବାପାଇଁ ଜଗଦଗୁରୁ କହିଛନ୍ତି। ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ମଧ୍ୟରୁ ଅନେକ ମଠ ଉଚ୍ଛେଦ ହୋଇଛି। ସେହି ମଠରେ ଅବସ୍ଥାନ କରୁଥିବା ସାଧୁସନ୍ଥ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାକୁ ପୁନରୁଦ୍ଧାର କରାଯାଇ ବିସ୍ଥାପିତ ସାଧୁସନ୍ଥଙ୍କୁ ଥଇଥାନ କରାଯିବା ପାଇଁ ମତ ଦେଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ପୁରାତନ ମଠର ପୁନରୁଦ୍ଧାର ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି। ତାହା ଉପରେ ରହିଛି ସମସ୍ତଙ୍କ ନଜର।