ସେବାୟତଙ୍କ ଦବଙ୍ଗଗିରି! ଘରକୁ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ ଚନ୍ଦ୍ର
Advertisement

ସେବାୟତଙ୍କ ଦବଙ୍ଗଗିରି! ଘରକୁ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ ଚନ୍ଦ୍ର

ଖୋଦ ଜଣେ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଏହାକୁ ନେଇକି ଯାଉଥିବାର ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି। ଏମିତିକି ଚନ୍ଦ୍ରସୂର୍ଯ୍ଯ ସଂପୃକ୍ତ ସେବାୟତଙ୍କ ଘରକୁ ଯାଉଥିବା ସଂପୃକ୍ତ କର୍ମଚାରୀ ମଧ୍ୟ ସ୍ୱୀକାର କରିଛନ୍ତି।

ଘରକୁ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ ଚନ୍ଦ୍ର

ସଞ୍ଜୟ କୁମାଜର ମହାପତ୍ର, ପୁରୀ: ଶୁକ୍ରବାର ରତ୍ନବେଦୀରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ  ମହାପ୍ରଭୁ ଦର୍ଶନ ଦେଇଥିଲେ। ବେଶ ଓଲାଗି ପରେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକଙ୍କ ଉପସ୍ଥିତିରେ ଏହି ବେଶକୁ ଗାରଦରେ ଦାଖଲ କରାଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନର ଜାଣନ୍ତରେ ହେଉ କି ଅଜାଣତରେ ହେଉ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ବେଶର ଅଂଶ ଅର୍ଥାତ ଚନ୍ଦ୍ର ସୂର୍ଯ୍ଯ ପଠାଇ ଦିଆଯାଇଛି। ଖୋଦ ଜଣେ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଏହାକୁ ନେଇକି ଯାଉଥିବାର ଭିଡିଓ ଗଣମାଧ୍ୟମ ହାତରେ ଲାଗିଛି। ଏମିତିକି ଚନ୍ଦ୍ରସୂର୍ଯ୍ଯ ସଂପୃକ୍ତ ସେବାୟତଙ୍କ ଘରକୁ ଯାଉଥିବା ସଂପୃକ୍ତ କର୍ମଚାରୀ ମଧ୍ୟ ସ୍ୱୀକାର କରିଛନ୍ତି।  

ସେବାୟତ (Puri sevayat) ଙ୍କ ଘରକୁ ଚନ୍ଦ୍ର ସୂର୍ଯ୍ଯ ( surya chandra ) ପଠାଇର ଅଭିଯୋଗ ପରେ ଶ୍ରୀମନ୍ଦିର (Sri Mandir) ଯାଇ ଘଟଣାର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଟିକନିକ ଯାଞ୍ଚ କରିଛନ୍ତି। ଘଟଣାର ତଦନ୍ତ ପାଇଁ କମାଣ୍ଡରଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ୧୪୪ ଧାରା ମଧ୍ୟରେ ଅନୁଷ୍ଠିତ ନାଗାର୍ଜୁନ ବେଶ ସମୟରେ କିଛି ପ୍ରଶାସନିକ ଅଧିକାରୀ ଓ ଅଣସେବାୟତଙ୍କ ପ୍ରବେଶ ଉପରେ ମଧ୍ୟ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟଛନ୍ତି ।

Also Read: ୨୬ ବର୍ଷ ପରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ, ଜାଣନ୍ତୁ ଏହାର ବିଶେଷତ୍ୱ

ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ (Nagarjuna Besha) ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା। ତେବେ ବିଡମ୍ବନାର ବିଷୟ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ  ଚନ୍ଦ୍ର ସୂର୍ଯ୍ୟକୁ ଜଣେ ଶ୍ରୀମନ୍ଦିର କର୍ମଚାରୀ ଜନୈକ ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବା ଦେଖାଯାଇଥିଲା। ଖୋଦ କର୍ମଚାରୀ ଜଣଙ୍କ ମଧ୍ୟ ଏକଥା ସ୍ୱୀକାର କହିଛନ୍ତି। ତେବେ କାହା ନିର୍ଦ୍ଦେଶରେ ଏହି ଚନ୍ଦ୍ର ସୂର୍ଯ୍ୟ ଶ୍ରୀମନ୍ଦିର ଭିତରୁ ବାହାରକୁ ଆସିଲା ଏବଂ କେଉଁ ସେବାୟତଙ୍କ ଘରକୁ ଏହା ନିଆଗଲା ତାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ।

fallback

ପୂର୍ବରୁ ଏହି ନାଗାର୍ଜୁନ ବେଶକୁ ସଂରକ୍ଷଣ କରି ରଖାଯିବା ପାଇଁ ଛତିଶା ନିଯୋଗ ଓ ପରେ ପରିଚାଳନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନା (Abhada Yojona) ରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ସରଂକ୍ଷଣ କରି ରଖାଯିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଫଳରେ ଦୀର୍ଘ ୨୬ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ବିରଳ ବେଶର ଆକର୍ଷଣୀୟ ନିର୍ମାଣକୁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁମାନେ ଦେଖିବାର ସୁଯୋଗ ପାଇଥାନ୍ତେ। 

Also Read: ହାଇକୋର୍ଟରେ ଝୁଲିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ

ତେବେ ଶୁକ୍ରବାର ଏହି ବେଶ ସରିବା କ୍ଷଣି ଶନିବାର ଏଭଳି ବେଶ ଶ୍ରୀମନ୍ଦିର (Jagannath Temple) ବାହାରକୁ ଆସିବା ଘଟଣା ନିନ୍ଦନୀୟ ଏବଂ ତଦନ୍ତ ସାପେକ୍ଷ ବୋଲି ବରିଷ୍ଠ ସେବାୟତ ଓ ନୀତି ପ୍ରଶାସକ କହିଛନ୍ତି। ସେପଟେ କିଭଳି ଶ୍ରୀମନ୍ଦିର ପ୍ରଶାସନର କଷ୍ଟୋଡିରେ ଥିବା ବେଶ ମଧ୍ୟରୁ ଚନ୍ଦ୍ର ସୂର୍ଯ୍ଯକୁ ଜଣେ ବରିଷ୍ଠ ସେବାୟତଙ୍କ ପାଖକୁ ଗଲା ତାହା ଉପରେ ତଦନ୍ତ କରାଯାଉ। ବେଶ ଓଲାଗି ପରେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକଙ୍କ ଉପସ୍ଥିତିରେ ଏହି ବେଶକୁ ଗାରଦରେ ଦାଖଲ କରାଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନର ଜାଣତରେ ହେଉ କି ଅଜାଣତରେ ହେଉ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯିବା ଏକ ପରିଚାଳନାଗତ ତୃଟି ବୋଲି ସିଂହାରୀ ସେବାୟତ ଅଭିଯୋଗ କରିଛନ୍ତି।  

fallback

ସେପଟେ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚନ୍ଦ୍ର ସୂର୍ଯ୍ଯ ନାଗାର୍ଜୁନ ବେଶରେ ଲାଗେ କି ନାହିଁ? ଯଦି ଲାଗିଥିଲା ମଇଲମ ପରେ ସେହି ଅଂଶକୁ କେଉଁଠାରେ ରଖାଯାଇଥିଲା? ବାହାରକୁ ଯାଇଛି କି ନାହିଁ?  ଏ ସମସ୍ତ ଦିଗ ଉପରେ ତଦନ୍ତ କରାଯିବ। ବେଶ ଯୋଗାଇଥିବା ବଳରାମ ଖୁଣ୍ଟିଆକୁ ମଧ୍ୟ  ପଚରାଉଚରା କରାଯିବ ବୋଲି ସେ କହିଛନ୍ତି। 

ମୁଖ୍ଯପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ ଶ୍ରୀମନ୍ଦିର ଗାରଦରେ ପହଞ୍ଚି ଛାନବିନ କରିଛନ୍ତି। ଚନ୍ଦ୍ର ସୂର୍ଯ୍ଯ ନେଇଯିବା ପ୍ରସଙ୍ଗରେ ମିଳିତ ଯାଞ୍ଚ ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମାଣ୍ଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ନିଆଯିବ। ନାଗାର୍ଜୁନ ବେଶ ସମୟରେ ସରକାରୀ ଓ ଅଣସେବାୟତ ଶ୍ରୀମନ୍ଦିରକୁ ପ୍ରବେଶ ଉପରେ ତଦନ୍ତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Also Read: ନାଗାର୍ଜୁନ ବେଶ ଦର୍ଶନ ନେଇ ଦ୍ୱନ୍ଦ୍ୱ

ତେବେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ନୀତିରେ ବିଶୃଙ୍ଖଳା ଓ ବେଶ ଓଲାଗି ପରେ ଶନିବାର ଚନ୍ଦ୍ର ସୂର୍ଯ୍ଯ ନେଇଯିବା ଘଟଣା ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏଭଳି ଘଟଣାରେ ପ୍ରଶାସନ କିଭଳି ପଦକ୍ଷେପ ଗ୍ରହଣ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।