NASAରେ ଚମକିଲେ ଓଡି଼ଆ ତାରକା
Advertisement

NASAରେ ଚମକିଲେ ଓଡି଼ଆ ତାରକା

ପ୍ରତିବର୍ଷ ଭଳି ଏଥର ମଧ୍ୟ NASAର Rover Challenge ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଶେଷ କରି ଉତ୍କୃଷ୍ଠ ଓ ଅତ୍ୟାଧୁନିକ ରୋବର୍ଟ ଡିଜାଇନକୁ ନେଇ ପ୍ରତିଯୋଗିତା ହୋଇଥାଏ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶ ପାଇଁ ପୁଣି ଗୌରବ ଆଣିଲେ ଓଡି଼ଶା ଛାତ୍ରଛାତ୍ରୀ। NASAର ଆନ୍ତର୍ଜାତିକ ପ୍ରତିଯୋଗିତା 'ରୋଭର ଚ୍ୟାଲେଞ୍ଜ-୨୦୨୧'ରେ ହାସଲ କଲେ ତୃତୀୟ ସ୍ଥାନ। ଭାରତରୁ ପ୍ରତିନିଧିତ୍ବ କରି ୧୦ ଜଣିଆ ଓଡ଼ିଶା ଟିମ୍ (NaPSAT) ଏହି ସ୍ଥାନ ଅଧିକାର କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରତିବର୍ଷ ଭଳି ଏଥର ମଧ୍ୟ NASAର Rover Challenge ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଶେଷ କରି ଉତ୍କୃଷ୍ଠ ଓ ଅତ୍ୟାଧୁନିକ ରୋବର୍ଟ ଡିଜାଇନକୁ ନେଇ ପ୍ରତିଯୋଗିତା ହୋଇଥାଏ। Rover Challengeର ଶ୍ରେଷ୍ଠ ଡିଜାଇନକୁ NASA ତାହାର ପରବର୍ତ୍ତୀ ମିଶନରେ ସାମିଲ କରେ। NaPSAT ଯେଉଁ ମଡେଲ ପ୍ରସ୍ତୁତ କରିଛି ତାହାକୁ ମଙ୍ଗଳ ପୃଷ୍ଠରେ ଚାଲିପାରିବ ବୋଲି କୁହାଯାଉଛି।

Also Read: ରାଜ୍ୟରେ ପ୍ରଥମ; ସମ୍ମାନ ସହ ବଞ୍ଚିବେ ସ୍ମାର୍ଟ ସିଟି କିନ୍ନର

ଭର୍ଚ୍ଚୁଆଲ୍ Rover Challenge ପ୍ରତିଯୋଗିତା ସ୍କୁଲ ଓ କଲେଜର ୧୪ରୁ ୧୯ ବର୍ଷ ବୟସର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଗତ ସେପ୍ଟେମ୍ବରରେ ମନୋନିତ ହୋଇଥିବା NaPSAT ଭାରତକୁ ପ୍ରତିନିଧିତ୍ବ କରିଥିଲା। ଏହି ୧୦ ଜଣିଆ ହାଇସ୍କୁଲ ସ୍ତରୀୟ ଟିମ୍‌ରେ ଭୁବନେଶ୍ବରରୁ ୬ ଓ ଅନ୍ୟ ଜିଲ୍ଲାରୁ ୪ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। NaPSAT ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆମେରିକାର ଦୁଇଟି ଟିମ୍ ପ୍ରଥମ ଓ ଦ୍ୱିତୀୟ ହୋଇଛନ୍ତି।

fallback

ସେପଟେ NaPSATର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟ୍ୱିଟ୍ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, NASAର Rover Challengeରେ ଓଡିଶା ଟିମ୍ ତୃତୀୟ ସ୍ଥାନ ଅଧିକାର କରି ଶିକ୍ଷାନୁଷ୍ଠାନର ନାମକୁ ବିଶ୍ୱ ମାନଚିତ୍ରରେ ସ୍ଥାନୀତ କରିଛି। ଏହା ଅଧିକ ବୈଜ୍ଞାନୀକ ଓ ଉଦ୍ଭାବନ କରିବାରେ ପ୍ରେରଣା ଯୋଗାଇବ। ଏହା ସହ ମୁଖ୍ୟମନ୍ତ୍ରୀ NaPSATର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।