ଏବେ ପୁଣି ଏକ ଅଘୋଷିତ ଅନ୍ଧାର ଆଡକୁ ଠେଲିହୋଇଯାଇଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କାରଣ କୋରୋନା ଛାଟରେ ରାଜ୍ୟ ସରକାରଙ୍କ ଆଦେଶ ମୁତାବକ ଆସନ୍ତା ୧୯ ତାରିଖ ସୋମବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା (Class room study) ଓ ହଷ୍ଟେଲ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ (school closed) ରହିବ।
Trending Photos
ଭୁବନେଶ୍ବର: ସରିଲା ସ୍କୁଲ, କଲେଜ! ଆଜି ଥିଲା ୨୦୨୦-୨୧ ଶିକ୍ଷାବର୍ଷର ଶେଷ ଦିନର ଶ୍ରେଣୀଗୃହ ପାଠପଢା। ଯଦିଓ ପାଠପଢା ସରିନି, ହେଲେ ପୁଣି ଅନଲାଇନକୁ ଫେରିଛି ଅଫଲାଇନ୍ ପାଠପଢା। ତେବେ ଆଜି ଶେଷ ଦିନରେ ପ୍ରି ବୋର୍ଡ ପରୀକ୍ଷା ସହ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବିଦାୟ ନେଇଥିବା ବେଳେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଅଫଲାଇନ୍ ପାଠପଢ଼ା ଶେଷ ହୋଇଛି।
ଏବେ ପୁଣି ଏକ ଅଘୋଷିତ ଅନ୍ଧାର ଆଡକୁ ଠେଲିହୋଇଯାଇଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କାରଣ କୋରୋନା ଛାଟରେ ରାଜ୍ୟ ସରକାରଙ୍କ ଆଦେଶ ମୁତାବକ ଆସନ୍ତା ୧୯ ତାରିଖ ସୋମବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା (Class room study) ଓ ହଷ୍ଟେଲ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ (school closed) ରହିବ। ଚଳିତ ୨୦-୨୧ ଶିକ୍ଷାବର୍ଷକୁ ଯେନତେନ ପ୍ରକାରେ ସଜାଡିବା ସହ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଲାଗି ସରକାର ବହୁବିଧ ବ୍ୟବସ୍ଥା କରିଥିଲେ। ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟରୁ ନେଇ ପରୀକ୍ଷା ଦର୍ପଣ ସହ ୧୦୦ ଦିନିଆ ମିଶନରେ ଆଗେଇଚାଲିଥିଲା ପାଠପଢା। ହେଲେ ମହାମାରୀର ମହାଡିଆଁ ପାଠପଢା ପେଡିରେ ବେଡି ବାନ୍ଧିଦେଇଛି।
Also Read: Corona Returns: ଦୋଦୁଲ୍ୟମାନ ସ୍ଥିତିରେ ଶିକ୍ଷା ଆଉ ଶିକ୍ଷାନୁଷ୍ଠାନ
ଆସନ୍ତା ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସରକାର ଘୋଷଣା କରିବା ପରେ ଦଶମ ଶ୍ରେଣୀର ଚାରିଟି ପର୍ଯ୍ୟାୟରେ ହେଉଥିବା ପ୍ରି ବୋର୍ଡ଼ ପରୀକ୍ଷା (Pre board exam) ଶେଷ ହୋଇ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ବିଦାୟ ନେଇଛନ୍ତି। ପରୀକ୍ଷା ନିଷ୍ପତ୍ତି ଝୁଲିଥିବା ବେଳେ ଏବେ ଘରେ ରହି ପ୍ରସ୍ତୁତି କରିବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀମାନେ (Teachers) ରୋଷ୍ଟର ଡ୍ୟୁଟି କରି ଅନଲାଇନ (Online Study) ମାଧ୍ୟମରେ ଶିକ୍ଷା ସମ୍ଭବ ଗ୍ରୁପ ଦ୍ବାରା ପିଲାମାନଙ୍କ ଡାଉଟ୍ କ୍ଲିଅର କରିବେ ବୋଲି କହିଛନ୍ତି।
ସେପଟେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଆଜି ଶେଷ ଶ୍ରେଣୀଗୃହ ପାଠପଢା ହୋଇଛି। ଉଚ୍ଚଶିକ୍ଷା ବିଭାଗ (education dept) ନିର୍ଦ୍ଦେଶ ଅନୁଯାୟୀ ୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବା ସହ ଅଫଲାଇନ୍ ପାଠପଢା ବନ୍ଦ ରହିବ। ଏପରିକି ଆସନ୍ତା ୨୦ ତାରିଖରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏବେ ପୁଣି ସୋମବାର ଠାରୁ ଅନଲାଇନ ପାଠପଢା ଆରମ୍ଭ ହେବ। ହେଲେ ଗତବର୍ଷ ଅଙ୍ଗେ ନିଭେଇଥିବା ଅନଲାଇନ୍ ପାଠପଢାର ବିକଳ ଚିତ୍ରକୁ ମନେପକାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଗତବର୍ଷ ସମାନ ଢଙ୍ଗରେ ସମ୍ପୂର୍ଣ୍ଣ ଶିକ୍ଷାବର୍ଷ ନଷ୍ଟ ହୋଇଥିଲା। ଏବର୍ଷ ବି କୋରୋନା (Coronavirus) ପାଠପଢ଼ାରେ ବାଧକ ସାଜିଥିବା ଛାତ୍ରଛାତ୍ରୀ କହିଛନ୍ତି।
Also Read: NASAରେ ଚମକିଲେ ଓଡି଼ଆ ତାରକା
ତେବେ ଏସବୁ ଭିତରେ ସଭିଙ୍କ ଅପେକ୍ଷା ବୋର୍ଡ ପରୀକ୍ଷା (Board Examination) ସ୍ଥଗିତାଦେଶ ଉପରୁ କେବେ ପରଦା ଉଠୁଛି। କୋରୋନା ସ୍ଥିତିକୁ ଦେଖି ବୋର୍ଡ ତଥା ସେମିଷ୍ଟାର ପରୀକ୍ଷା ଗୁଡିକ କେବେ ଆରମ୍ଭ ହୋଇ ଫଳାଫଳ ବାହାରିବ ଏବଂ ଆଗାମୀ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ ତାହା ଏବେ ଅନ୍ଧାର ଘେରରେ ବୁଡି ରହିଛି।