ରାଜଧାନୀରେ ରାଜ୍ୟର ପ୍ରଥମ Black Fungus ରୋଗୀ ଚିହ୍ନଟ
Advertisement

ରାଜଧାନୀରେ ରାଜ୍ୟର ପ୍ରଥମ Black Fungus ରୋଗୀ ଚିହ୍ନଟ

ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ ହୋଇଥିଲା ଓ ସେ ଘରେ ସଂଗରୋଧରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ ନାକରୁ କଳା ପାଣି ବୋହିବାରୁ ସେ ଚିକିତ୍ସା ପାଇଁ ଶନିବାର ଦିନ ଆସିଥିଲେ। ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ମାରାତ୍ମକ Black Fungus ବା  'Mucoromiasis' ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ Mucromycosisରେ ସଂକ୍ରମିତ ଥିବା ଜଣାପଡିଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଇସ୍ତାହାର ଜାରି କରି ରାଜଧାନୀରେ Black Fungus ବା  'Mucoromiasis' ରୋଗୀ ଚିହ୍ନଟ ନେଇ 
ସ୍ପଷ୍ଚ କରିଛି। ୭୧ ବର୍ଷ ବୟସ୍କ ଏହି ରୋଗୀ ମଧ୍ୟ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି। ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ ହୋଇଥିଲା ଓ ସେ ଘରେ ସଂଗରୋଧରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ ନାକରୁ କଳା ପାଣି ବୋହିବାରୁ ସେ ଚିକିତ୍ସା ପାଇଁ ଶନିବାର ଦିନ ଆସିଥିଲେ। ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି।

Also Read: କୋରୋନା ରୋଗୀଙ୍କୁ ହେଉଛି ଏହି ମାରାତ୍ମକ ସଂକ୍ରମଣ

Mucoromiasisରେ ଆକ୍ରାନ୍ତ ରୋଗୀ ଘରେ ଏକ ପୁରୁଣା ଏୟାର କୁଲର୍ ବ୍ୟବହାର କରିଥିଲେ। ଯାହାର ପାଣି ମଧ୍ୟ ବଦଳା ଯାଇନଥିଲା। ସେଥିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ରୋଗୀ ମଧୁମେହ ରୋଗରେ ପୀଡ଼ିତ ଥିବାରୁ Mucromycosisରେ ସଂକ୍ରମିତ ହୋଇଥିବା ସମ୍ଭାବନା ଅଧିକ। ରୋଗୀଙ୍କ ନମୂନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ସରକାରୀ ଇସ୍ତାହାରରେ କୁହାଯାଇଛି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ମତରେ, କୋରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି। ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନ୍ଧେ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର କହିଛନ୍ତି।

Also Read: ଛଅ ଦିନ ପରେ ୧୦ ହଜାର ତଳେ ରାଜ୍ୟର କୋରୋନା ଗ୍ରାଫ୍

ସୂଚନାଯୋଗ୍ୟ, କୋରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କୁ Black Fungus ବା  'Mucoromiasis' ରୋଗ ଆକ୍ରମଣ କରେ। ପୂର୍ବରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ତାହା ଚାରିଆଡେ ବ୍ୟପୀବାରେ ଲାଗିଲାଣି। ଏକ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ Black Fungus ରୋଗୀଙ୍କ ସଂଖ୍ୟା ୩୦୦ ପ୍ରତିଶତ ବୃଦ୍ଧି ପାଇଛି। ଯଦି ଏହି ଉପଯୁକ୍ତ ସମୟରେ ଏହି ରୋଗର ଚିକିତ୍ସା କରାନଯାଏ ତେବେ ରୋଗୀ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ଅଛି।