ଆଇସ୍କ୍ରିମ୍ କାଠିରେ ନନ୍ଦିଘୋଷ
Advertisement
Article Detail0/zeeodisha/odisha938287

ଆଇସ୍କ୍ରିମ୍ କାଠିରେ ନନ୍ଦିଘୋଷ

ଚର୍ମଚକ୍ଷୁରେ ରଥଯାତ୍ରା (Rath Yatra) ଦେଖିବେ ଭକ୍ତ। ହେଲେ ଏହା ବିଶ୍ୱନିଅନ୍ତାଙ୍କ ରଥଯାତ୍ରା ନୁହେଁ। କି ବଡଦାଣ୍ଡରେ ଗଡୁଥିବା ନନ୍ଦିଘୋଷ ରଥନୁହେଁ। ଏଭଳି ଏକ ନିଖୁଣ ନନ୍ଦିଘୋଷ ରଥ ଗଢିଛନ୍ତି ପୁରୀର ଜଣେ ଇଞ୍ଜିନିୟରିଂ ଛାତ୍ର ବିଶ୍ୱଜିତ ନାୟକ। କେବଳ ଆଇସକ୍ରିମ କାଠି ଓ ଅଠାରେ ଗଢିଛନ୍ତି ଏକ ଆକର୍ଷଣୀୟ ନନ୍ଦିଘୋଷ ରଥ (Nandighosha Rath) ।

ଆଇସ୍କ୍ରିମ୍ କାଠିରେ ନନ୍ଦିଘୋଷ

ପୁରୀ: କୋରୋନା ମହାମାରୀ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ। ହେଲେ ଲକଡାଉନ ସମୟରେ ଭିନ୍ନ ଭିନ୍ନ କଳାକୃତି ସେମାନଙ୍କ ପାଇଁ ଆଣି ଦେଇଛି ନିଆରା ଅନୁଭୁତି। ଦୁଇବର୍ଷ ହେଲା ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ ଚର୍ମଚକ୍ଷୁରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାଁନ୍ତି ଭକ୍ତ। ଖାସ ଭକ୍ତଙ୍କ ପାଇଁ ଆଇସକ୍ରିମ କାଠିରେ ପ୍ରସ୍ତୁତ କରିଛନ୍ତି ଆକର୍ଷଣୀୟ ରଥ। ଉଚ୍ଚଶିକ୍ଷା କରୁଥିଲେ ବି ମହାପ୍ରଭୁଙ୍କ ପ୍ରତି ଉତ୍ସର୍ଗୀକୃତ ସେବା ଭାବି ଏହି କଳାକୃତି ମାଧ୍ୟମ ନିଜକୁ ସମର୍ପି ଦେଇଛନ୍ତି ବିଶ୍ୱଜିତ ନାୟକ।

ଚର୍ମଚକ୍ଷୁରେ ରଥଯାତ୍ରା (Rath Yatra) ଦେଖିବେ ଭକ୍ତ। ହେଲେ ଏହା ବିଶ୍ୱନିଅନ୍ତାଙ୍କ ରଥଯାତ୍ରା ନୁହେଁ। କି ବଡଦାଣ୍ଡରେ ଗଡୁଥିବା ନନ୍ଦିଘୋଷ ରଥନୁହେଁ। ଏଭଳି ଏକ ନିଖୁଣ ନନ୍ଦିଘୋଷ ରଥ ଗଢିଛନ୍ତି ପୁରୀର ଜଣେ ଇଞ୍ଜିନିୟରିଂ ଛାତ୍ର ବିଶ୍ୱଜିତ ନାୟକ। କେବଳ ଆଇସକ୍ରିମ କାଠି ଓ ଅଠାରେ  ଗଢିଛନ୍ତି ଏକ ଆକର୍ଷଣୀୟ ନନ୍ଦିଘୋଷ ରଥ (Nandighosha Rath) । କେବଳ ସେତିକି ନୁହେଁ ରଥରେ ବିରାଜିତ ଅଛନ୍ତି କାଳିଆ ସାଆନ୍ତେ। ରଥଟିକୁ ଗଢିବା ପାଇଁ ପ୍ରାୟ ଅଢେଇ ହଜାର ଆଇସକ୍ରିମ କାଠି ବିନିଯୋଗ କରିଛନ୍ତି ବିଶ୍ୱଜିତ। ବିଶ୍ୱଜିତ ତିଆରି କରିଥିବା ରଥର ଉଚ୍ଚତା ୨୭ଇଞ୍ଚ ଥିବା ବେଳେ ଚଉଡା ୨୨ଇଞ୍ଚ ଅଛି। ରଥରେ ଚକ, ଘୋଡା, ଗୁଜ, ଜୋଖା ଆଦି ଅବିକଳ ରଥ ପରି। ରଥ ଟାଣି ଭକ୍ତଙ୍କ ମହଲରେ ଆନନ୍ଦ ଆଣିବେ ବୋଲି ଇଚ୍ଛା ରହିଛି। ଚଳିତବର୍ଷ ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ ଏହି ରଥ ଭକ୍ତଙ୍କ ପାଇଁ ବିକଳ୍ପ ହେଉ ବୋଲି ଆଶା ରଖିଛନ୍ତି। 

Also Read: ଛିଣ୍ଡିଲା ରଥ ଅଡୁଆ; ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ୍, ଶୁଣାଣି ବେଳେ ଏମିତି କହିଲେ CJI ଜଷ୍ଟିସ୍ ଏନ.ଭି ରମଣା

 

ସେପଟେ ପୁରୀ (Puri) ର ଜଣେ କଲେଜ ଛାତ୍ରୀ ସୁସ୍ମିତା ମହାରଣାଙ୍କ ନିଖୁଣ କଳାକୃତି ଅନେକଙ୍କୁ ଆକର୍ଷିତ କରିଛି। ସେ ବି ଗଢିଛନ୍ତି ଆଇସିକ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥ (Lord Jagannath) ଙ୍କ ନନ୍ଦିଘୋଷ ରଥର ଅବିକଳ ପ୍ରତିକୃତି। ସ୍ନାନବେଦୀରେ ପ୍ରଭୁଙ୍କୁ ଟିକେ ଦର୍ଶନ କରିପାରିଲେ ନାହିଁ। ପୁଣି ରଥଯାତ୍ରା ବି ହେବ ବିନା ଭକ୍ତରେ। ଏଣୁ ରଥାରୂଢ ଶ୍ରୀଜୀୟୁଙ୍କୁ ଟିକେ ଦର୍ଶନ କରିବାକୁ ମନଥିଲେ ବି ମିଳିବନି ସୁଯୋଗ। ଭକ୍ତ ସାଲବେଗ ଭଳି ଆଇସକ୍ରିମ କାଠିରେ ଗଢିଛନ୍ତି ନନ୍ଦିଘୋଷ ରଥ। ଗଢିବାକୁ ତାଙ୍କୁ ୭ ଦିନ ସମୟ ଲାଗି ଥିବା ବେଳେ ୨ ହଜାରରୁ ଅଧିକ ଆଇସିକ୍ରିମ କାଠିରେ ପ୍ରସ୍ତୁତ କରିଛନ୍ତି କୁନି ରଥ। ସବୁଠୁ ବଡ଼ କଥା ହେଉଛି ସୁସ୍ମିତା ପ୍ରତିଦିନ ରଥ ନିର୍ମାଣ ଦେଖିବା ପାଇଁ ରଥଖଳାକୁ ଆସନ୍ତି। ଦେଖି ଦେଖି ଏହି ରଥ ସେ ନିର୍ମାଣ କରିଛନ୍ତି।

fallback

ଚଳିତବର୍ଷ ମହାମାରୀ (Coronavirus) ଯୋଗୁ ବିନା ଭକ୍ତ ରେ ରଥଯାତ୍ରା ହେଉଥିବା ବେଳେ ଆସନ୍ତା ବର୍ଷକୁ ଏଭଳି ସ୍ଥିତି ନ ରହୁ ବୋଲି ସୁସ୍ମିତା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତେବେ ସୁସ୍ମିତା ଗତକାଲି ସେ ତିଆରି କରିଥିବା ରଥଟିକୁ ରଥ ଖଳା ନିକଟକୁ ଆଣିଥିଲେ। କଳାକୃତିଟିକୁ ଦେଖି ଅନେକ ଲୋକ ବେଶ ପ୍ରଶଂସା କରିଛନ୍ତି। କେବେ ହଟିବ କୋରୋନା ମହାମାରୀ ଆଉ କେବେ ମିଳିବ ଟିକେ ବିଶ୍ୱନିୟନ୍ତାଙ୍କ ଦର୍ଶନ। ଚାତକ ଭଳି ଚାହିଁ ବସିଛନ୍ତି ଭକ୍ତ। ହେଲେ ଏମାନଙ୍କ କଳାକୃତି ଭକ୍ତଟିଏ ପାଇଁ ବିକଳ୍ପ ସାଜିବ ବୋଲି ଆଶା ରଖିଛନ୍ତି ଶିଳ୍ପୀ।