ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ
Advertisement
Article Detail0/zeeodisha/odisha912808

ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ

ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ (COVID Hospital) କୁ କଡା ବିରୋଧ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ (Heath Ministry) ଙ୍କ ଦ୍ୱାରା ସମ୍ବଲପୁର (Sambalpur) ସହରର ମଧ୍ୟ ସ୍ଥଳରେ ରହିଥିବା ସ୍ପର୍ଶ ସିଟି ହସ୍ପିଟାଲକୁ ଦ୍ୱିତୀୟ କୋଭିଡ ହସ୍ପିଟାଲ ଘୋଷଣା ପରେ ପରେ ତୀବ୍ର ବିରୋଧ ଦେଖାଦେଇଛି । ଜିଲ୍ଲାରେ କୋଭିଡ ସ୍ଥିତିର ଗୁରୁତ୍ୱକୁ ଦେଖି ରାଜ୍ୟ

ସମ୍ବଲପୁର ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ କଡା ବିରୋଧ

ସମ୍ବଲପୁର: ସହରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ (COVID Hospital) କୁ କଡା ବିରୋଧ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ (Heath Ministry) ଙ୍କ ଦ୍ୱାରା ସମ୍ବଲପୁର (Sambalpur) ସହରର ମଧ୍ୟ ସ୍ଥଳରେ ରହିଥିବା ସ୍ପର୍ଶ ସିଟି ହସ୍ପିଟାଲକୁ ଦ୍ୱିତୀୟ କୋଭିଡ ହସ୍ପିଟାଲ ଘୋଷଣା ପରେ ପରେ ତୀବ୍ର ବିରୋଧ ଦେଖାଦେଇଛି । ଜିଲ୍ଲାରେ କୋଭିଡ ସ୍ଥିତିର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାର ଦ୍ଵିତୀୟ କୋଭିଡ ହସ୍ପିଟାଲକୁ ଗ୍ରୀନ ସିଗନାଲ ଦେଇଛନ୍ତି । ସେହିକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମେ ୩୧ରେ ସମ୍ବଲପୁର ଗସ୍ତରେ ଆସି ବିଧିବଦ୍ଧ ଭାବେ ଦ୍ଵିତୀୟ କୋଭିଡ ହସ୍ପିଟାଲର ଘୋଷଣା କରିଥିଲେ । ସେ କହିଥିଲେ ଯେ ଜୁନ ୧୫ରୁ ୨୦ ତାରିଖ ମଧ୍ୟରେ ସହରର ମଧ୍ୟ ସ୍ଥଳରେ ଥିବା ସ୍ପର୍ଶ ସିଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ସେପଟେ ଏହି କୋଭିଡ ହସ୍ପିଟାଲର ପରିଚାଳନା ଦାୟିତ୍ୱ ବିକାଶ ଗ୍ରୁପ ହାତରେ ରହିଛି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପକେଟରେ ଅଛି ଏହି ପୁରୁଣା ନୋଟ୍ ତ ହୋଇଯିବେ ମାଲାମାଲ, ଜାଣନ୍ତୁ କିପରି...

ମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଉଠିଛି ବିରୋଧର ସ୍ୱର । ସମ୍ବଲପୁରରେ ହେବାକୁ ଥିବା ଆଉ ଏକ ନୂଆଁ କୋଭିଡ ହସ୍ପିଟାଲକୁ ନେଇ ସୃଷ୍ଟି ହୋଇଛି ବିବାଦ । ସମ୍ବଲପୁର ଗୋଲବଜାର ଛକରୁ ପୀର ବାବା ଛକ ମଧ୍ୟରେ ମୁଖ୍ୟ ରାସ୍ତା କଡ଼ରେ ଥିବା ସ୍ପର୍ଶ ସିଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ସହ ଏହି ହସ୍ପିଟାଲକୁ ଅନ୍ୟ କୌଣସି ସ୍ଥାନରେ କରାଯାଉ ବୋଲି ସମ୍ବଲପୁର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣେଇଛନ୍ତି ଅଞ୍ଚଳବାସୀ ।

ଅଧିକ ପଢ଼ନ୍ତୁ:-ନାବାଳିକାଙ୍କ ସହ ଦୁଷ୍କର୍ମ, ଗିରଫ ହେଲା ମୌଲବୀ

ଏହି ଅଞ୍ଚଳଟି ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ଏହି ଅଞ୍ଚଳରେ ୨ଟି ବ୍ୟାଙ୍କ, ସପିଙ୍ଗ ମଲ ରହିଛି । ଏହା ସହ ଏହି ଘରୋଇ ହସ୍ପିଟାଲର ସମ୍ମୁଖ ରାସ୍ତା ଅତି ସଂକୀର୍ଣ୍ଣ ଓ ଏହାର ସମ୍ମୁଖରେ ପାର୍କିଂ ସୁବିଧା ନଥିବା ସହ ଫାୟାର ସେଫଟି ଗାଇଡ଼ ଲାଇନ ମଧ୍ୟ ନ ଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଏହି ଅଞ୍ଚଳରେ ନୂଆଁ କୋଭିଡ ହସ୍ପିଟାଲ ହେଲେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ଭୟ ସହ ଜୀବନ ପ୍ରତି ମଧ୍ୟ ବିପଦ ରହିବ ବୋଲି ଅଭିଯୋଗ ହୋଇଛି । ତେଣୁ ସହରର ଏହି ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ସ୍ପର୍ଶ ସିଟି ହସ୍ପିଟାଲରେ ଏହି କୋଭିଡ ହସ୍ପିଟାଲ ନକରାଯାଇ ଅନ୍ୟ କୌଣସି ସ୍ଥାନରେ କରାଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।