ସମ୍ବଲପୁରରେ ନିର୍ମାଣ ହେଲା ଦ୍ୱିତୀୟ ହିରାକୁଦ ଡ୍ୟାମ୍ ! ବିଦ୍ୟୁତ ନୁହେଁ ଉତ୍ପନ୍ନ ହେବ ବିକାଶ
Advertisement
Article Detail0/zeeodisha/odisha1215669

ସମ୍ବଲପୁରରେ ନିର୍ମାଣ ହେଲା ଦ୍ୱିତୀୟ ହିରାକୁଦ ଡ୍ୟାମ୍ ! ବିଦ୍ୟୁତ ନୁହେଁ ଉତ୍ପନ୍ନ ହେବ ବିକାଶ

ସମ୍ବଲପୁର ସହର ମଧ୍ୟରେ ଦ୍ୱିତୀୟ ହିରାକୁଦ ନଦୀବନ୍ଧ ନିର୍ମାଣ ହୋଇଛି। ଏହି ଦ୍ୱିତୀୟ ହିରାକୁଦ ନଦୀବନ୍ଧକୁ ନେଇ ସମ୍ବଲପୁର ସହରରେ ବେଶ ଚର୍ଚ୍ଚା ମଧ୍ୟ ଚାଲିଛି। ଯେ କେହି ବି ଏହାକୁ ଦେଖିଲେ ପ୍ରଶଂସା କରି ରହିପାରୁନାହାନ୍ତି। 

ସମ୍ବଲପୁରରେ ନିର୍ମାଣ ହେଲା ଦ୍ୱିତୀୟ ହିରାକୁଦ ଡ୍ୟାମ୍ ! ବିଦ୍ୟୁତ ନୁହେଁ ଉତ୍ପନ୍ନ ହେବ ବିକାଶ

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ନା ସରକାରୀ କାର୍ଯ୍ୟାଳୟ? ନୂତନ କରି ନିର୍ମିତ ସମ୍ବଲପୁର ମହାନଗର ନିଗମ (SMC) ଓ  ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (SDA) କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇଛି। ଏହି କୋଠା ଅବିକଳ ହୀରକୁଦ ବନ୍ଧର ଭ୍ରମ ସୃଷ୍ଟି କରୁଛି। ଯେ କେହି ଦେଖିଲେ, ଏହା ହୀରାକୁଦ ନଦୀବନ୍ଧ ଗେଟର ଅବିକଳ ଚିତ୍ର ବୋଲି କହିବେ।

ସମ୍ବଲପୁର ସହର ମଧ୍ୟରେ ଦ୍ୱିତୀୟ ହିରାକୁଦ ନଦୀବନ୍ଧ ନିର୍ମାଣ ହୋଇଛି। ଏହି ଦ୍ୱିତୀୟ ହିରାକୁଦ ନଦୀବନ୍ଧକୁ ନେଇ ସମ୍ବଲପୁର ସହରରେ ବେଶ ଚର୍ଚ୍ଚା ମଧ୍ୟ ଚାଲିଛି। ଯେ କେହି ବି ଏହାକୁ ଦେଖିଲେ ପ୍ରଶଂସା କରି ରହିପାରୁନାହାନ୍ତି। ତେବେ ଲୋକଙ୍କ ମନରେ ହିରାକୁଦ ଡ୍ୟାମର ଭ୍ରମ ସୃଷ୍ଟି କରୁଥିବା ନଦୀବନ୍ଧର ଗେଟ ସତସତିକା ହିରାକୁଦ ଡ୍ୟାମ ନୁହେଁ, ଏହା ହେଉଛି ସମ୍ବଲପୁର ମହାନଗର ନିଗମ ଓ ଏସଡିଏର ନୂତନ ଭାବରେ ନିର୍ମାଣ ହୋଇଥିବା କୋଠା।

Also Read: ବ୍ରିଜରୁ ଖସି ଫାଟିଲା ତେଲ ଟ୍ୟାଙ୍କର, ଚାରି ଜୀବନ୍ତ ଦଗ୍ଧ

ସମ୍ବଲପୁର ସହରର ଦୁର୍ଗାପାଲି ନିକଟରେ ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ହିରାକୁଦ ଡ୍ୟାମ ଡିଜାଇନରେ ନିର୍ମାଣ କରାଯାଇଥିବା ଏହି ନୂତନ କୋଠା। ଏହି କୋଠାଟି ହିରାକୁଦ ଡ୍ୟାମର ଅବିକଳ ଡିଜାଇନରେ ତିଆରି ହୋଇଛି। ଏଭଳି ସୁନ୍ଦର କୋଠା ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବ ବୋଲି କୁହାଯାଇଛି। ମହାନଗର ନିଗମ ଓ ଏସଡିଏ କାଯ୍ୟାଳୟର ଅଧିକାଂଶ ବିଭାଗ ଏହି ନୂତନ କୋଠାରେ ଏବେ ଧୀରେ ଧୀରେ କାଯ୍ୟାରମ୍ଭ କରିଛନ୍ତି। 

fallback

ଆଗାମୀ ଦିନରେ ଏହି ନୂତନ କୋଠାର ପାରିପାର୍ଶ୍ବିକ ଅଞ୍ଚଳ ମଧ୍ୟ ବିକଶିତ କରାଯିବ ବୋଲି କହିଛନ୍ତି ମହାନଗର ନିଗମ କମିସନର, ପ୍ରଦିପ ସାହୁ କହିଛନ୍ତି। ସେପଟେ ମହାନଗର ନିଗମ ଓ ଏସଡ଼ିଏ କାର୍ଯ୍ୟାଳୟ  ସହର ଠାରୁ ଦୂରକୁ ଉଠିଯାଉଛି। ଯାହାକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ଲୋକଙ୍କୁ ଏବେ ଛୋଟ ଛୋଟ କାମ ପାଇଁ ମଧ୍ୟ କିଲୋମିଟର କିଲୋମିଟ ଦୂର ଯିବାକୁ ପଡିବ ବୋଲି କୁହାଯାଉଛି। ଅନ୍ୟପଟେ ସମ୍ବଲପୁର ମହାନଗର ନିଗମ ଘୋଷଣାକୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ବାଚନ ହୋଇନଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି।