ସୋମବାର ପୁଣି ଥରେ ସମଲେଶ୍ବରୀ ମନ୍ଦିରର ପୂଜକଙ୍କ ସହ ଦୋକାନୀମାନେ ମନ୍ଦିର ବାହାରେ ରାସ୍ତାରୋକ କରିବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ କୁଷ ପୁତ୍ତଳିକା ଦାହ (effigies burn) କରି ପ୍ରତିବାଦ କରିଥିଲେ।
Trending Photos
ସମ୍ବଲପୁର: ଶେଷରେ ନରମିଲା ପ୍ରଶାସନ। ପ୍ରାୟ ଏକ ବର୍ଷ ପରେ ସୋମବାର ଖୋଲିଛି ସମଲେଶ୍ବରୀ ମନ୍ଦିର ପରିସରର ଦୋକାନ। ବାରମ୍ବାର ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡର ସହମତିରେ ମନ୍ଦିର ପରିସରର ଦୋକାନ ଖୋଲିବାକୁ ଅନୁମତି ମିଳିଛି।
ସମ୍ବଲପୁର (Sambalpur) ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ (Samaleswari) ଦେବୀଙ୍କ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ପ୍ରଶାସନର କଟକଣାକୁ ନେଇ ବିବାଦ ଥମିବାର ନା ଧରୁ ନ ଥିଲା। ସୋମବାର ପୁଣି ଥରେ ସମଲେଶ୍ବରୀ ମନ୍ଦିରର ପୂଜକଙ୍କ ସହ ଦୋକାନୀମାନେ ମନ୍ଦିର ବାହାରେ ରାସ୍ତାରୋକ କରିବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ କୁଷ ପୁତ୍ତଳିକା ଦାହ (effigies burn) କରି ପ୍ରତିବାଦ କରିଥିଲେ। ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାରୁ ବାଧ୍ୟ ହୋଇ ମନ୍ଦିର ପରିସରରେ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ଅନୁମତି ପ୍ରଦାନ କରିଛି।
Also Read: ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!
ବର୍ଷେ ହେବ ମନ୍ଦିର (Samaleswari Temple) ପରିସରର ଦୋକାନ ସବୁ ବନ୍ଦ ରହୁଥିବାରୁ ସଧାରଣରେ ଅସନ୍ତୋଷ ଦେଖାଦେଉଥିଲା। ବାରମ୍ବାର ଆନ୍ଦୋଳନ ହେଉଥିଲା। ସୋମବାର ସକାଳୁ ମଧ୍ୟ ଦୋକାନ ଖୋଲିବ ଦାବିରେ ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାସ୍ତାକୁ ଦୋକାନୀ (shopkeepers) ଓ ପୂଜକ ଅବରୋଧ କରିଥିଲେ। ବିକ୍ଷୋଭ ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତିଙ୍କ ପୁଷ ପୁତ୍ତଳିକା ଦାହ ସହ ସେମାନେ ଜିଲ୍ଲା ପ୍ରଶାସନ (Sambalpur Dist Administration) ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ବିରୋଧରେ ନାରାବାଜି କରିଥିଲେ।
ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ, ଏକ ବର୍ଷ ହେଲା କୋରୋନା ପାଇଁ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବା ଯୋଗୁଁ ଦୋକାନୀ ଓ ସେବାୟତଙ୍କୁ ପରିବାର ଚଲାଇବା କଷ୍ଟସାଧ୍ୟ ହୋଇପଡିଛି। ଏବେ କରୋନା ସଂକ୍ରମଣ (Coronavirus) କମିବା ପରେ ସବୁ ଦୋକାନ ବଜାର ଖୋଲିଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ଜାଣିଶୁଣି ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦେଉନାହାନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି ।
Also Read: ମହାମାରୀରେ ଗରିବଙ୍କ ସାହା 'ମନରେଗା'
ଅପରପକ୍ଷରେ ସମଲେଶ୍ବରୀ ମନ୍ଦିର ବାହାରେ ସେବାୟତଙ୍କ ସହ ପୂଜା ସାମଗ୍ରୀ ଦୋକାନୀଙ୍କ ଆନ୍ଦୋଳନ ପାଇଁ ମନ୍ଦିର ବାହାରେ ବହୁ ସମୟ ଧରି ଉତ୍ତେଜନା ପରିସ୍ଥିତି ସୄଷ୍ଟି ହୋଇଥିଲା। ବହୁ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିଲା। ପରେ ଘଟଣାସ୍ଥଳରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପହଂଚି ସ୍ଥିତିକୁ ସମ୍ଭାଳି ଥିଲେ। ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ଦୋକାନୀମାନଙ୍କୁ ନେଇ ଏକ ବୈଠକ ବସିଥିଲା।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସୋମବାର ଠାରୁ ସବୁ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବ ପରି କୌଣସି ଭୋଗ ମାଁଙ୍କ ପାଖରେ ଲାଗି କରାଯାଇପାରିବ ନାହିଁ। ବାହାରେ ଭକ୍ତ ପ୍ରଦୀପ ଜାଲିବେ। ଯିଏ ଚାହିଁବେ ମନ୍ଦିର ବାହାରୁ କିମ୍ବା ପରିସରର ଦୋକାନରୁ କିଣିପାରିବେ। ସମସ୍ତ ସରକାରୀ କଟକଣାକୁ ଅନୁପାଲନ କରି ମନ୍ଦିର ପାରିସରସ୍ଥ ଦୋକାନ ଖୋଲିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା।