ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ସୌର ବିଦ୍ୟୁତ
Advertisement
Article Detail0/zeeodisha/odisha1042945

ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ସୌର ବିଦ୍ୟୁତ

ହୀରାକୁଦ ଜଳଭଣ୍ଡାରରେ ଉତ୍ପାଦନ ଗ୍ରୀନ ଏନର୍ଜି ହେବ। ହୀରାକୁଦ ଜଳଭଣ୍ଡାରରେ (Hirakud Dam) ଏବେ ଜଳ ବିଦ୍ୟୁତ ସହ ସୌର ବିଦ୍ୟୁତ (solar power) ଉତ୍ପାଦନ ହେବ। ଏହି ପ୍ରକଳ୍ପଟି ୨୦୦ କୋଟି ବଜେଟର ବୋଲି ସୂଚନା ଦିଆଯାଇଛି।

ଡିଜାଇନ୍ ଫଟୋ

ସମ୍ବଲପୁର: ଜଳ ବିଜ୍ୟୁତ କେନ୍ଦ୍ରରେ ଉତ୍ପାଦନ ହେବ ସୌର ବିଦ୍ୟୁତ। କଥାଟା ଟିକେ ଅଡୁଆ ଲାଗୁଥିବ ନିଶ୍ଚିତ। କିନ୍ତୁ ଖବର ସେମିତି କିଛି ଆସିଛି। ହୀରାକୁଦ ଜଳଭଣ୍ଡାରରୁ ସୌର ବିଦ୍ୟୁତ ଉତ୍ପାଦନ ହେବ। ଆଉ ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। 

ହୀରାକୁଦ ଜଳଭଣ୍ଡାରରେ ଉତ୍ପାଦନ ଗ୍ରୀନ ଏନର୍ଜି ହେବ। ହୀରାକୁଦ ଜଳଭଣ୍ଡାରରେ (Hirakud Dam) ଏବେ ଜଳ ବିଦ୍ୟୁତ ସହ ସୌର ବିଦ୍ୟୁତ (solar power) ଉତ୍ପାଦନ ହେବ। ଏହି ପ୍ରକଳ୍ପଟି ୨୦୦ କୋଟି ବଜେଟର ବୋଲି ସୂଚନା ଦିଆଯାଇଛି। ବିନା ପ୍ରଦୂଷଣରେ ହୀରାକୁଦ ଜଳଭଣ୍ଡାରର ଜଳରାଶିରେ ସୋଲାର ପ୍ୟାନାଲ ପକାଇ ସୌରଶକ୍ତି ଉତ୍ପାଦନ କରାଯିବ। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର ଉଦ୍ୟମରେ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ସରିଯାଇଥିବା ବେଳେ ଆଗାମୀ ବର୍ଷରେ ଏହି ପ୍ରକଳ୍ପ ଆରମ୍ଭ ହେବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Also Read: ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ

ସୌର ବିଦ୍ୟୁତ (solar power) ପ୍ରକଳ୍ପ ପାଇଁ ଜୁଲାଇ-ଅଗଷ୍ଟରେ ଏକ ସଂସ୍ଥା ଦ୍ବାରା ସର୍ଭେ କାର୍ଯ୍ୟ ସରିଯାଇଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଜଳଭଣ୍ଡାରର ୭୪୩ ବର୍ଗ କିମିରୁ ୧୦ ବର୍ଗ କିମି ଅଞ୍ଚଳରେ ସର୍ଭେ ହୋଇଥିବା ବେଳେ ଏକ ବର୍ଗ କିମି ଅଞ୍ଚଳରେ ଏହି ପ୍ରକଳ୍ପ ହେବ। ଗଭୀର ଜଳରାଶିରେ ସୋଲାର ପ୍ୟାନେଲ ବିଛାଇ ୪୦ ମେଗାୱାଟ ସୋଲାର ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ୟାନେଲ ଗୁଡ଼ିକର ଆୟୁଷ ୨୫ ବର୍ଷ ରହିବ । ତେବେ ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବିଦ୍ୟୁତ ସଙ୍କଟ କିଛି ମାତ୍ରରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।