ସାଇବର ଠକେଇର ନୂଆ ଫଣ୍ଡା: କାର୍ତ୍ତିକର ଗୋଟିଏ କଲ୍ ରେ ବ୍ୟାଙ୍କ ଆକାଉଣ୍ଟରେ ବୁଲୁଥିଲା କଳାକନା
Advertisement

ସାଇବର ଠକେଇର ନୂଆ ଫଣ୍ଡା: କାର୍ତ୍ତିକର ଗୋଟିଏ କଲ୍ ରେ ବ୍ୟାଙ୍କ ଆକାଉଣ୍ଟରେ ବୁଲୁଥିଲା କଳାକନା

ଯାନ୍ତ୍ରିକ ତ୍ରୁଟି ବାହାନା କରି ନିଜ ଆଡୁ ଟଙ୍କା ପଠାଇବା ପରେ ପୁଣି ଉକ୍ତ ବ୍ୟକ୍ତି ଙ୍କୁ କୁହେ ଅନ୍ୟ ଏକ ନମ୍ବର ରେ ଗୁଗଲ ପେ ବା ଫୋନ ପେ କରିବାକୁ। ବ୍ୟାଙ୍କ ବିବରଣୀ ଦେଖିବା ଯାଏଁ ବ୍ୟାଙ୍କ ରେ ଉଠି ଯାଇଥାଏ ଟଙ୍କା, ଆଉ ଉକ୍ତ ବ୍ୟକ୍ତି ହୋଇଯାଇଥାଏ ସାଇବର ଅପରାଧୀ ର ଶିକାର।

ସାଇବର ଠକେଇର ନୂଆ ଫଣ୍ଡା: କାର୍ତ୍ତିକର ଗୋଟିଏ କଲ୍ ରେ ବ୍ୟାଙ୍କ ଆକାଉଣ୍ଟରେ ବୁଲୁଥିଲା କଳାକନା

ମୁକେଶ ପ୍ରଧାନ, ଝାରସୁଗୁଡ଼ା:  ଶିକ୍ଷାଗତ ଯୋଗ୍ୟତା ନବମ। ହେଲେ ଲୋକଙ୍କୁ ଠକି ଟଙ୍କା ଲୁଟିବାରେ ପାରଙ୍ଗମ। Justdial ଏବଂ GOOGLE ସାହାଯ୍ୟରେ ଅନେକ ବ୍ୟକ୍ତି ଙ୍କର ନମ୍ବର ନେଇ କଲ କରି ପରିଚୟ ସ୍ଥାପନ କରି, ନିଜ ଆଡ଼ୁ ପଠାଏ ନକଲି ପେମେଣ୍ଟ ମେସେଜ। ଯାନ୍ତ୍ରିକ ତ୍ରୁଟି ବାହାନା କରି ନିଜ ଆଡୁ ଟଙ୍କା ପଠାଇବା ପରେ ପୁଣି ଉକ୍ତ ବ୍ୟକ୍ତି ଙ୍କୁ କୁହେ ଅନ୍ୟ ଏକ ନମ୍ବର ରେ ଗୁଗଲ ପେ ବା ଫୋନ ପେ କରିବାକୁ। ବ୍ୟାଙ୍କ ବିବରଣୀ ଦେଖିବା ଯାଏଁ ବ୍ୟାଙ୍କ ରେ ଉଠି ଯାଇଥାଏ ଟଙ୍କା, ଆଉ ଉକ୍ତ ବ୍ୟକ୍ତି ହୋଇଯାଇଥାଏ ସାଇବର ଅପରାଧୀ ର ଶିକାର।

ଦଶ ରୁ କୋଡ଼ିଏ ହଜାର ଟଙ୍କା ଯାଏଁ ଅନଲାଇନ (Online) କରେ ଲୁଟ, କାରଣ ଏତେ କମ ଟଙ୍କା ଲୁଟ ର ଶିକାର ହେବା ପରେ ପୀଡିତ ପୋଲିସ ପାଖକୁ ଯାଇ ଅଭିଯୋଗର ସମ୍ଭାବନା କମ। ଝାରସୁଗୁଡା ରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ନାମରେ ଅଛି ୫ ଟି ମାମଲା, ଏହା ସହିତ ଚାଉଳିଆଗଞ୍ଜ, ଯାଜପୁର ରୋଡ଼, ଜଗତସିଂହପୁର, ଉଦିତନଗର, ଘାସିପୁର, ଦଶପଲ୍ଲା ରେ ରହିଛି ସମ୍ପୃକ୍ତ ବ୍ୟକ୍ତି ଙ୍କର ନାମରେ ସାଇବର ମାମଲା (Cyber Case)।

Also Read: ଆଗାମୀ ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ସାଇବର ଅପରାଧ ରେ ଗିରଫ ହେଲା ନୟାଗଡ଼ ଜିଲ୍ଲା,ନୂଆଗାଁ ସୋରୋଡ଼ା ର କାର୍ତିକ ଓରଫ ସୁନୀଲ ରାଉତରାୟ, ବଖାଣିଲା କେମିତି ଫୋନ କଲ ମାଧ୍ୟମରେ ଲୁଟୁଥିଲା ବ୍ୟକ୍ତିଙ୍କୁ। ଝାରସୁଗୁଡ଼ାର ଡି. ଶର୍ମା ପାଖକୁ ଗତ ମେ ମାସ ୨୯ ତାରିଖ ରାତି ୯ ଟାରେ ଗୋଟେ ଫୋନ ଆସିଲା ଅଜଣା ନମ୍ବର ରୁ। କଥା ହେଲେ, ଜଣାଶୁଣା ହୋଇ ପରିଚିତ ବନ୍ଧୁ ଭାବରେ କଥା ମଧ୍ୟ ହେଲେ। ତାପରେ କଲ କରିଥିବା ଉକ୍ତ ବ୍ୟକ୍ତି ଜଣକ କହିଲେ ମୁଁ ଆପଣଙ୍କୁ ଗୁଗଲ (Google Pay) ପେ ରେ କିଛି ଟଙ୍କା ପଠାଉଛି ମତେ ଆପଣ ସେହି ଟଙ୍କା ଆଉ ଗୋଟେ ନଂ ରେ ପଠେଇଦେବେ ମୋର ଟିକେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟଙ୍କା ଯାଉନାହିଁ। ଝାରସୁଗୁଡ଼ାର ଡି. ଶର୍ମା ଙ୍କ ପାଖକୁ ଏକ ପେମେଣ୍ଟ ରିସିଭର ଫେକ୍ ମେସେଜ ମଧ୍ୟ ଆସିଲା ଡି ଶର୍ମା ଏଥିରେ ରାଜି ହୋଇ କୁହାଯାଇଥିବା ନଂ ରେ ଟଙ୍କା ମଧ୍ୟ ଦେଇଦେଲେ,  ହେଲେ ମେସେଜ ଫେକ ଥିଲା ଏବଂ ପରେ ଦେଖିବା ବେଳକୁ କଲ ଆସିଥିବା ନମ୍ବର ଏବଂ ଟଙ୍କା ଯାଇଥିବା ନମ୍ବର ଉଭୟ ସ୍ୱିଚ ଅଫ ଆସିଥିଲା। 

Also Read: ପୃଥିବୀ ନିକଟରେ ୪ଟି ଧୂମକେତୁ ଆବିଷ୍କାର କଲେ ଭାରତୀୟ ବୈଜ୍ଞାନିକ

ଏନେଇ ଡି ଶର୍ମା ଝାରସୁଗୁଡା ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ଝାରସୁଗୁଡା SP ଙ୍କର ନେତୃତ୍ୱରେ ଗଠନ ହେଲା ଏକ ତଦନ୍ତକାରୀ ଟିମ। ଏବଂ ଝାରସୁଗୁଡ଼ା ପୋଲିସ ଆରମ୍ଭ କଲା ତଦନ୍ତ । ଏ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଜିଲ୍ଲାର ନୂଆଗାଁ, ସୋରୋଡ଼ା ର ସୁନୀଲ ରାଉତରାୟ ଓରଫ କାର୍ତ୍ତିକ ଚିହ୍ନଟ କରିବାରେ ସଫଳ ହେଲା । ତଦନ୍ତ ସମୟରେ ଜଣାପଡିଲା ଯେ ଅଭିଯୁକ୍ତ କାର୍ତ୍ତିକ ନୟାଗଡ଼, ଖୋର୍ଦ୍ଧା ଏବଂ କଟକ ର ବିଭିନ୍ନ ମୋବାଇଲ ଦୋକାନରୁ ନକଲି ସିମ କାର୍ଡ (Sim Card) କିଣୁଥିଲା। ଏବଂ ନିଜର  ଶିକାରକୁ  ଗୁଗଲ ରେ ଏବଂ justDial apps ରେ ଅନୁସନ୍ଧାନ କରୁଥିଲା। 

Also Read: ବୁଲା କୁକୁର ମାରି ପୂର୍ବତନ BSNL କର୍ମଚାରୀ ଗିରଫ

ଏହି ଆପ୍ସ ମାଧ୍ୟମରେ କଲ କରୁଥିବା ବ୍ୟକ୍ତି ଙ୍କର ପରିଚୟ ଜାଣିବା ପରେ ତାହା ସହିତ ପରିଚିତ ଭାବରେ କଥା ହୋଇ ବିଶ୍ୱାସ ସୃଷ୍ଟି କରୁଥିଲା କାର୍ତ୍ତିକ। ଏବଂ ନିଜେ ଗୋଟିଏ ପେମେଣ୍ଟ (Payment) ଦେଇଥିବା ମେସେଜ ପଠେଇ ବିଶ୍ୱାସ ସୃଷ୍ଟି କରୁଥିଲା ଏବଂ ଆଉ ଗୋଟେ ନମ୍ବର ରେ ପେମେଣ୍ଟ ମାଗୁଥିଲା। ପେମେଣ୍ଟ ଆସିଥିବା ମେସେଜ କୁ ଦେଖି ବ୍ୟକ୍ତି ମାନେ କାର୍ତିକ ଦେଇଥିବା ନମ୍ବରରେ ଟଙ୍କା ପଠାଇ ଦେଉଥିଲେ। ଯେତେବେଳେ ବ୍ୟାଙ୍କ ଷ୍ଟେଟମେଣ୍ଟ (Bank Statement) ଦେଖୁଥିଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଉଥିଲା। 

Also Read: ଅବାଧରେ ଚାଲିଛି ବେଆଇନ କରତକଳ, ନିରବଦ୍ରଷ୍ଟା ବନବିଭାଗ

ଟଙ୍କା ପାଇବା ପରେ କାର୍ତ୍ତିକ ନମ୍ବରକୁ ବଦଳାଇ ପୁଣି ନୂଆ ସିମ କାର୍ଡ ବ୍ୟବହାର କରୁଥିଲା। ଏଭଳି ଠକେଇ କରି ଟଙ୍କା ଆଦାୟ କରିବାକୁ କାର୍ତ୍ତିକ ବିଭିନ୍ନ ବ୍ୟାଙ୍କ ରେ ଭିନ୍ନ ଏକାଉଣ୍ଟ ଖୋଲିଛି। କାର୍ତ୍ତିକ ପ୍ରତି ବ୍ୟକ୍ତି ଙ୍କୁ ୧୦ ହଜାର ରୁ ୨୦  ହଜାର ଟଙ୍କା ଯାଏଁ ଟଙ୍କା ହିଁ ମାଗୁଥିଲା। ୧୦ ହଜାର ରୁ ୨୦ ହଜାର ଟଙ୍କା ଯାଏଁ ଠକାମୀ ର ଶିକାର ହେଲେ ପ୍ରାୟତଃ କେହି ପୋଲିସ ରିପୋର୍ଟ କରିବାକୁ ଯାଆନ୍ତି ନାହିଁ ବୋଲି ଜାଣିଥିଲା କାର୍ତ୍ତିକ। କାର୍ତ୍ତିକ ର ବ୍ୟାଙ୍କ ଆକାଉଣ୍ଟ ଏବଂ ଗୁଗଲ ପେ ଡିଟେଲ ର ତଦନ୍ତ ପରେ ଜଣାପଡ଼ିଛି ଯେ କାର୍ତ୍ତିକ ଦୀର୍ଘ 4/5 ବର୍ଷରୁ ଏପରି ଝାରସୁଗୁଡ଼ା ରେ ଏମିତି ୫ ଟି କେସ ସହିତ ରାଜ୍ୟ ର ଅନ୍ୟ ଜିଲ୍ଲାରେ ୧୧ ଟି କେସ ରେ ତାର ସମ୍ପୃକ୍ତି ଥିବା ଜଣାପଡ଼ିଛି। ତା ଠାରୁ ପୋଲିସ ୧୧ ଟି ମୋବାଇଲ ଫୋନ(Mobile Phone), ୨୮ ଟି ସିମକାର୍ଡ, ୧୪ ଟି ଭିନ୍ନ ଭିନ୍ନ ବ୍ୟାଙ୍କ ର ATM କାର୍ଡ, ୧୫ ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଚେକ ବୁକ, ୩ ଟି ପାସବୁକ ଜବତ କରିଛି।