ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲା: ଗୁଲଠୁକୁ ଛଅ ବର୍ଷ କାରାଦଣ୍ଡ, ମାଆ-ଭଉଣୀ ଓ ବଡ଼ ମାଆ ନିର୍ଦ୍ଦୋଷ
Advertisement

ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲା: ଗୁଲଠୁକୁ ଛଅ ବର୍ଷ କାରାଦଣ୍ଡ, ମାଆ-ଭଉଣୀ ଓ ବଡ଼ ମାଆ ନିର୍ଦ୍ଦୋଷ

ଗୁଣମଣୀଙ୍କ ନାବାଳକ ପୁଅ ଚର୍ତୁଭୁଜ କର୍ମୀ (୧୩) ସକାଳ ୯ଟା ସମୟରେ ଦପଲା ଉଚ୍ଚବିଦ୍ୟାଳୟକୁ ଯାଉଥିଲା। ଏହି ସମୟରେ ଚନ୍ଦନିଆଁମୁଣ୍ଡା-ଦପଲା ରାସ୍ତାର ବନ୍ଧମୁଣ୍ଡାଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଅଭିଯୁକ୍ତ ଗୁଲଠୁ ବସ୍ତିଆ, ଚର୍ତୁଭୁଜକୁ ବାଟରେ ଅଟକାଇ ଛାତି ଉପରେ ବସି କଟୁରୀ ଦ୍ୱାରା ତାର ଦୁଇ ହାତ ପାପୁଲିରୁ ସବୁ ଆଙ୍ଗୁଠି କାଟି ଛିଣ୍ଡାଇ ଦେଇ ପଲାଇଥିଲା। 

ପ୍ରତିକାତ୍ମକ ଫଟୋ

ବୌଦ୍ଧ: ନାବାଳକର ଦୁଇ ହାତର ଆଙ୍ଗୁଠି କାଟିବା ମହଙ୍ଗା ପଡିଛି। ତିନି ବର୍ଷ ପରେ ଅଭିଯୁକ୍ତକୁ ସଜ୍ଜା ମିଳିଛି। ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲାରେ ଅପରାଧିକୁ ଛଅ ବର୍ଷ ଦଣ୍ଡାଦେଶ ଦିଆଯାଇଛି। ଶୁକ୍ରବାର ବୌଦ୍ଧ ଜିଲ୍ଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ ମାମଲାର ବିଚାର କରି ଦୋଷୀକୁ କାରାଦଣ୍ଡାଦେଶ ଶୁଣାଇବା ସହିତ ମାଆ, ଭଉଣୀ ଓ ବଡମାଆକୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି।

ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଚନ୍ଦନିଆଁମୁଣ୍ଡା ଗୁଣମଣୀ କର୍ମୀଙ୍କୁ ଗତ ୫ ମାର୍ଚ୍ଚ ୨୦୧୯ରେ ଉକ୍ତ ଗ୍ରାମର ଅଭିଯୁକ୍ତ ଗୁଲଠୁ ବସ୍ତିଆ (୨୫) ଦୁଷ୍କର୍ମ ଉଦ୍ୟମ କରିଥିଲା। ଗୁଣମଣି ପାଟି କରିବାରୁ ଅଭିଯୁକ୍ତ ଗୁଲଠୁ ଛାଡି ପଳାଇଥିଲା। ଏହି ଘଟଣାକୁ ନେଇ ଅଭିଯୁକ୍ତର ମାଆ ନିର୍ବାଣୀ ବସ୍ତିଆ, ଭଉଣୀ ବବିତା ବସ୍ତିଆ ଓ ବଡମାଆ ସୌଦାମିନି ବସ୍ତିଆ ଗଣ୍ଡଗୋଳ କରିବା ସହ ଗୁଣମଣୀକୁ ପିଟାମରା କରିଥିଲେ। ମାଡଖାଇ ମଧ୍ୟ ପୀଡିତା ଗୁଣମଣୀ ଚୁପ ରହିଯାଇଥିଲେ।  

Also Read: WhatsAppରେ ଜିଲ୍ଲାପାଳଙ୍କ ଫଟୋ ଦେଖାଇ ଠକେଇ ଉଦ୍ୟମ, ଅଧିକାରୀଙ୍କ ପାଖକୁ ଯାଉଥିଲା ଏମିତି ମେସେଜ୍

ଘଟଣାର ପରଦିନ ଗୁଣମଣୀଙ୍କ ନାବାଳକ ପୁଅ ଚର୍ତୁଭୁଜ କର୍ମୀ (୧୩) ସକାଳ ୯ଟା ସମୟରେ ଦପଲା ଉଚ୍ଚବିଦ୍ୟାଳୟକୁ ଯାଉଥିଲା। ଏହି ସମୟରେ ଚନ୍ଦନିଆଁମୁଣ୍ଡା-ଦପଲା ରାସ୍ତାର ବନ୍ଧମୁଣ୍ଡାଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଅଭିଯୁକ୍ତ ଗୁଲଠୁ ବସ୍ତିଆ, ଚର୍ତୁଭୁଜକୁ ବାଟରେ ଅଟକାଇ ଛାତି ଉପରେ ବସି କଟୁରୀ ଦ୍ୱାରା ତାର ଦୁଇ ହାତ ପାପୁଲିରୁ ସବୁ ଆଙ୍ଗୁଠି କାଟି ଛିଣ୍ଡାଇ ଦେଇ ପଲାଇଥିଲା। ପରେ ପରିବାର ଲୋକ ଗୁରୁତର ଚର୍ତୁଭୁଜକୁ ପ୍ରଥମେ କଣ୍ଟାମାଳ ମେଡିକାଲକୁ ନେଇଥିବାବେଳେ ପରେ ବୁର୍ଲା ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। 

ଏନେଇ ଗତ ୭ ମାର୍ଚ୍ଚ ୨୦୧୯ରେ ଗୁଣମଣୀ, କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କଣ୍ଟାମାଳ ପୋଲିସ ପକ୍ଷରୁ ଥାନା କେସ ନଂ ୪୪/୧୯ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏହି ମାମଲାରେ ଅଭିଯୁକ୍ତ ଗୁଲଠୁ ବସ୍ତିଆ, ମାଆ ନିର୍ବାଣୀ ବସ୍ତିଆ, ଭଉଣୀ ବବିତା ବସ୍ତିଆ ଓ ବଡମାଆ ସୌଦାମିନି ବସ୍ତିଆଙ୍କ ନାମରେ ମାମଲା ରୁଜୁ କରି ଅଭିଯୁକ୍ତ ଗୁଲଠୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାଟି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଅଦାଲତରେ କେସ ନଂ ଏସଟି ୨୪/୧୯ ହୋଇ ବିଚାର ହୋଇଥିଲା। 

Also Read: ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ସମ୍ମାନିତ, ଗଞ୍ଜାମ ଓ ଖୋର୍ଦ୍ଧାକୁ ବି ପୁରସ୍କାର

ସରକାରଙ୍କ ପକ୍ଷରୁ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ହୃଷିକେଶ ଆଚାର୍ଯ୍ୟ ଶୁକ୍ରବାର ଅପରାଧି ଗୁଲଠୁ ବସ୍ତିଆକୁ ୬ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି। ପ୍ରମାଣ ଅଭାବରୁ ଅଭିଯୁକ୍ତର ମାଆ ନିର୍ବାଣୀ ବସ୍ତିଆ, ଭଉଣୀ ବବିତା ବସ୍ତିଆ ଓ ବଡମାଆ ସୌଦାମିନି ବସ୍ତିଆକୁ  ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦେବରଞ୍ଜନ ବିଶି ପରିଚାଳନା କରୁଥିଲେ।