ଆକ୍ରମଣକାରୀମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଘଟାଇଥିବା ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଶନିବାର ଲୋକେ ପ୍ରେସ ଛକ ରାସ୍ତାକୁ ଅବରୋଧ କରିଥିଲେ।
Trending Photos
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଶନିବାର ପ୍ରେସ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବିଚ୍ ରାସ୍ତାରେ ଛୁରାମାଡରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଯୁବକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେପଟେ ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ଭୁବନେଶ୍ୱର ପ୍ରେସ ଛକରେ ହତ୍ୟାକାଣ୍ଡରେ ମୃତ ଯୁବକ ଜଣକ ଗାଡ଼କଣ ଗାଁର ଚିଣ୍ଟୁ ବୋଲି ପରିଚୟ ମିଳିଛି। ମିଳିଥିବା ସୂଚନା ମୁତାବକ, କେକ୍ ଖାଇବାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ସେହି ସମୟରେ ଗୋଟିଏ ଗୋଷ୍ଠୀ ବିରୋଧୀ ଗୋଷ୍ଠୀର ଦୁଇଜଣଙ୍କୁ ଛୁରା ମାଡ଼ କରି ଫେରାର୍ ହୋଇଯାଇଛି।
Also Read: ଅନୈତିକ ପ୍ରେମରେ ଅନ୍ଧ; ନିଜ ପୁଅର ତଣ୍ଟିଚିପି କୂଅରେ ଫିଙ୍ଗିଦେଲା ମା'
ଆକ୍ରମଣକାରୀମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଘଟାଇଥିବା ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଶନିବାର ଲୋକେ ପ୍ରେସ ଛକ ରାସ୍ତାକୁ ଅବରୋଧ କରିଥିଲେ। ପ୍ରେସ ଛକରେ ଯୁବକଙ୍କୁ ଛୁରାମାଡ ଘଟଣାରେ ରବିବାର ୨ ଅଭିଯୁକ୍ତଙ୍କୁ ସହିଦନଗର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୌମ୍ୟରଂଜନ ବେହେରା ଓରଫ ମିଲୁ ଓ ସତ୍ୟ ପ୍ରକାଶ ପାଣ୍ଡବ ଓରଫ ସତ୍ଯ। ମିଲୁର ଘର ଯାଜପୁର ହୋଇଥିବା ବେଳେ ସତ୍ଯର ଘର ଭଦ୍ରକ।
ଉଭୟ ଅଭିଯୁକ୍ତ ମିଲୁ ଓ ସତ୍ୟ, ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ଭଡା ଘରେ ରହୁଥିଲେ। ଶନିବାର ସେମାନେ KTM ସୋରୁମରେ କାମ କରୁଥିବା ସାଙ୍ଗ ପାଖକୁ ଆସିଥିଲେ। ସେଠାରେ ଗାଡକଣର କିଛି ଯୁବକଙ୍କ ସହ ତାଙ୍କ ବଚସା ହୋଇଥିଲା। ବଚସା ପରେ ମିଲୁ ଛୁରା ମାଡ କରି ଫେରାର ହୋଇଯାଇଥିଲେ।