ଅନୈତିକ ପ୍ରେମରେ ଅନ୍ଧ; ନିଜ ପୁଅର ତଣ୍ଟିଚିପି କୂଅରେ ଫିଙ୍ଗିଦେଲା ମା'
Advertisement

ଅନୈତିକ ପ୍ରେମରେ ଅନ୍ଧ; ନିଜ ପୁଅର ତଣ୍ଟିଚିପି କୂଅରେ ଫିଙ୍ଗିଦେଲା ମା'

ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ଘଟଣା ଘଟାଇଥିବା ମା' ପରିବାର ଲୋକଙ୍କ ଆଗରେ ନିଜେ ମାରି ଦେଇଥିବା ପ୍ରକାଶ କରିଥିଲା। 

ଅନୈତିକ ପ୍ରେମରେ ଅନ୍ଧ; ନିଜ ପୁଅର ତଣ୍ଟିଚିପି କୂଅରେ ଫିଙ୍ଗିଦେଲା ମା'

କେନ୍ଦ୍ରାପଡ଼ା: କଥାରେ ଅଛି ମା'ର କୋଳ ମା'ର ପଣତ ସବୁଠାରୁ ସୁରକ୍ଷିତ ସ୍ଥାନ । ସନ୍ତାନ ଓ ସନ୍ତତି ଯେତେବି ଅସୁବିଧାରେ ଥାଆନ୍ତୁ ନା କାହିଁକି ମା ସେମାନଙ୍କୁ ସବୁ ସମସ୍ୟାରୁ ଉଦ୍ଧାର କରିଥାଏ। ହେଲେ ସେହି ଜନ୍ମିତ ମା ଯେତେବେଳେ କୌଣସି କାରଣରୁ ରାକ୍ଷସୀ ପାଲଟେ ସେତେବେଳେ ଦୁନିଆରେ କେହି ତା କବଳରୁ ରକ୍ଷା କରିପାରିବେ ନାହିଁ। ଏକଥା ଆମେ ନୁହଁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଅଞ୍ଚଳରେ ଏହି ଅମାନବୀୟ ଘଟଣା କହୁଛି। 

ନିଜର ୨ ମାସର ଶିଶୁପୁତ୍ରକୁ ନିଜ ହାତରେ ମାରି ଫିଙ୍ଗିଦେଲା ଜନ୍ମକଲା ମାଆ । ମାର୍ଶାଘାଇ ଥାନା କାନପୁର ଗାଁର ସତ୍ୟରଂଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ପୁଅକୁ ଗତକାଲି ବିଳମ୍ବିତ ରାତିରେ ଅତି ନିର୍ମମ ଭାବେ ତଣ୍ଟି ଚିପି ମାରି ଅଖାରେ ପୁରାଇ ଘର ନିକଟ ଏକ ପରିତ୍ୟକ୍ତ କୂଅରେ ପକେଇ ଦେଇଥିବା ନେଇ ଅଭିଯୋଗ ହୋଇଛି।

Also Read: ବନବିଭାଗର ଦୋମୁହାଁ ନୀତି, କୁମ୍ଭୀର ପ୍ରଜନନ କେନ୍ଦ୍ରରେ କଣ କରୁଥିଲେ VIP ଟୁରିଷ୍ଟ ?

ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ଘଟଣା ଘଟାଇଥିବା ମାଆ ପରିବାର ଲୋକଙ୍କ ଆଗରେ ନିଜେ ମାରି ଦେଇଥିବା ପ୍ରକାଶ କରିଥିଲା। ଏନେଇ ଅଭିଯୋଗ ପାଇବା ପରେ ଖବର ପାଇଁ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ମୃତ ଶିଶୁ ପୁତ୍ରର ଶବ ଉଦ୍ଧାର କରିଛି । 

Also Read: ଯୁବତୀଙ୍କୁ ଦୁଷ୍କର୍ମ ପରେ ଚୁଟି ଧରି ଦେଢ଼ଶହ ମିଟର ଘୋଷାଡ଼ି ନେଲେ ଦୁର୍ବୃତ

ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ବାମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଏପଟେ ମହିଳାଙ୍କର ତାଙ୍କ ଭିଣୋଇ ସହିତ ସମ୍ପର୍କ ଥିବା ଏବଂ ଏହି କାରଣରୁ ଶିଶୁଟିକୁ ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ।