ତରଳିଲା ନାହିଁ ନକ୍ସଲଙ୍କ ହୃଦୟ; ସ୍ତ୍ରୀ ସିନ୍ଥିରୁ ପୋଛିଲେ ସିନ୍ଦୁର, ୩ ଶିଶୁଙ୍କ ମୁଣ୍ଡରୁ ଛଡାଇ ନେଲେ ବାପାର ହାତ
Advertisement
Article Detail0/zeeodisha/odisha889434

ତରଳିଲା ନାହିଁ ନକ୍ସଲଙ୍କ ହୃଦୟ; ସ୍ତ୍ରୀ ସିନ୍ଥିରୁ ପୋଛିଲେ ସିନ୍ଦୁର, ୩ ଶିଶୁଙ୍କ ମୁଣ୍ଡରୁ ଛଡାଇ ନେଲେ ବାପାର ହାତ

ଯାହାକୁ ନେଇ SI ମୂରଲୀ ତାତି ପରିବାର ଲୋକ ଆତଙ୍କୀତ ଥିଲେ, ତାହା ହିଁ ହେଲା। ଗୋଟିଏ ଆଦିବାସୀ ସ୍ତ୍ରୀ ଓ ୩ଟି କୁନି କୁନି ପିଲାଙ୍କ କୋହଭରା ରଦନ ନକ୍ସଲଙ୍କ କାନରେ ପଡିଲା ନାହିଁ।

ଡିଜାଇନ ଫଟୋ

ରାୟପୁର: ଶେଷରେ ନିସ୍ତେଜ ଅବସ୍ଥାରେ ଫେରିଲେ ଅପହୃତ SI ମୂରଲୀ ତାତି। ବିଜାପୁରର କୁସୁମପାର ନିକଟରୁ ମୂରଲୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଛନ୍ତି। ମୂରଲୀଙ୍କ ମୃତଦେହ ନିକଟରୁ ମାଓ ପୋଷ୍ଟର ମିଳିଛି। ସେଥିରେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା PLGA ଉଲ୍ଲେଖ କରିଛି।

ଯାହାକୁ ନେଇ SI ମୂରଲୀ ତାତି ପରିବାର ଲୋକ ଆତଙ୍କୀତ ଥିଲେ, ତାହା ହିଁ ହେଲା। ଗୋଟିଏ ଆଦିବାସୀ ସ୍ତ୍ରୀ ଓ ୩ଟି କୁନି କୁନି ପିଲାଙ୍କ କୋହଭରା ରଦନ ନକ୍ସଲଙ୍କ କାନରେ ପଡିଲା ନାହିଁ। ସ୍ୱାମୀଙ୍କୁ ଛାଡି ଦେବା ପାଇଁ କୋଳରେ ପିଲାଙ୍କୁ ଧରି SI ମୂରଲୀଙ୍କ ସ୍ତ୍ରୀ ମୀନୁ ଓ ତାଙ୍କ ପରିବାର ଅପିଲ କରିଥିଲେ। ଏପରି କି ତାଙ୍କ ସ୍ୱାମୀ ମାନସିକ ରୋଗରେ ପୀଡିତ ଥିବା ମଧ୍ୟ ସେ କହିଥିଲେ। କିନ୍ତୁ କଠୋର ନକ୍ସଲମାନେ ଦଣ୍ଡ (Punishment) ନାଁରେ ଶେଷରେ ମୂରଳୀଙ୍କୁ ହତ୍ୟା (Murder) କରିଛନ୍ତି।

Also Read: ମାଓବାଦୀଙ୍କ କବଜାରୁ ମୁକୁଳିଲେ CoBRA ଯବାନ ରାକେଶ୍ୱର ସିଂହ

ଗତ ବୁଧବାର ଅପରାହ୍ଣ ପ୍ରାୟ ୪ଟାରେ ମୂରଳୀ ତାତିଙ୍କୁ ବିଜାପୁରର ପାଲନାର ଅଞ୍ଚଳରୁ ନକ୍ସଲମାନେ ଅପହରଣ (Naxal Kidnap) କରିନେଇଥିଲେ। ଗୁରୁବାର ପର୍ଯ୍ୟନ୍ତ ସେ ସୁରକ୍ଷିତ ଥିଲେ। ମୂରଳୀ (Murali Tati) ଙ୍କ ମୁକ୍ତିକୁ ନେଇ ସେମାନେ କିଛି ଦାବି ରଖିବେ ଓ ଗ୍ରାମ ଅଦାଲତ ବସାଇ ତାଙ୍କୁ ଛାଡିବେ ବୋଲି ଅନୁମାନ କରାଯାଉଥିଲା। ସୂତ୍ରାନୁସାରେ ଏନେଇ ଗୁରୁବାର ଚୂଡାନ୍ତ ନିଷ୍ପତ୍ତି ହେବାର ଥିଲା। କିନ୍ତୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ସେଭଳି କୌଣସି ଦାବି ଆସି ନଥିଲା। ଆଉ ଶନିବାର ସକାଳେ ମୂରଳୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

DRG ଯବାନ ମୂରଲୀ ତାତି, ଜଗଦଲପୁର ପୋଲିସ ଲାଇନ (Jagdalpur Police Line) ରେ ଅବସ୍ଥାପିତ ଥିଲେ। ୨ ବର୍ଷ ପୂର୍ବରେ ତାଙ୍କୁ ASIରୁ SIକୁ ପଦନ୍ନୋତି କରାଯାଇଥିଲା। ଆଉ ତାଙ୍କର ମାନସିକ ସ୍ଥିତି ଠିକ ରହୁନଥିବାକୁ ସେ ଦେଢ ମାସ ପାଇଁ ଛୁଟିରେ ଘରକୁ ଆସିଥିଲେ। ଗତ ବୁଧବାର ଗଙ୍ଗାଲୁର (Gangalur) ଅଞ୍ଚଳର ପାଲନାରରେ ମେଳା ଦେଖିବାକୁ ଯାଇଥିବା ବେଳେ ନକ୍ସଲମାନେ ମୂରଳୀଙ୍କୁ ଅପହରଣ କରିନେଇଥିଲେ। 

Also Read: କେତେ ପ୍ରଭାବୀ କୋରୋନା ଟିକାର ପ୍ରଥମ ଡୋଜ୍?

ସୂଚନାଯୋଗ୍ୟ, ଗତ ୩ ତାରିଖରେ ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ରାକେଶ୍ୱର ସିଂହ ନାମକ CRPF କମାଣ୍ଡୋକୁ ନକ୍ସଲମାନେ ଅପହରଣ କରି ନେଇଥିଲେ। କିନ୍ତୁ ୬ ଦିନ ପରେ କିଛି ମୁଣ୍ଡ ଜାମିନ ସହ ରାକେଶ୍ୱରଙ୍କୁ ସୁରକ୍ଷିତ ମୁକ୍ତ କରାଯାଇଥିଲା। ସେହି ଭଳିଭାବେ SI ମୂରଳୀଙ୍କୁ ଛାଡିବେ ବୋଲି ବିଶ୍ୱାସ ଥିଲା। କିନ୍ତୁ ନକ୍ସମାନେ ସେହି ଆଦିବାସୀ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୂରଳୀଙ୍କ ୩ଟି ସନ୍ତାନ ମଧ୍ୟରୁ ଗୋଟିଏର ବୟସ ୬-୭ ମାସ ହେବ।