ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ ହୋଇଛି। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
Trending Photos
ଭୁବନେଶ୍ୱର: ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ବିଧାୟକ ଲହୁଲୁହାଣ ହୋଇଥିବା ଜଣାପଡିଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ ହୋଇଛି। ସେପେଟେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଧକ୍କାରେ ଅନେକ ବିଜେପି କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ ହୋଇଛି। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଉତ୍ୟକ୍ତ ଲୋକ ବିଧାୟକଙ୍କ ଦାମୀ Range Rover Discovery ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
Also Read: ପାକିସ୍ତାନରେ ଭାରତର କ୍ଷେପଣାସ୍ତ୍ର; ଏମିତି ଧମକ ଦେଲା ପାକ୍ ବୈଦେଶିକ ମନ୍ତ୍ରଣାଳୟ
ଅଭିଯୋଗ ଅନୁସାରେ, ଶନିବାର ସକାଳେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ବାଣପୁର ଗସ୍ତ କରିଥିଲେ। ଏହି ସମୟରେ ବିଜେପି ସମର୍ଥକମାନେ ବାଣପୁର ତହସିଲ ଅଫିସ ସମ୍ମୁଖରେ ତାଙ୍କ ଗାଡି ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରୀତ ଗାଡି ଭିଡ ଭିତରେ ଚଢିଯାଇଥିଲା। ଏଥିରେ ପୋଲିସ କର୍ମୀଙ୍କ ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।
ଘଟଣାକୁ ନେଇ ଖୋର୍ଦ୍ଧା ଏସ୍ପି ଅଲେଖ ଚନ୍ଦ୍ର ପହି କହିଛନ୍ତି ଯେ, ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗାଡ଼ି ଧକ୍କାରେ ୧୫ ଜଣ ବିଭିନ୍ନ ଦଳର ସମର୍ଥକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ। ସେପଟେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, 'ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ। ଚିଲିକା ପାଇଁ ଏହା କଳା ଇତିହାସ ହୋଇ ରହିବ। ବିଧାୟକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର।'
ଦେଖନ୍ତୁ ଏହି ଭିଡିଓ, କେମିତି ଭିଡ଼ରେ ଲୋକଙ୍କ ଉପରେ ଗାଡ଼ି ଚଢାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଲହୁଲୁହାଣ ହେଲେ ୨୨ରୁ ଅଧିକ ଲୋକେ, ତା ମଧ୍ୟରେ ଅଛନ୍ତି ପୋଲିସ ଅଧିକାରୀ...#ChilikaMLA #PrasantJagdev #ZeeOdishaNews @PrasantJagdev pic.twitter.com/KfjZqtMRXT
— ZEE Odisha News (@ZeeOdisha) March 12, 2022
ସୂଚନାଯୋଗ୍ୟ, ଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ କାମ ଅପେକ୍ଷା ଗୁଣ୍ଡାଗର୍ଦ୍ଦି ପାଇଁ ଜଣାଶୁଣା। ଗତ ସେପ୍ଟେମ୍ବରରେ ବିଜେପିର ବାଲୁଗାଁ ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ପରେ ସେ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ। ତାଙ୍କ ବିରୁଦ୍ଧରେ ଆଇପିସିର ଦଫା ୨୯୮, ୩୨୩, ୫୦୬, ୩୪୧, ୩୪ ଓ ଏସି/ଏସଟି ଆକ୍ଟ ଲାଗିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ମିଳିଥିଲା।
Also Read: ନକଲି ଡାକ୍ତରର ନକଲି କାନ୍ଦ, ଏମିତି କରୁଥିଲା ଶିକାର...ଦେଖନ୍ତୁ ଭିଡିଓ
ଏହା ପୂର୍ବରୁ ମଧ୍ୟ ବିଧାୟକଙ୍କ ଅନେକ କାଣ୍ଡ କାରନାମା ଥିଲା। ୨୦୧୬ ନଭେମ୍ବରରେ ବୋଲାଗଡ ତହସିଲଦାର ନିହାରିକା ନାୟକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସର୍ବସାଧାରଣରେ ଜଣେ ପ୍ରଶାସନୀକ ଅଧିକାରୀଙ୍କ ସହ ଜନପ୍ରତିନିଧିଙ୍କ ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏହି ଘଟଣା ବେଳେ ୫୨ ବର୍ଷୀୟ ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଧାୟକ ଥିଲେ। ସେହି ସମୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି କେବଳ ଚେତାବନୀ ଦେଇ ବିଧାୟକଙ୍କୁ ଛାଡି ଦେଇଥିଲା।