WhatsApp ରେ ଏହି ସାମାନ୍ୟ ଭୁଲ୍ କରି ମହିଳା ହରାଇଲେ ୩ ଲକ୍ଷ ଟଙ୍କା, ଆପଣ ମଧ୍ୟ ଜାଣିରଖନ୍ତୁ
Advertisement
Article Detail0/zeeodisha/odisha974650

WhatsApp ରେ ଏହି ସାମାନ୍ୟ ଭୁଲ୍ କରି ମହିଳା ହରାଇଲେ ୩ ଲକ୍ଷ ଟଙ୍କା, ଆପଣ ମଧ୍ୟ ଜାଣିରଖନ୍ତୁ

ମହିଳା ଜଣକ କହିଛନ୍ତି ଯେ ସେ WhatsApp ରେ ଏକ ଲିଙ୍କ୍ ପାଇଥିଲେ, ଯେଉଁଠାରେ ଏକ ପ୍ରମୁଖ ଅନ୍ଲାଇନ୍ ସପିଂ ପୋର୍ଟାଲ ନାମରେ କିଛି କାର୍ଯ୍ୟ ସମାପ୍ତ କରିବା ପରେ ପୁରସ୍କାର ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଏହା ଏକ ଜାଲିଆତି ଲିଙ୍କ ଥିଲା ଓ ଲୋକଙ୍କୁ ଠକିବା ପାଇଁ ଏହାର ବ୍ୟବାହାର କରାଯାଉଛି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପୋଲିସ କହିଛି ଯେ ଜଣେ ୨୭ ବର୍ଷୀୟ ବୟସ୍କା ମହିଳାଙ୍କୁ ୩ ଲକ୍ଷରୁ ଅଧିକ ଟଙ୍କା ସାଇବର ଠକେଇ (Cyber fraud) କରିଥିବା ଅଭିଯୋଗ ହୋଇଛି । ଏହି ଠକ ମହିଳାଙ୍କୁ ଏକ ଅଗ୍ରଣୀ ଅନଲାଇନ୍ ସପିଂ ପୋର୍ଟାଲରେ ପୁରସ୍କାର ଦେବାକୁ ପ୍ରତିଶୃତି ଦେଇଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ସେ କାଣ୍ଡିଭାଲିରେ ରହୁଥିବା ଜଣେ ଇଣ୍ଟେରିୟର ଡିଜାଇନର୍ ମହିଳା, ଯିଏକି ଗତ ସପ୍ତାହରେ ଚାରକୋପ ପୋଲିସ ଷ୍ଟେସନରେ ଏହି ଠକେଇ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ କହିଛନ୍ତି ଯେ ସେ ହ୍ବାଟସଆପରେ (WhatsApp) ଏକ ଲିଙ୍କ୍ ପାଇଥିଲେ ଯେଉଁଠାରେ ଏକ ଅଗ୍ରଣୀ ଅନ୍ଲାଇନ୍ ସପିଂ ପୋର୍ଟାଲ୍ ନାମରେ କିଛି କାର୍ଯ୍ୟ ସମାପ୍ତ କଲେ ତାଙ୍କୁ ପୁରସ୍କୃତ କରିବାକୁ ପ୍ରତିଶୃତି ଦିଆଯାଇଥିଲା ।

ଅଧିକାରୀ କହିଛନ୍ତି, ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କୁ ଏକ ୟୁଜର୍ ଆଇଡି ଓ ପାସୱାର୍ଡ ତିଆରି କରିବାକୁ କୁହାଯାଇଥିଲା । ଯାହା ପରେ ତାଙ୍କୁ ପୁରସ୍କାର ରୂପେ ୬୪ ଟଙ୍କା ମିଳିଥିଲା, ପରେ ତାଙ୍କୁ ରିଚାର୍ଜ କରିବାର ଆଉ ଏକ କାର୍ଯ୍ୟ କରିବାକୁ କୁହାଯାଇଥିଲା, ଯାହା ପରେ ତାଙ୍କୁ ରିଚାର୍ଜର ଆଉ ଏକ କାମ କରିବାକୁ କୁହାଯାଇଥିଲା, ଯେଉଁଥିପାଇଁ ସେ ପୁନର୍ବାର ପୁରସ୍କୃତ ହୋଇଥିଲେ । 

ଅଧିକ ପଢ଼ନ୍ତୁ: ଅର୍ଥ ହେରଫେର ମାମଲାରେ TMC ସାଂସଦ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ କଲା ED

ପରେ ଅଧିକ ପୁରସ୍କାର ପାଇବା ପାଇଁ ଅଭିଯୋଗକାରୀଙ୍କୁ ଅତିରିକ୍ତ ଟଙ୍କା ଜମା କରିବାକୁ ଉତ୍ସାହିତ କରାଯାଇଥିଲା ଓ ସେ ଏହା କରିଥିଲେ । ଏହା ପରେ ମହିଳା ଅନ୍ୟ ଏକ କାର୍ଯ୍ୟ ସମାପ୍ତ କରିବାକୁ ୩.୧୧ ଲକ୍ଷ ଟଙ୍କା ଜମା କରିଥିଲେ କିନ୍ତୁ ଏହାର ପ୍ରତିବଦଳରେ କିଛି ପାଇ ନ ଥିଲେ ।

ଅଧିକାରୀଙ୍କ କହିବାନୁସାରେ, ଆଇପିସିର ଧାରା ୪୨୦ (ଠକେଇ) ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ପ୍ରଯୁଜ୍ୟ ଧାରା ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର ପଞ୍ଜିକୃତ କରିଛି, ଯେଉଁଥିରେ ଅଧିକ ତଦନ୍ତ ଚାଲିଛି ।

ଅଧିକ ପଢ଼ନ୍ତୁ: Bhavinaben Patel: ୧୨ ମାସ ବୟସରେ ହୋଇଥିଲା ପୋଲିଓ, ପାରାଲିମ୍ପିକ୍ସରେ ରଚିଲେ ଇତିହାସ  

କରନ୍ତୁ ନାହିଁ ଏପରି ଭୁଲ!
ପୋଲିସ କହିଛି ଯେ ଲୋକମାନେ ପ୍ରାୟତଃ ଅନଲାଇନ୍ ଠକେଇର ଶିକାର ହୁଅନ୍ତି, ଯେଉଁଥିପାଇଁ ଅଧିକାରୀ କହିଥିଲେ ଯେ ଆପଣଙ୍କ ଫୋନ୍ କିମ୍ବା ଲାପଟପରେ ଥିବା କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ଯାହା ମାଗଣା ପୁରସ୍କାର କିମ୍ବା ମାଗଣା ଟଙ୍କା ଦେବା ବିଷୟରେ କଥାବାର୍ତ୍ତା କରେ । ଏହିପରି ଲିଙ୍କଗୁଡିକ ପ୍ରାୟତଃ ସାଇବର ଅପରାଧୀଙ୍କ ଦ୍ୱାରା ଲୋକଙ୍କୁ ପଠାଯାଇଥାଏ । ଏହାଦ୍ୱାରା ଲୋକମାନେ ନିଜର ସମସ୍ତ ସଞ୍ଚିତ ଧନ ହରାନ୍ତି, ଓ ଏପରି ପରିସ୍ଥିତିରେ, ଆମେ ହ୍ୱାଟସଆପ୍, ଫେସବୁକ୍ କିମ୍ବା କୌଣସି ସୋସିଆଲ୍ ମିଡିଆ କିମ୍ବା ଅନ୍ୟ କୌଣସି ଜିନିଷ ଉପରେ ଅଜ୍ଞାତ ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଥାଉ ।