Shraddha Murder: ଆଫତାବକୁ ସଙ୍କଟରେ ପକାଇବ ଶ୍ରଦ୍ଧାଙ୍କ ଫୋନ ! Videoକୁ ନେଇ ଟେନସନରେ ପୋଲିସ
Advertisement
Article Detail0/zeeodisha/odisha1453175

Shraddha Murder: ଆଫତାବକୁ ସଙ୍କଟରେ ପକାଇବ ଶ୍ରଦ୍ଧାଙ୍କ ଫୋନ ! Videoକୁ ନେଇ ଟେନସନରେ ପୋଲିସ

Shraddha Murder Update: ସାରା ଦେଶରେ ଦିଲ୍ଲୀ ସ୍ଥିତ ମେହରୁଲି ଶ୍ରଦ୍ଧା ହତ୍ୟା ମାମଲା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯାହାକୁ ନେଇ ପୋଲିସ ମଧ୍ୟ ତନାଘନା ଜାରି ରଖିଛି। ଅନ୍ୟପଟେ ଅଭିଯୁକ୍ତ ଅଫତାବର ପ୍ରତିଟି ବୟାନକୁ ନେଇ ପୋଲିସ ନଜର ଖୋଳତାଡ ଜାରି ରଖିଛି। ସେହିପରି ଏହି ଘଟଣାରେ ଶ୍ରଦ୍ଧାଙ୍କ ବନ୍ଧୁ ପରିଜନ ଓ ସାଙ୍ଗ ସାଥୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। 

Shraddha Murder: ଆଫତାବକୁ ସଙ୍କଟରେ ପକାଇବ ଶ୍ରଦ୍ଧାଙ୍କ ଫୋନ ! Videoକୁ ନେଇ ଟେନସନରେ ପୋଲିସ

Shraddha Murder: ଆଫତାବ ଶ୍ରଦ୍ଧାଙ୍କୁ କାହିଁକି ହତ୍ୟା କଲା? ଏହି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । କିନ୍ତୁ ବର୍ତ୍ତମାନ ଏହି ପୁରା କାହାଣୀରେ ଶ୍ରଦ୍ଧାଙ୍କ ମୋବାଇଲରେ ଏକ ଭିଡିଓ ମଧ୍ୟ ଏଣ୍ଟ୍ରି କରିଛି, ଯାହାକୁ ଶ୍ରଦ୍ଧା ଆଫତାବ ଜାଲରୁ ବାହାରିବା ପାଇଁ ଚାବି ବୋଲି ବିବେଚନା କରୁଥିଲେ। ଶ୍ରଦ୍ଧାଙ୍କ ବନ୍ଧୁଙ୍କଠାରୁ ପ୍ରାପ୍ତ ସ୍ୱତନ୍ତ୍ର ସୂଚନା ଅନୁଯାୟୀ, ଯଦି ଏହି ଭିଡିଓ ମିଳେ ତେବେ ଶ୍ରଦ୍ଧା ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇପାରେ। ଆଫତାବ ଜୁନ୍ ମାସରେ ବସାଇରୁ ଦିଲ୍ଲୀକୁ ୩୭ ଟି ଲଗେଜ୍ ସିଫ୍ଟ କରିଥିଲା। ଏହା ପଛରେ ଆଫତାବର ଏକ ସୁଚିନ୍ତିତ ଷଡଯନ୍ତ୍ର ଥିଲା। 

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆଫତାବ ଦର୍ଶାଇବାକୁ ଚେଷ୍ଟା କରୁଥିଲା ଯେ ଶ୍ରଦ୍ଧା (Shraddha) ତାଙ୍କୁ ଛାଡି ପଳାଇବା ସହ ନିଜ ସହ ଆଣିଥିବା ଆସବାବପତ୍ର ମଧ୍ୟ ନେଇଯାଇଛି।  ସେଥିପାଇଁ ନିଜର ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଆଫତାବ (Afatab) ବସାଇରୁ ପୁଣି ମଗେଇଥିଲା। ଏଥିପାଇଁ ସେ ଏକ ପ୍ୟାକର୍ସ ମୁଭର୍ସ କମ୍ପାନୀରୁ ସାମଗ୍ରୀ ମଗେଇବା ପାଇଁ ମଧ୍ୟ ଏକ ଅନଲାଇନ୍ ବୁକିଂ କରିଥିଲେ।

Also Read: Shraddha Murder: ପୋଲିସକୁ ମିଳିଲାଣି ୧୮ ଖଣ୍ଡ ହାଡ଼, ପୋଖରୀରେ ଲୁଚିଛି ସବୁ ରହସ୍ୟ

ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆଫତାବଙ୍କ ପୋଲିସ୍ ହେପାଜତକୁ ଆହୁରି ଚାରି ଦିନ ବଢଆଇ ଦେଇଥିବା ବେଳେ ଅନ୍ୟ ଏକ କୋର୍ଟ ମଧ୍ୟ ତାଙ୍କୁ ପଲିଗ୍ରାଫ୍ ପରୀକ୍ଷା (Polygraph Test) ଦେବାକୁ ଅନୁମତି ଦେଇଛନ୍ତି। ସେପଟେ ଆଫତାବଙ୍କ ପାଞ୍ଚ ଦିନିଆ ପୋଲିସ ହେପାଜତ ଆଜି ଶେଷ ହୋଇଥିଲା। ଏଥିସହ ପ୍ରତିରକ୍ଷା ଓକିଲଙ୍କ କହିବାଅନୁଯାୟୀ ଆଫତାବ କୋର୍ଟଙ୍କୁ କହିଛନ୍ତି ଯେ ସେ ଏହି ଅପରାଧକୁ ସର୍ଟ ଅଫ ଟେମ୍ପର ମଧ୍ୟରେ କରିଥିଲେ। ଏଥିସହ ସେ ପୋଲିସ ସହ ସହଯୋଗ କରୁଛନ୍ତି ବୋଲି କୋର୍ଟରେ କହିଛନ୍ତି। 

Also Read: Jharkhand Crime: ହଜାରେ ଟଙ୍କା ସୁଝିପାରିଲେନି ବୋଲି... ଦୁଷ୍କର୍ମର ଶିକାର ହେଲେ ମହିଳା

ମହାନଗର ନିଗମ ମାଜିଷ୍ଟ୍ରେଟ ଅବିରାଲ ଶୁକ୍ଲା କହିଛନ୍ତି ଯେ ଅନୁସନ୍ଧାନକାରୀ ଅଧିକାରୀ ଦେଇଥିବା କାରଣକୁ ଦୃଷ୍ଟିରେ ରଖି ଏହି ଘଟଣାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପୋଲିସ ହେପାଜତକୁ ବୃଦ୍ଧି କରାଇ ଦିଆଯିବ। ତଦନୁସାରେ, ଅଭିଯୁକ୍ତଙ୍କୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଅର୍ଥାତ୍ ଚାରି ଦିନ ପର୍ଯ୍ୟନ୍ତ ପୋଲିସ ହେପାଜତକୁ (Police Custody)ପଠାଇ ଦିଆଯାଇଛି।

Also Read: Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ

ଉଲ୍ଲେଖନୀୟ କଥା ହେଉଛି, ଦକ୍ଷିଣ ଦିଲ୍ଲୀର ମେହେରୁଲି ଅଞ୍ଚଳରେ (Delhi Mehruli) ଶ୍ରଦ୍ଧାଙ୍କୁ ତାଙ୍କ ଭଡା ଘରେ ହତ୍ୟା ଅଭିଯୋଗରେ ଆଫତାବ ନଭେମ୍ବର ୧୨ ରେ ଦିଲ୍ଲୀ ପୋଲିସ (Delhi Police) ଦ୍ୱାରା ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ଆଫତାବ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୩୫ ଖଣ୍ଡରେ କାଟି ଦେଇଥିଲା, ଯାହାକୁ ସେ ପ୍ରାୟ ୩୦୦ ଲିଟର ଫ୍ରିଜରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲେ ଏବଂ ପରେ ସହରର ବିଭିନ୍ନ ଅଞ୍ଚଳରେ ଶରୀରକୁ ପକାଇ ଦେଇଥିଲେ।