ସ୍ମାର୍ଟଫୋନରେ ଭୁଲରେ ବି ରଖନ୍ତୁନି ଏହି ଜିନିଷ, ନହେଲେ ଭୋଗିବେ ଏମିତି ଦଣ୍ଡ
Advertisement

ସ୍ମାର୍ଟଫୋନରେ ଭୁଲରେ ବି ରଖନ୍ତୁନି ଏହି ଜିନିଷ, ନହେଲେ ଭୋଗିବେ ଏମିତି ଦଣ୍ଡ

 ସାଇବର ଅପରାଧୀ ସାଧାରଣ ଲୋକଙ୍କୁ ଠକିବାକୁ ସବୁବେଳେ ନୂଆ ନୂଆ ଫଣ୍ଡା ଆପଣେଇବାରେ ଲାଗିଛନ୍ତି । କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କରିବା ସମୟରେ ଗୋଟିଏ ଛୋଟ ଭୁଲ୍ ବି ଆପଣଙ୍କୁ ବହୁ ମହଙ୍ଗା ପଡିପାରେ । ତେବେ ମୋବାଇଲରୁ କେମିତି ହୁଏ ସାଇବର ଠକେଇ ଆସନ୍ତୁ ଜାଣିବା ।

ପ୍ରତିକାତ୍ମକ ଫଟୋ

ଆଧୁନିକ ଜୀବନ ଶୈଳୀରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବହୁଳ ଭାବରେ ବଢିବାରେ ଲାଗିଛି । ସମସ୍ତ କାର୍ଯ୍ୟକୁ ସରଳ କରିବାପାଇଁ ହାଇଟେକ୍ ଟେକ୍ନୋଲୋଜୀ ମଧ୍ୟ ବ୍ୟବହାର କରାଯାଉଛି । ହେଲେ ଏହାରି ମଧ୍ୟରେ ସାଇବାର ଅପରାଧ ବଢି଼ବାରେ ଲାଗିଛି । ସାଇବର ଅପରାଧୀ ସାଧାରଣ ଲୋକଙ୍କୁ ଠକିବାକୁ ସବୁବେଳେ ନୂଆ ନୂଆ ଫଣ୍ଡା ଆପଣେଇବାରେ ଲାଗିଛନ୍ତି । କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କରିବା ସମୟରେ ଗୋଟିଏ ଛୋଟ ଭୁଲ୍ ବି ଆପଣଙ୍କୁ ବହୁ ମହଙ୍ଗା ପଡିପାରେ । ତେବେ ମୋବାଇଲରୁ କେମିତି ହୁଏ ସାଇବର ଠକେଇ ଆସନ୍ତୁ ଜାଣିବା ।

ମୋବାଇଲରେ ରଖୁଛନ୍ତି କି ଏଟିଏମ୍ ପିନ୍, ଆଧାର କାର୍ଡ ଓ ପାନ୍ କାର୍ଡ ? ତେବେ ହୋଇ ଯାଆନ୍ତୁ ସାବଧାନ !

ଏବେ ବହୁ ସଂଖ୍ୟାରେ ଜନସାଧାରଣ ନିଜର ଡେବିଟ୍/କ୍ରେଡିଟ୍ କାର୍ଡ ପିନ, ଆଧାର କାର୍ଡ, ପାନ କାର୍ଡ ସହିତ ବିଭିନ୍ନ ପାସଓ୍ଵାର୍ଡ ଫୋନ କିମ୍ବା ଇମେଲ୍‌ରେ ରଖିଥାନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ବ୍ୟକ୍ତିଗତ ତଥ୍ୟକୁ ସବୁବେଳେ ସୁରକ୍ଷିତ ରଖିବା ଜରୁରୀ। ହେଲେ ଜନସାଧାରଣ ଏହାକୁ ଅଣଦେଖା କରନ୍ତି। ଆଉ ଏହି କାରଣରୁ ସାଇବର ଅପରାଧ ଲଗାତାର ବଢିଚାଲିଛି । ଆମର ଛୋଟ ଭୁଲ୍ ସାଇବର ଅପରାଧୀଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରୁଛି। ଫଳରେ ସେମାନେ ସାଇବର ଠକେଇ କରିବାରେ ସଫଳ ହେଉଛନ୍ତି ।

Also Read: କମେଣ୍ଟମରାରୁ ନରସଂହାର! ହିଞ୍ଜିଳିକାଟୁରେ ୩ ଭାଇ ସମେତ ୪ ଜଣଙ୍କୁ ବୀଭତ୍ସ ହତ୍ୟା

ଏକ୍ସପର୍ଟଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ ।

ଏକ ସର୍ଭେରେ ଜଣାପଡିଛି କି, ବିଶେଷଜ୍ଞଙ୍କମାନେ ସୁରକ୍ଷାକୁ ନେଇ ଦେଉଥିବା ପରାମର୍ଶକୁ ଅନେକ ୟୁଜର୍ସ ଅଣଦେଖା କରୁଛନ୍ତି । ଲୋକେ ନିଜର ବ୍ୟାଙ୍କ ଡେବିଟ୍ କାର୍ଡ, ଏଟିଏମ ପିନ୍, ଆଧାର କାର୍ଡ, ପାନ କାର୍ଡ ଏବଂ ଅନ୍ୟ ଜରୁରୀ କାଗଜପତ୍ରଗୁଡିକୁ ଅସୁରକ୍ଷିତ ଭାବେ ରଖୁଛନ୍ତି । ତଥ୍ୟ ଜାଣିବା ପାଇଁ ଏକ ଅଞ୍ଚଳକୁ ନେଇ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ ୨୯ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସାଧାରଣ ତାଙ୍କ ଗୁପ୍ତ ନମ୍ବର ବା ପିନକୁ ଅଧିକ ନିକଟତର ଲୋକଙ୍କୁ ଦେଇଥାନ୍ତି । ସେହିପରି ପାଖାପାଖି ୪ ପ୍ରତିଶତ ଲୋକେ ନିଜ ପରିବାର ଲୋକଙ୍କୁ ଏଟିଏମର ପିନ୍ ଦେଇଥାନ୍ତି । ଅନ୍ୟପଟେ ୬୫ ପ୍ରତିଶତ ଜନସାଧାରଣ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡର ପିନ୍ କାହା ସହିତ ସେୟାର କରିନଥିବା କହିଥିଲେ ।

ଡିଜିଟାଲ ଫର୍ମରେ ସିକ୍ରେଟ ଡାଟା।

ୟୁଜର୍ସ ନିଜର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ସିଭିଭି ନମ୍ବର କିମ୍ବା ନିଜର ଏଟିଏମ ପିନ, ଆଧାର କାର୍ଡ ଓ ପାନ କାର୍ଡ ତଥ୍ୟ ଡିଜିଟାଲରେ ରଖିଥାନ୍ତି । ଏପରିକି ପାସଓ୍ବାର୍ଡକୁ  କାଗଜରେ ଲେଖିକି ମଧ୍ୟ ରଖିଥାନ୍ତି । ଅନେକ ନିଜର ତଥ୍ୟକୁ ଫୋନ, ଇମେଲ ଏବଂ କମ୍ପ୍ୟୁଟରରେ ରଖିବାକୁ ପସନ୍ଦ କରନ୍ତି । ଏହା ଦ୍ବାରା ସମସ୍ତ ତଥ୍ୟକୁ ସାଇବର ଅପରାଧୀ ଚୋରି କରିବାରେ ସଫଳ ହୋଇଥାନ୍ତି । ବିଭିନ୍ନ ଟେକନିକ ମାଧ୍ୟମରେ ହ୍ୟାକର୍ସ ଅତି ସହଜରେ ଫୋନ କିମ୍ଵା ଇମେଲରୁ ସମସ୍ତ ବ୍ୟାଙ୍କିଙ୍ଗ ତଥ୍ୟ, ଆଧାର କାର୍ଡ, ପାନ କାର୍ଡ ଓ ଅନ୍ୟ କାଗଜପତ୍ର ତଥ୍ୟ ହାସଲ କରିବାରେ ସଫଳ ହୋଇଥାନ୍ତି ।

Also Read: ICC Women's World Cup 2022: ଭାରତ ହାରିଲେ ବି ସେମିଫାଇନାଲ ଖେଳିପାରିବ, ଜାଣନ୍ତୁ ପୁରା ଗଣିତ

ତେବେ ଏସବୁଠାରୁ ବର୍ତ୍ତିବା ପାଇଁ ନିଜର ସିକ୍ରେଟ ଡାଟା ବା ପିନକୁ କେବେ ମଧ୍ୟ କାହା ସହିତ ସେୟାର କରନ୍ତୁ ନାହିଁ ବା ଡିଜିଟାଲ ମାଧ୍ୟମରେ ରଖନ୍ତୁନାହିଁ । ଏହାଛଡା ଆପଣ ଇଣ୍ଟରନେଟ ବ୍ୟବହାର କରିବା ସମୟରେ ଲୋଭନୀୟ ଅଫର ଦେଉଥିବା ବିଭିନ୍ନ ସାଇଟରୁ ମଧ୍ୟ ନିଜକୁ ଦୁରେଇ ରଖନ୍ତୁ । ସେହିପରି ନିଜେ ସଚେତନ ରହିବା ସହିତ ଅନ୍ୟଙ୍କୁ ମଧ୍ୟ ସଚେତନ ନାଗରିକ ଭାବରେ ସଚେତନ କଲେ ଏହି ସମସ୍ତ ଠକାମୀରୁ ଆମେ ବର୍ତ୍ତିପାରିବା ।