Daycare center shooting: ନର୍ସରୀ ସ୍କୁଲରେ ନରସଂହାର, ୨୩ ନିରୀହ ଶିଶୁ ସମେତ ୩୧ ମୃତ
Advertisement
Article Detail0/zeeodisha/odisha1382714

Daycare center shooting: ନର୍ସରୀ ସ୍କୁଲରେ ନରସଂହାର, ୨୩ ନିରୀହ ଶିଶୁ ସମେତ ୩୧ ମୃତ

 Thailand daycare centre shooting: ମ୍ୟାକ୍ସିକୋ ପରେ ଥାଇଲାଣ୍ଡର ଉତ୍ତର ପୂର୍ବସ୍ଥିତ ନଙ୍ଗ ବୁଈ ଲାମଫୁ ସହରରେ ନରସଂହାର ହୋଇଛି। ୨୧ ଶିଶୁ ସହ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ସହରରେ ହାଇ ଆଲର୍ଟ ଜାରି କରାଯାଇଛି।

Daycare center shooting: ନର୍ସରୀ ସ୍କୁଲରେ ନରସଂହାର, ୨୩ ନିରୀହ ଶିଶୁ ସମେତ ୩୧ ମୃତ

Thailand daycare centre shooting, ବ୍ୟାଂକକ୍: ଥାଇଲାଣ୍ଡର ଉତ୍ତର ପୂର୍ବସ୍ଥିତ ନଙ୍ଗ ବୁଈ ଲାମଫୁ ସହରରେ ନରସଂହାର ହୋଇଛି। ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଆଖୁବୁଜା ଗୁଳିମାଡରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୧ ଶିଶୁ ଥିବା ସୂଚନା ମିଳିଛି। ଗୁଳିମାଡ ଏକ ନର୍ସରୀ ସ୍କୁଲରେ ହୋଇଛି। ଗୁଳିମାଡ କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ କହିଛି। ଲୋକଙ୍କୁ ଘରୁ ନ ବାହାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଡେପ୍ୟୁଟି ପୋଲିସ ପ୍ରବକ୍ତା ଅର୍ଚନ କୈଟଙ୍ଗଙ୍କ କହିବା ଅନୁସାରେ, ଏକ ଡେକେୟାର ସ୍କୁଲରେ ଗୁଳିମାଡ ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୩ ଜଣ ଶିଶୁ ଥିବା ବେଳେ ଅନ୍ୟମାନେ ବୟସ୍କ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍କୁଲକୁ ସିଲ କରିଛି। ଗୁଳି କାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ନଙ୍ଗ ବୁଈ ଲାମଫୁ ସହରରେ ନାକାବନ୍ଦୀ କରାଯାଇଛି। ଅଭିଯୁକ୍ତ ଜଣେ ପୂର୍ବତନ ପୋଲିସ ଅଧିକାରୀ ହୋଇଥିବା ସୂଚନା ମିଳିଛି।

Also Read: Mexico Firing : ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ , ୧୮ ମୃତ

ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ, ଅଭିଯୁକ୍ତ ଏକ ଟୟୋଟା ଗାଡିରେ ଆସିଥିଲା। ଗାଡିରେ ବ୍ୟାଂକକ ପଞ୍ଜିକୃତ ନମ୍ବର ପ୍ଲେଟ ଲାଗିଥିଲା। ସେ ସ୍କୁଲ ଭିତରେ ପଶି ଆଖୁବୁଜା ଗୁଳିମାଡ କରିଥିଲା। କିଛି ପିଲାଙ୍କୁ ଚାକୁରେ ଆକ୍ରମଣ କରାଯାଇଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ଅଭିଯୁକ୍ତକୁ ପୋଲିସ ଚାକିରିରୁ ବରଖାସ୍ତ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ୩୪ ବର୍ଷିୟ ପାନୟା କାମରାମ ବୋଲି ଚିହ୍ନଟ କରାଯାଇଛି। ଥାଇଲାଣ୍ଡରେ ଗଣହତ୍ୟାକାଣ୍ଡ ଏକ ବିରଳ ଘଟଣା। ଦୁଇ ବର୍ଷ ପୂର୍ବେ ଥାଇଲାଣ୍ଡର ନାଖୋନ ରାଚାସୀମା ସହରରେ ଜଣେ ଯବାନ ୨୧ ଜଣଙ୍କୁ ଗୁଳିକରିଥିଲେ।

ସେପଟେ ବୁଧବାର ଅପରାହ୍ନରେ ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୭ ପୋଲିସ କର୍ମୀ ଓ ଜଣେ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁଳିକାଣ୍ତକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବନ୍ଧୁକଧାରୀମାନେ ଗୁରେରୋ ରାଜ୍ୟର ସାନ ମିଗେଲ ଟୋଟୋଲାପାନର ନଗର ହଲ(San Miguel Totolapan in southwest Mexico) ରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳିମାଡ କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୋଲିସ । ତେବେ ଗୁଳିମାଡର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ହଲରେ କାନ୍ଥରେ ବୁଲେଟ୍ ମାର୍କ ଦେଖାଯାଉଛି ।