ଓଢ଼ଣୀରୁ ମିଳିଲା ନରକଙ୍କାଳର ପରିଚୟ !
Advertisement
Article Detail0/zeeodisha/odisha882491

ଓଢ଼ଣୀରୁ ମିଳିଲା ନରକଙ୍କାଳର ପରିଚୟ !

କପିଳେଶ୍ୱର ଗାଁ ପୋଖରୀରୁ ମିଳିଥିବା କଙ୍କାଳକୁ ମୃତକଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। କଙ୍କାଳର ବେକରେ ଥିବା ଓଢ଼ଣୀକୁ ଦେଖି ତାହା ତାଙ୍କ ନିଜ ନିଖୋଜ ଝିଅର ମୃତଦେହ ବୋଲି ଖଣ୍ଡରା ଗାଁର ଅହଲ୍ୟା ରାଉତ ଦାବି କରିଛନ୍ତି।

ଡିଜାଇନ ଫଟୋ

ଯାଜପୁର: ନୟାଗଡ ଯଦୁପୁର ପରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗାଁ ପୋଖରୀରୁ ଗତ ୮ ତାରିଖରେ ମିଳିଛି ନରକଙ୍କାଳ। ଯଦୁପୁର ନାବାଳିକା ପରୀର କଙ୍କାଳ ବୋଲି ସାଇଣ୍ଟିଫିକ୍ ଟିମ ସ୍ପଷ୍ଟ କରିଥିଲେ। କିନ୍ତୁ କପିଳେଶ୍ୱର ଗାଁ ପୋଖରୀରୁ ମିଳିଥିବା କଙ୍କାଳକୁ ମୃତକଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। କଙ୍କାଳର ବେକରେ ଥିବା ଓଢ଼ଣୀକୁ ଦେଖି ତାହା ତାଙ୍କ ନିଜ ନିଖୋଜ ଝିଅର ମୃତଦେହ ବୋଲି ଖଣ୍ଡରା ଗାଁର ଅହଲ୍ୟା ରାଉତ ଦାବି କରିଛନ୍ତି।

ଯାଜପୁର ସଦର ଥାନା (Jajpur Police) ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗାଁ ପୋଖରୀରୁ ଏହି ନରକଙ୍କାଳକୁ ଗ୍ରାମବାସୀ ଠାବ କରିଥିଲେ। ଖବର ପାଇ ସଦର ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଅନ୍ୟପଟେ ଯାଜପୁର ଥାନା ଖଣ୍ଡରା ଗାଁର ଶରତ ରାଉତଙ୍କ ଝିଅ ୩ ମାସ ତଳେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି କଙ୍କାଳଟି ନିଜ ଝିଅ ଶୁଭଶ୍ରୀର ବୋଲି ଚିହ୍ନଟ କରିଛନ୍ତି। କିନ୍ତୁ ଏ ନେଇ ସାଇଂଟିପିଂକ୍ ଟିମର ସହାୟତା ନିଆଯାଇଛି ଓ ରିପୋର୍ଟ ଆସିବା ପରେ କଙ୍କାଳର ପ୍ରକୃତ କାରଣ ଜଣାପଡିବ।

Also Read: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଛି!

ପୋଖରୀରୁ ଉଦ୍ଧାର ହୋଇଥିବା ଏହି ନରକଙ୍କାଳଟି (Human Skeleton) କାହାର? ଏହା ପୁରୁଷ ନା ମହିଳାଙ୍କ ନରକଙ୍କାଳ? ଏଭଳି ଅନେକ ପ୍ରଶ୍ନ କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ପରେ ଚର୍ଚ୍ଚା ହୋଇଥିଲା। କଙ୍କାଳର ବେକରେ ଏକ ଓଢ଼ଣୀ ଥିବା ଦେଖିବାକୁ ମିଳିଥିଲା। ପୋଲିସ ଆଖପାଖ ଅଂଚଳରୁ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ସଂପର୍କରେ ଖୋଳାତାଡ କରିବା ପରେ ଯାଜପୁର ଥାନା ଖଣ୍ଡରା ଗାଁର ଶରତ ରାଉତଙ୍କ ଝିଅ କିଛି ମାସ ତଳେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡିଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ଏହା ନିଜ ଝିଅର ନରକଙ୍କାଳ ବୋଲି ଚିହ୍ନି ଥିଲେ ।

ଶରତ ରାଉତଙ୍କ ଝିଅ ଶୁଭଶ୍ରୀ ଗତବର୍ଷ ଅକ୍ଟୋବର ମାସ ୩୦ ତାରିଖ ଦିନ ଘରୁ ନିଖୋଜ ହୋଇଯାଇଥିଲା। ପୂର୍ବରୁ ରହିଥିବା ପ୍ରେମ ସଂପର୍କ ଯୋଗୁଁ ଶୁଭଶ୍ରୀ ଘରୁ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଥିଲା। ପରିବାର ପକ୍ଷରୁ ଏନେଇ ଗତ ନଭେମ୍ବର ୨ ତାରିଖରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ (Missing Report) କରାଯାଇଥିଲା। କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏଫ୍ଆଇଆର୍ ଲେଖାଇବାର ୫ ମାସ ପରେ ମଧ୍ୟ ପୋଲିସ ସେହି ନିଖୋଜ ଶୁଭଶ୍ରୀଙ୍କୁ ଖୋଜି ବାହାର କରିପାରିନଥିଲା। ଆଉ ଏବେ ଶୁଭଶ୍ରୀଙ୍କ କଙ୍କାଳ ମିଳିଥିବା ଦାବି କରାଯାଉଛି।

Also Read: କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଦୁଇ ମୁଣ୍ଡିଆ ଶିଶୁ କନ୍ୟା

ନରକଙ୍କାଳ ମିଳିବା ପରେ ଶୁଭଶ୍ରୀର ପ୍ରେମିକ ତାକୁ ହତ୍ୟା (Murder) କରି ଏହି ପୋଖରୀରେ ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଏପରି କି ପ୍ରେମ ଜାଲରେ ଫାସାଇ ବାରିପଦା ଗ୍ରାମର ହରିହର ନାୟକ ତାଙ୍କ ଝିଅକୁ ହତ୍ୟା କରିଥିବା ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ କଙ୍କାଳରୁ ନମୂନା ସଂଗ୍ରହ କରି ଡିଏନଏ ଟେଷ୍ଟ ପଠାଯାଇଛି। ଯଦି ପ୍ରକୃତରେ ଏହି ଗଳିତ ମୃତଦେହ ଶୁଭଶ୍ରୀର ହୋଇଥାଏ ତା ହେଲେ ହତ୍ୟାକାରୀ କିଏ ଓ କେବେ ଧରାପଡିବେ ହତ୍ୟାକାରୀ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି। ଏ ନେଇ ପୋଲିସ କ୍ୟାମେରା ସାମ୍ନାରେ କିଛିବି କହିବାକୁ ମନା କରିଦେଇଛି ।