ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ପିପିଲିରେ ହିଂସା, ୩ BJP କର୍ମୀ ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha882458

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ପିପିଲିରେ ହିଂସା, ୩ BJP କର୍ମୀ ହସ୍ପିଟାଲରେ ଭର୍ତ୍ତି

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଭର୍ଚୁଆଲ ମାଧ୍ୟମରେ ପିପିଲି (Pipili Bypoll) ପାଇଁ ପ୍ରଚାର କରିବେ। ପିପିଲି ବ୍ଲକ୍ ଓ NAC ଏବଂ ଡେଲାଙ୍ଗ ବ୍ଲକରେ BJD ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ସେ ଭୋଟ୍ ମାଗିବେ।

ଡିଜାଇନ ଫଟୋ

ପୁରୀ: ପିପିଲି ପାଲଟିଲାଣି ପଶ୍ଚିମବଙ୍ଗ। ବିଧାନସଭା ଉପନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ହିଂସାକାଣ୍ଡ। ଆସନ୍ତା ୧୭ ତାରିଖ ଦିନ ପିପିଲି ନିର୍ବାଚନ ମଣ୍ଡଳୀରେ ଭୋଟ ପଡିବ। ଏଥିପାଇଁ ତିନି ପ୍ରମୁଖ ଦଳର ପ୍ରଚାର ଜୋରସୋରରେ ଚାଲିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। କିନ୍ତୁ ତାହାର ଦିନକ ପୂର୍ବରୁ ପିପିଲିରେ ହିଂସାକାଣ୍ଡ ଘଟିଛି।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଭର୍ଚୁଆଲ ମାଧ୍ୟମରେ ପିପିଲି (Pipili Bypoll) ପାଇଁ ପ୍ରଚାର କରିବେ। ପିପିଲି ବ୍ଲକ୍ ଓ NAC ଏବଂ ଡେଲାଙ୍ଗ ବ୍ଲକରେ BJD ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ସେ ଭୋଟ୍ ମାଗିବେ। ଭର୍ଚୁଆଲ ପ୍ରଚାର (Virual Rally) ପାଇଁ ପିପିଲି ବ୍ଲକର ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମର ରହିଛି। ପିପିଲି ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ଅବତରଣ ରୁଦ୍ରଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ ହେବ ବୋଲି ଆଶା କରାଯାଉଛି।

Also Read: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଛି!

ସେପଟେ ପୁରୀ (Puri) ଡେଲାଙ୍ଗରେ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଜେନାପୁର ବ୍ରାହ୍ମଣବାଡ଼ରେ BJP ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ଗୋଷ୍ଠୀ ଧସ୍ତାଧସ୍ତି ଓ ମାଡଗୋଳ ହେବା ଫଳରେ ୩ BJP କର୍ମୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଷ୍ଠୀ ସଙ୍ଘର୍ଷ (Community Clash) କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେବାରୁ ଘଟଣାସ୍ଥଳରେ ପୋଲିସ (Puri Police) ମୁତୟନ କରାଯାଇଛି। ଅନ୍ୟପଟେ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା।

ଅପରପକ୍ଷରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief Election Officer) ଙ୍କୁ BJP ବିଧାୟକ ଦଳ (MLA group) ଭେଟିଛି। କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ପରେ ବି ପୋଲିସ ଚୁପ୍‌ ବସିଛି। ଜଣେ ସରକାରୀ ଡାକ୍ତର ପିପିଲି (Pipili) ରେ BJD ପାଇଁ ପ୍ରଚାର କରୁଥିବା ବିଧାୟକ ଦଳ ଅଭିଯୋଗ କରିଛି। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ନହେଲେ ଦଳ ଧାରଣା ଦେବ ବୋଲି ସେମନେ ନିର୍ବାଚନ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି।