Murder News: ପ୍ରେମିକାକୁ ମେସେଜ କଲା ବୋଲି ସାଙ୍ଗକୁ ବୀଭତ୍ସ ହତ୍ୟା, ମୁଣ୍ଡ ଓ ଗୁପ୍ତାଙ୍ଗ କାଟିବା ସହ ହାର୍ଟକୁ ଦେହରୁ କାଢିଦେଲା
Advertisement
Article Detail0/zeeodisha/odisha1587671

Murder News: ପ୍ରେମିକାକୁ ମେସେଜ କଲା ବୋଲି ସାଙ୍ଗକୁ ବୀଭତ୍ସ ହତ୍ୟା, ମୁଣ୍ଡ ଓ ଗୁପ୍ତାଙ୍ଗ କାଟିବା ସହ ହାର୍ଟକୁ ଦେହରୁ କାଢିଦେଲା

Murder News In Odia: ସର୍ବପ୍ରଥମେ ନବୀନ ସେହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ପରେ ଯୁବତୀ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ । ହେଲେ କିଛି ବର୍ଷ ପୂର୍ବେ ଦୁହେଁ ଅଲଗା ହୋଇଯାଇଥିଲେ । ପରେ ହରିହର ସେହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବତୀ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ସ୍ୱୀକାର କରିଥିଲେ।

Murder News: ପ୍ରେମିକାକୁ ମେସେଜ କଲା ବୋଲି ସାଙ୍ଗକୁ ବୀଭତ୍ସ ହତ୍ୟା, ମୁଣ୍ଡ ଓ ଗୁପ୍ତାଙ୍ଗ କାଟିବା ସହ ହାର୍ଟକୁ ଦେହରୁ କାଢିଦେଲା

Murder News In Odia: ପ୍ରେମ ମଧୁର ଓ ଚିରନ୍ତନ ହେଲେ ପ୍ରେମ ଯେ କେତେବେଳେ ଭୟଙ୍କର ହୋଇଥାଏ ତାହା ଅନୁମେୟ କରିବା ମଧ୍ୟ କଷ୍ଟକର । ଏମିତି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଦିଲସୁଖ ନଗର ଅଞ୍ଚଳରେ। ନିଜ ପ୍ରେମିକାକୁ ମେସେଜ ଓ କଲ୍ କଲା ବୋଲି ୨୨ ବର୍ଷୀୟ ଜଣେ ଯୁବକ ନିଜ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ନିଜ ସାଙ୍ଗର ମୁଣ୍ଡକୁ ଶରୀରକୁ ଅଲଗା କରିଦେଇଥିଲା । ପରେ ହାର୍ଟ ସହ ଗୁପ୍ତାଙ୍ଗକୁ କାଟି ଦେଇଥିଲା ଅଭିଯୁକ୍ତ ଯୁବକ । କେବଳ ଏତିକି ନୁହେଁ ଯେଉଁ ହାତରେ ତା ପ୍ରେମିକାକୁ ମେସେଜ କରିଥିଲା ସେହି ହାତର ଅଙ୍ଗୁଳି ଗୁଡାକୁ ଟିକ୍ ଟିକ୍ କରି କାଟିଦେଇଥିଲା ଅଭିଯୁକ୍ତ। 

ଏମିତି ବିଭତ୍ସ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ଯୁବକ ଜଣଙ୍କ ପୋଲିସ (Police) ପାଖରେ ଆତ୍ମସମର୍ପଣ କରିଥିଲା । ପୋଲିସ ଅଭିଯୁକ୍ତର ବୟାନକୁ ନେଇ ମାମଲା ରୁଜୁ କରି ବିସ୍ତୃତ ଭାବେ ଯାଞ୍ଚ ଆରମ୍ଭ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି ପୋଲିସ। ପୋଲିସର କହିବାନୁସାରେ, ନବୀନ ଓ ହରିହର ଦୁହେଁ ଭଲ ସାଙ୍ଗ । ଦୁହେଁ ଦିଲସୁଖ ନଗରର (Dilsukh Nagar) କଲେଜରେ ଇଣ୍ଟର ମିଡିଏଟ ପାଠପଢା ଶେଷ କରିଥିଲେ । ତେବେ ଯୁବତୀ ଜଣଙ୍କ ମଧ୍ୟ ସେହି କଲେଜରେ ପଢୁଥିସଲେ । ଦୁଇ ସାଙ୍ଗଙ୍କୁ ସେହି ଯୁବତୀଙ୍କ ସହ ପ୍ରେମ ହୋଇଥିଲା। 

ହେଲେ ସର୍ବପ୍ରଥମେ ନବୀନ ସେହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ପରେ ଯୁବତୀ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ । ହେଲେ କିଛି ବର୍ଷ ପୂର୍ବେ ଦୁହେଁ ଅଲଗା ହୋଇଯାଇଥିଲେ । ପରେ ହରିହର ସେହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବତୀ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ସ୍ୱୀକାର କରିଥିଲେ। ହେଲେ ବ୍ରେକ ଅପ ହେବା ପରେ ବି ନବୀନ ନିଜର ପ୍ରଥମ ଲଭ୍ (First Love) କୁ ଭୁଲିପାରୁନଥିଲେ। ସେ ଝିଅକୁ ବାରମ୍ବାର ସମ୍ପର୍କ କରୁଥିଲେ। ଯାହା ଫଳରେ ହରିହରି ବହୁତ ରାଗି ଯାଇଥିଲେ। 

ଅଭିଯୁକ୍ତ ହରିହର ତିନି ମାସ ଧରି ଏକ ମଉକା ଖୋଜୁଥିଲା। ତେବେ ପୋଲିସ କହିଛି ଯେ ଫେବୃଆରୀ ୧୭ ରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ​​ଏବଂ ମଦ ନିଶାରେ ହରିହର ନବୀନଙ୍କୁ ଗଳା ଚିପି ହତ୍ୟା କରିଥିଲେ। ପୋଲିସ କହିଛି ଯେ ହରିହର ତା’ପରେ ନବୀନଙ୍କ ମୁଣ୍ଡ କାଟି ତାଙ୍କ ହୃଦୟ ଏବଂ ଯୌନାଙ୍ଗ ବାହାର କରି ଅଙ୍ଗୁଳି କାଟି ଦେଇଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତ ନବୀନ ର ହତ୍ୟା କରିବା ପରେ ଫଟୋ ଉଠାଇ ହ୍ୱାଟସ୍ ଆପ୍ ରେ ତାଙ୍କ ପ୍ରେମିକାଙ୍କ ନିକଟକୁ ପଠାଇଥିଲା। ଘଟଣାର ବିସ୍ତୃତ ଅନୁସନ୍ଧାନ (Police Investigation) ଚାଲିଛି।

Also Read: ମୋସେୱାଲାଙ୍କ ହତ୍ୟା ମାମଲାରେ ୨ ଅଭିଯୁକ୍ତଙ୍କୁ ଜେଲରେ ହତ୍ୟା, ଜଣକ ଅବସ୍ଥା ଗୁରୁତର

Also Read: Crime News: ଧଳା ରଶିର କଳା କାହାଣୀ, ବାପା ମା ସହ Law ପଢୁଥିବା ଝିଅର ଆତ୍ମହତ୍ୟା