Shraddha Murder: ଜାଣନ୍ତୁ କେମିତି ଓ କେଉଁ ପରିସ୍ଥିତିରେ କରାଯାଏ ନାର୍କୋ ଟେଷ୍ଟ
Advertisement
Article Detail0/zeeodisha/odisha1451435

Shraddha Murder: ଜାଣନ୍ତୁ କେମିତି ଓ କେଉଁ ପରିସ୍ଥିତିରେ କରାଯାଏ ନାର୍କୋ ଟେଷ୍ଟ

Shraddha Murder Update: ବୁଢିଆଣି ଜାଲ ପରି ଗୁଡ଼େଇ ହୋଇଛି ଦିଲ୍ଲୀର ମେହରୁଲି ସ୍ଥିତ ଶ୍ରଦ୍ଧା ହତ୍ୟା ମାମଲା । ଦିନକୁ ଦିନ ମାମଲା ଗଡ଼ି ଚାଲିଥିବା ବେଳେ ଅଭିଯୁକ୍ତର ବୟାନ ପୋଲିସକୁ ଚିନ୍ତାରେ ପକାଇଛି। ଜଙ୍ଗଲକୁ ଜଙ୍ଗଲ ବୁଲି ପୋଲିସ ଶ୍ରଦ୍ଧାଙ୍କ ଖଣ୍ଡ ଖଣ୍ଡ ଶରୀର ଖୋଜୁଥିବା ବେଳେ ଏପଟେ ଅଭିଯୁକ୍ତ ପ୍ରେମିକ ଅଫତାବର ନାର୍କୋ ଟେଷ୍ଟରୁ ସତ ଘଟଣା କାଢିବାକୁ ପୋଲିସ ତାର ପ୍ରସ୍ତୁତି ସାରିଛି। 

Shraddha Murder: ଜାଣନ୍ତୁ କେମିତି ଓ କେଉଁ ପରିସ୍ଥିତିରେ କରାଯାଏ ନାର୍କୋ ଟେଷ୍ଟ

Shraddha Murder: ନିଜର ଲିଭଇନ ପାର୍ଟନର ଶ୍ରଦ୍ଧା ୱାଲେକରଙ୍କ ହତ୍ୟା କରିଥିବା ଜହ୍ଲାଦ ପ୍ରେମିକ ଆଫତାବ ପୁନାୱାଲାର ଆଜି ନାର୍କୋ ଟେଷ୍ଟ କରାଯାଇନାହିଁ। ବିଧି ବିଜ୍ଞାନ ପ୍ରୟୋଗଶାଳା (ଏଫଏସଏଲ) ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏଫଏସଏଲ ତରଫରୁ ଏହା କୁହାଯାଇଛି ଯେ,  ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଆଫତାବର ପଲିଗ୍ରାଫିକ ଟେଷ୍ଟ କରିବା ଜରୁରୀ। ଯାହାଦ୍ୱାରା ଏନେଇ ସହମତି ମଧ୍ୟ ଆବଶ୍ୟକ ପଡ଼ିଥାଏ। ଆଉ ଏହି ବାବଦରେ ପୋଲିସକୁ ସମସ୍ତ ସୂଚନା ଦିଆଯାଇଛି।

FSL ର ସହକାରୀ ନିର୍ଦ୍ଦେଶକ ସଞ୍ଜୀବ ଗୁପ୍ତା କହିଛନ୍ତି ଯେ ଆମେ ଆଜି ଆଫତାବର ନାର୍କୋ ପରୀକ୍ଷା କରିବା ସମ୍ଭବ ନଥିଲା। ନିଜେ FSL ରେ ସହକାରୀ ନିର୍ଦ୍ଦେଶକ ପୁନୀତ ପୁରୀ କହିଛନ୍ତି ଯେ ସହମ୍ମତି ପାଇବା ପରେ ପଲିଗ୍ରାଫିକ୍ ପରୀକ୍ଷା କରାଯିବ। ଏହା ପରେ ଡାକ୍ତରୀ ପରୀକ୍ଷା କରାଯିବ ଏବଂ ଏହାପରେ ନାର୍କୋ ପରୀକ୍ଷା ପରେ ହିଁ କରାଯିବ ବୋଲି ସେ କହିଛନ୍ତି।

Also Read: Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

ଅଧିକାରୀଙ୍କ ସୂଚନାନୁଯାୟୀ, ୧୦ ଦିନ ଭିତରେ ନାର୍କୋ ପରୀକ୍ଷା କରାଯିବ । ସହକାରୀ ନିର୍ଦ୍ଦେଶକ ସଞ୍ଜୀବ ଗୁପ୍ତା କହିଛନ୍ତି ଯେ ସେମାନେ ନାର୍କୋ ପରୀକ୍ଷା ପାଇଁ ଅନୁରୋଧ ଗ୍ରହଣ କରିଛନ୍ତି ଏବଂ ଆମେ ମଧ୍ୟ ଆମର କାର୍ଯ୍ୟ ଆରମ୍ଭ କରିଛୁ। ଆମର ନିର୍ଦ୍ଦେଶକ ଦୀପା ଭର୍ମା ଏହି ମାମଲାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ରବିବାର ଦିନ ଏଫଏସଏଲ ଏବଂ ପୋଲିସ  ମଧ୍ୟରେ ଏକ ବୈଠକ ହୋଇଥିଲା ଏବଂ ସବୁକିଛି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ନାର୍କୋ ପରୀକ୍ଷା ପୂର୍ବରୁ କିଛି ପାରାମିଟର ପୂରଣ ହେବା ଆବଶ୍ୟକ ଏବଂ ପୋଲିସକୁ ମଧ୍ୟ ସମାନ ସୂଚନା ଦିଆଯାଇଛି। ସେଗୁଡିକ ସଂପୂର୍ଣ୍ଣ କରିବା ମାତ୍ରେ ଆମେ ନାର୍କୋ ଟେଷ୍ଟ କରିପାରିବା ବୋଲି କହିଛନ୍ତି। 

Also Read: Shraddha Murder:'ଶ୍ରଦ୍ଧାଙ୍କୁ ଏଥିପାଇଁ ବହୁତ ଘୃଣା କରୁଥିଲି', ସେଥିପାଇଁ ହାଣିଲି ଜାଳିଲି

ନାର୍କୋ ଟେଷ୍ଟ ବିଷୟରେ ବର୍ଣ୍ଣନା କରି FSL କ୍ରାଇମବ୍ରାଞ୍ଚର ଦାୟିତ୍ୱରେ ଥିବା ପ୍ରଭାରୀ ରଜନୀଶ ଗୁପ୍ତା କହିଛନ୍ତି ଯେ ଏହା ଅପରେସନ ଥିଏଟରରେ କରାଯାଉଥିବାରୁ ଡାକ୍ତର ଇତ୍ୟାଦି ବିଭିନ୍ନ ବିଭାଗ ସହିତ ଜଡିତ ଏହା ଏକ ଦୀର୍ଘ ପ୍ରକ୍ରିୟା। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି, ଯେ ଏଥିରେ FSL,ଫଟୋ ଡିଭିଜନ୍, ନାର୍କୋ ବିଶେଷଜ୍ଞ ଇତ୍ୟାଦି ରହିଛନ୍ତି ତେଣୁ ସମସ୍ତ ଦଳ ଏକାଠି କାମ କରନ୍ତି ଏବଂ ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ସହମ୍ମତି ମଧ୍ୟ ଆବଶ୍ୟକ ପଡ଼ିଥାଏ।ଆମର ଅଧିକାରୀମାନେ ସେମାନଙ୍କ ସହମ୍ମତି ପାଇବା ପାଇଁ ପୂର୍ବରୁ ସମସ୍ତ ବିଭାଗ ସହିତ ସାକ୍ଷାତ କରିସାରିଛନ୍ତି ଏବଂ ଯେତେବେଳେ ଆମେ ଏହା ପାଇବୁ ଆମର ଏକ ତାରିଖ ରହିବ ଯାହା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି। 

Also Read: Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ

FSLର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରବିବାର ଦିନ ଦିଲ୍ଲୀ ପୋଲିସ ଦଳ ସହ ଶ୍ରଦ୍ଧା ୱାଲେକର ହତ୍ୟା ମାମଲାର ଯାଞ୍ଚ କରି ଏକ ବିସ୍ତୃତ ଆଲୋଚନା ହୋଇଥିଲା। ମଙ୍ଗଳବାର ଦିନ ପୁନାୱାଲାଙ୍କ ପାଞ୍ଚ ଦିନିଆ ପୋଲିସ ରିମାଣ୍ଡ ଶେଷ ହେବା ସହ ଦିଲ୍ଲୀ ପୋଲିସ ଯଥାଶୀଘ୍ର ପରୀକ୍ଷା କରିବାକୁ ଚେଷ୍ଟା କରୁଛି। ରୋହିଣୀର ଡକ୍ଟର ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ନାର୍କୋ ପରୀକ୍ଷା କରାଯିବ । ନଭେମ୍ବର  ୧୭ ତାରିଖର ଏକ ଆଦେଶରେ ଦିଲ୍ଲୀର ଏକ କୋର୍ଟ ନାର୍କୋ ବିଶ୍ଳେଷଣ ପରୀକ୍ଷାକୁ ପାଞ୍ଚ ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଆରୋପୀ ଉପରେ "ଥାର୍ଡ ଡିଗ୍ରୀ" ବ୍ୟବହାର କରିବ ନାହିଁ ବୋଲି ସ୍ପଷ୍ଟ କରିଛି।