କନ୍ଧମାଳରେ ଚାଲିଛି ବାଘ ଚମଡା ରାକେଟ
X

କନ୍ଧମାଳରେ ଚାଲିଛି ବାଘ ଚମଡା ରାକେଟ

ବିଦ୍ୟାଧର ବାଘ ଚମଡ଼ା ବ୍ୟବସାୟ କରୁଥିବା ଖବର ପାଇ ବନବିଭାଗ ତାଙ୍କ ଗତିବିଧି ଉପରେ କିଛି ଦିନ ହେଲା ନଜର ରଖୁଥିଲା।

କନ୍ଧମାଳରେ ଚାଲିଛି ବାଘ ଚମଡା ରାକେଟ

କନ୍ଧମାଳ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ବାଘ ଚମଡ଼ା, ଦାନ୍ତ ଓ ନଖ ଚୋରା ଚାଲାଣ ରାକେଟ ସକ୍ରିୟ ରହିଛି। ବାଲିଗୁଡ଼ାରୁ ବନବିଭାଗ ଟିମ ଗୋଟିଏ ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ବାଘ ଚମଡା ବିକ୍ରି ଅଭିଯୋଗରେ ବାଲିଗୁଡ଼ାର ବିଦ୍ୟାଧର ନାୟକଙ୍କୁ ବନବିଭିଗା ଗିରଫ କରିଛି। ବିଦ୍ୟଧର କଲରା ପତରିଆ ବାଘ ଚମଡ଼ା ବ୍ୟବସାୟକରୁଥିବା ଖବର ପାଇ ବନବିଭାଗ କର୍ମଚାରୀ ବାଲିଗୁଡ଼ା ନିକଟ ସିର୍ତିଗୁଡା ଛକ ନିକଟରେ ଚଢ଼ାଉ କରି ରାକେଟର ପର୍ଦ୍ଦାଫାଶ କରିଛି।

Also Read: ବଜ୍ରାଘାତରେ ଚାଲିଗଲା ୧୮ ନିରୀହ ଜୀବନ

ଜବତ ବାଘ ଚମଡ଼ାର ଲମ୍ବ ୮ ଆଇସିଏଇ ଫୁଟରୁ ଅଧିକା ହେବ ବୋଲି ବାଲିଗୁଡ଼ା ରେଞ୍ଜର କହିଛନ୍ତି। ବିଦ୍ୟାଧର ବାଘ ଚମଡ଼ା ବ୍ୟବସାୟ କରୁଥିବା ଖବର ପାଇ ବନବିଭାଗ ତାଙ୍କ ଗତିବିଧି ଉପରେ କିଛି ଦିନ ହେଲା ନଜର ରଖୁଥିଲା।

Trending news