ବଳି ପଡ଼ିଯିବେ କି ପ୍ରତାପ ଓ ଅରୁଣ !
Advertisement
Article Detail0/zeeodisha/odisha826234

ବଳି ପଡ଼ିଯିବେ କି ପ୍ରତାପ ଓ ଅରୁଣ !

ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ରାଜ୍ୟରେ ଦୀର୍ଘ ୨୦ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକ (Naveen Patnaik) ଆଗକୁ ମନ୍ତ୍ରିମଣ୍ଡଳରେ (Cabinet Minister) ପରିବର୍ତ୍ତନ କରିବାକୁ ଯାଉଛନ୍ତି । 

ବଳି ପଡ଼ିଯିବେ କି ପ୍ରତାପ ଓ ଅରୁଣ !

ନୂଆଦିଲ୍ଲୀ: ରାଜ୍ୟରେ ପରୀ କଥିତ ଦୁଷ୍କର୍ମ ଓ ହତ୍ୟା ମାମଲା ନ ଥମୁଣୁ ମାହାଙ୍ଗା ଡବଲ ମର୍ଡର କେସ ବେଶ ଚର୍ଚ୍ଚାରେ ରହିଛି । ତେବେ ଏହି ଦୁଇ ଅପରାଧ ତଥା ହତ୍ୟାକାଣ୍ଡ ରାଜ୍ୟ ରାଜନୀତିକୁ ଏକ ପ୍ରକାର ପ୍ରଭାବିତ କରିଛି । ବିରୋଧୀ ଉଭୟକୁ ମୁଦ୍ଦା କରି ସରକାରଙ୍କୁ ଟାର୍ଗେଟ କରିବା ସହିତ ଘନଘନ ସମାଲୋଚନା କରି ଆସୁଛି । ପରୀ (Pari Murder Case) ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ (Arun Sahoo) ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମାହାଙ୍ଗା ଡବଲ ମର୍ଡର (Mahanga Double Murder Case) ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ (Pratap Jena) ନାଁ ସାମ୍ନାକୁ ଆସିଛି । ଏପରିକି ଥାନାରେ ହୋଇଥିବା ଅଭିଯୋଗ ପତ୍ରରେ (FIR Copy) ମଧ୍ୟ ପ୍ରତାପଙ୍କ ନାଁ ଥିବା ଦେଖିବାକୁ ମିଳିଛି । 

ସେପଟେ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ରାଜ୍ୟରେ ଦୀର୍ଘ ୨୦ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକ (Naveen Patnaik) ଆଗକୁ ମନ୍ତ୍ରିମଣ୍ଡଳରେ (Cabinet Minister) ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଏହି ପରିବର୍ତ୍ତନ ସମୟରେ ଏକାଧିକ ମନ୍ତ୍ରିତ୍ୱ ପଦ କଟିବାର ସମ୍ଭାବନା ମଧ୍ୟ ଦେଖାଦେଇଛି । ଏମାନଙ୍କ ମଧ୍ୟରେ ପ୍ରତାପ ଜେନା (Pratap Jena) ଓ ଅରୁଣ ସାହୁଙ୍କ (Arun Sahoo) ନାମ ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳୁଛି। ପୂର୍ବରୁ ମଧ୍ୟ ନବୀନ ଏଭଳି ଅପରାଧ କିମ୍ବା କୌଣସି ବିବାଦୀୟ ସ୍ଥିତିରେ କୌଣସି ବିଧାୟକ (MLA) କିମ୍ବା ମନ୍ତ୍ରୀଙ୍କ ନାମ ସାମିଲ ରହିଥିଲେ ନିଜ ଟିମରୁ ବିଦା କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । ଏକ ସ୍ୱଚ୍ଛ ଭାବମୂର୍ତ୍ତିକୁ ପାଥେୟ କରି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ଶାସନ ଗାଦିରେ ରହିଛନ୍ତି ନବୀନ । ନିଜ ଟିମକୁ ମଧ୍ୟ ବେଶ ସ୍ୱଚ୍ଛ କରିବାକୁ ପ୍ରୟାସ କରି ଆସିଛନ୍ତି ।

ଅଧିକ ପଢନ୍ତୁ: ଆଜିଠୁ ଟିକା ବିତରଣ କାର୍ଯ୍ୟକ୍ରମ, କେଉଁମାନେ ପହଞ୍ଚାଇବେ ଟିକା, ପଢନ୍ତୁ ରିପୋର୍ଟ... 

ତେବେ ଏଭଳି ଦୁଇଟି ସମ୍ବେଦନପୂର୍ଣ୍ଣ ଘଟଣାରେ ସାମିଲ ଥିବା ଏହି ଦୁଇ ପ୍ରମୁଖ ନେତାଙ୍କ ବିପକ୍ଷରେ ନବୀନ କିଭଳ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ତ ସମୟ କହିବ । କିନ୍ତୁ ଏହି ଦୁଇ ନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ବିରୋଧୀ ଘନ ଘନ ଟାର୍ଗେଟ କରି ଆସୁଛନ୍ତି।  ଜବାବ ତଲବ କରିବା ସହିତ ଅରୁଣ (Arun Sahoo) ଓ ପ୍ରତାପଙ୍କୁ (Pratap Jena) ଦଳରୁ ବହିଷ୍କାର କରିବାକୁ ମଧ୍ୟ ଦାବି କରି ଆସୁଛନ୍ତି । 

ମାହାଙ୍ଗା ହତ୍ୟାଘଟଣାରେ (Mahanga Murder Case) ବିଜେପିର ଓଡ଼ିଶା ପ୍ରଭାରୀ (Odisha Prabhari) ଡି.ପୁରନ୍ଦେଶ୍ୱରୀ (D. Purandeswari) ନବୀନଙ୍କୁ ଟାର୍ଗେଟ କରି କହିଥିଲେ କି, ରାଜ୍ୟ ସରକାର ଦୁର୍ନିତୀରେ ବୁଡ଼ି ରହିଛନ୍ତି ।  ଅପରାଧୀମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନିତୀ ସମ୍ପର୍କରେ ମୁଁହ ଖୋଲିଲେ ଲୋକମାନଙ୍କୁ ଏଠାରେ ହତ୍ୟା କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ କି ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି । ଏଫଆଇଆରରେ ମଧ୍ୟ ତାଙ୍କ ନାଁ ଉଲ୍ଲେଖ ରହିଛି । କିନ୍ତୁ ନବୀନ ବାବୁ (Naveen Patnaik) କାହିଁକି କୌଣସି ପଦେକ୍ଷେପ ଗ୍ରହଣ କରୁନାହାନ୍ତି । ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ଡି. ପୁରନ୍ଦେଶ୍ୱରୀ (D. Purandeswar) କହିଛନ୍ତି । 

ଅଧିକ ପଢନ୍ତୁ: ରାଜନୈତିକ ସୁଖ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ U-turn

ସୂଚନା ଯୋଗ୍ୟ ମାହାଙ୍ଗାର ଦୁଇ ବରିଷ୍ଠ ବିଜେପି ନେତା (BJP Leader) କୁଳମଣି ବରାଳ (Kulamani Baral) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ମୁଁହ ଖୋଲିଥିଲେ । କୁଳମଣି ଓ ଦିବ୍ୟସିହଂଙ୍କୁ ବିଚ ରାସ୍ତାରେ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା । ଯାହାକୁ ନେଇ ତମାମ ରାଜ୍ୟରେ ବିଜେପି ବିରୋଧ କରିଆସିଥିଲା । ବ୍ଲକରୁ ପଞ୍ଚାୟତସ୍ତରରେ ଆନ୍ଦୋଳନ କରିଥିଲା । ଅପରାଧୀଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଥିଲା । ସେହି ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ପ୍ରଶ୍ନ ମଧ୍ୟ ଉଠାଇଥିଲା । 

କେବଳ ଏତିକି ନୁହେଁ, ପୁର୍ବରୁ ମଧ୍ୟ ଏକାଧିକ ଅପରାଧିକ କାର୍ଯ୍ୟକଳାପରେ ପ୍ରତାପଙ୍କ ନାମ ମଧ୍ୟ ଆସିଥିବାର ଜଣାଯାଏ । ତେବେ ଆଗକୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନର ସମ୍ଭାବନା ରହିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।