ଚାରପାଲି ଗ୍ରାମର ଏକ ପରିତିକ୍ତ କୂଅରୁ ଖିରେଶ୍ୱର ବିଶିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଖିରେଶ୍ୱର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।
Trending Photos
ସମ୍ବଲପୁର: ନିଖୋଜର ତିନି ଦିନ ପରେ ମିଳିଲା ପୂର୍ବତନ ସମିତି ସଭ୍ୟଙ୍କ ମୃତଦେହ। ଆଜି ସକାଳୁ ବୁର୍ଲା ଥାନା ଚାରପାଲି ଗ୍ରାମର ଏକ ପରିତିକ୍ତ କୂଅରୁ ଖିରେଶ୍ୱର ବିଶିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଖିରେଶ୍ୱର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।
ବୁର୍ଲା ଥାନା (Burla Police) ଚିପିଳିମା ଫାଣ୍ଡି ଚାରପାଲି ଗ୍ରାମ ରାସ୍ତା କଡର ଏକ ପରିତିକ୍ତ କୂଅରେ ଭାସମାନ ଅବସ୍ଥାରେ ଏକ ଗଳିତ ମୃତଦେହ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଫାଣ୍ଡିକୁ ଖବର ଦେଲା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ମୃତଦେହକୁ ଉଦ୍ଧାର କରିଛନ୍ତି। ତେବେ ମୃତଦେହଟି ପୂର୍ବତନ ସମିତି ସଭ୍ୟ (Samiti member) ଖିରେଶ୍ୱର ବିଶିଙ୍କର ବୋଲି ଜଣାପଡିଛି।
Also Read: କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ
ଖିରେଶ୍ୱର ଗତ ଶନିବାର ସନ୍ଧ୍ୟାରୁ ନିଖୋଜ ଥିବା ପରିବାର ପକ୍ଷରୁ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୁଅଁରୁ ତାଙ୍କ ମୃତଦେହ ଭାସୁଥିବା କିଛି ବ୍ୟକ୍ତି ଦେଖିଥିଲେ। ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତମାନ ଅସ୍ପଷ୍ଟ ରହିଛି। ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।