Weather Update: ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଲହରୀ, ଆଗକୁ ସ୍ଥିତି ସାଂଘାତିକ!
Advertisement
Article Detail0/zeeodisha/odisha1595905

Weather Update: ମାର୍ଚ୍ଚ ମାସରୁ ଗ୍ରୀଷ୍ମ ଲହରୀ, ଆଗକୁ ସ୍ଥିତି ସାଂଘାତିକ!

Weather Update: ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଅସମ୍ଭାଳ ହେଲାଣୀ ତାତି (Heat wave) । ଆଗକୁ ସ୍ଥିତି ସାଂଘାତିକ ହୋଇପାରେ। କାହିଁକିନା ଏବେ ଆକାଶରୁ ଖରା ନୁହେଁ ନିଆଁ ବର୍ଷା ହେଲା ପରି ଲାଗୁଛି (odisha Weather Update)। ଦିନ ୧୨ଟା ପରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ରାଜଧାନୀରେ ଅସହ୍ୟ ହେଲାଣି ତାତି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ । ଆଗକୁ ଅଧିକ ହୋଇପାରେ ତାପମାତ୍ରା । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଅସମ୍ଭାଳ ହେଲାଣୀ ତାତି (Heat wave) । ଆଗକୁ ସ୍ଥିତି ସାଂଘାତିକ ହୋଇପାରେ। କାହିଁକିନା ଏବେ ଆକାଶରୁ ଖରା ନୁହେଁ ନିଆଁ ବର୍ଷା ହେଲା ପରି ଲାଗୁଛି (odisha Weather Update)। ଦିନ ୧୨ଟା ପରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡୁଛି ।   ରାଜଧାନୀରେ ଅସହ୍ୟ ହେଲାଣି ତାତି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ । ଆଗକୁ ଅଧିକ ହୋଇପାରେ ତାପମାତ୍ରା । ମାର୍ଚ୍ଚରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ପୂର୍ବରୁ ଆକଳନ କରିଛି ପାଣିପାଗ ବିଭାଗ । ଫେବ୍ରୁଆରୀରେ ଶେଷ ସପ୍ତାହରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିଲା । ସେହିପରି ମେଘମୁକ୍ତ ଆକାଶ ଓ ଟାଣ ଖରା ଯୋଗୁଁ ମଧ୍ୟ ତାପମାତ୍ରା ବୃଦ୍ଧି ପାଉଛି। ଏହାସହ କାଳ ବୈଶାଖୀ ସମ୍ଭାବନା ମଧ୍ୟ ବତ୍ତର୍ମାନ ନ ଥିବାରୁ ଦିନର ତାପମାତ୍ରା ଯେତିକି ରହୁଛି ତାହାକୁ ନେଇ ଦିନ ବେଳା ଗରମ ଅନୁଭୁତ ହେଉଛି। କିଛି କିଛି ସ୍ଥାନରେ ଅପରାହ୍ନରେ ଝାଞ୍ଜି ପବନର ଅନୁଭୂତି ବି ହେଉଛି। ଅନ୍ୟପଟେ ସକାଳେ କୁହୁଡ଼ି ଓ ଖରାବେଳେ ତାତିକୁ ନେଇ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। ବିଶେଷକରି ଉପକୂଳ ଓଡିଶାରେ ସତର୍କ ଜାରି କରିଛି ପାଣିପାଗ ବିଭାଗ।

ଫଗୁଣ ଯାଇନି,ଆରମ୍ଭ ହେଲାଣି ବୈଶାଖ ମାସ ପରି ତାତି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଫଳରେ ଏ ବର୍ଷ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ବୋଲି ଆଇଏମଡି ନିଜ ରିପୋର୍ଟରେ ଦର୍ଶାଇଛି। ଅନ୍ୟପଟେ ଦୀର୍ଘ ଦିନ ହେବ ରାଜ୍ୟରେ ବର୍ଷା ହୋଇ ନ ଥିବାରୁ ତାତି ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି। ଜାନୁଆରୀ ଓ ଫେବ୍ରୁଆରୀରେ ଆଦୌ ବର୍ଷା ହୋଇନାହିଁ। ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେଣୁ ପରିସ୍ଥିତି ଜଟିଳ ହେବାକୁ ଯାଉଛି। 

Also Read : VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

Also Read : K.Deepika Controversy: ରାସ୍ତା ମଝିରେ ହାତାହାତି ହେଲେ କେ. ଦୀପିକା, ଭିଡ଼ିଓ ଭାଇରାଲ

Also Read : VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

Also Read : Medicine In Hot Water: ଗରମ ପାଣି ସହ ଔଷଧ ସେବନ କରିବା ଉଚିତ୍ କି ନୁହେଁ? ରିସର୍ଚ୍ଚରୁ ମିଳିଲା ଏଭଳି ତଥ୍ୟ