Advertisement
Article Detail0/zeeodisha/odisha860871
Zee OdishaZee Odisha Crimeସଦାନନ୍ଦକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଦିନ ଦିପ୍ରହରରେ କରିଥିଲା ଏପରି କାଣ୍ଡ

ସଦାନନ୍ଦକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ଦିନ ଦିପ୍ରହରରେ କରିଥିଲା ଏପରି କାଣ୍ଡ

ନାବାଳିକା ଦୁଷ୍କର୍ମ ମାମଲା (Minor Rape Case) ର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ (Phulbani POCSO court) ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୭୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। 

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: ୫ ବର୍ଷ ପରେ ନାବାଳିକା ପୀଡିତାଙ୍କୁ ମିଳିଲା ନ୍ୟାୟ। ୨୦୧୫ ବ୍ରାହ୍ମଣୀଗାଁ ଦୁଷ୍କର୍ମ ମାମଲାର ଦୋଷୀକୁ ମିଳିଛି ୧୦ ବର୍ଷ ସଶ୍ରମ କାରାଦଣ୍ଡ। ଶୁକ୍ରବାର ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଦଣ୍ଡାଦେଶ ଦେବା ସହ ଜରିମାନା ଲଗାଇଛନ୍ତି। 

ନାବାଳିକା ଦୁଷ୍କର୍ମ ମାମଲା (Minor Rape Case) ର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ (Phulbani POCSO court) ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୭୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନଦେୟ ହେଲେ ଅଧିକ ୬ ମାସ ଦଣ୍ଡ ଭୋଗିବାକୁ ରାୟରେ ଶୁଣାଇଛନ୍ତି। ବ୍ରାହ୍ମଣୀଗାଁ ଥାନା କେସ ନମ୍ବର ୪୯/୧୫ରେ ନାବାଳିକା ଦୁଷ୍କର୍ମ ମାମଲାର ପୀଡିତା ଓ ଅନ୍ୟ ସାକ୍ଷୀ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ‌କୋର୍ଟ ମାମଲାର ଶୁଣାଣୀ କରି ଏହି ରାୟ ଦେଇଛନ୍ତି।

Also Read: ସରକାରୀ ଅର୍ଥ ହଡ଼ପ କରିଥିବା ୨ ଶିକ୍ଷକଙ୍କୁ ୪ ବର୍ଷ ଜେଲ୍

Add Zee News as a Preferred Source

ସୂଚନା ପ୍ରକାରେ ଗତ ୨୦୧୫ ଜୁନ ୧୭ ତାରିଖ ମଧ୍ୟାହ୍ଣ ଗୋଟାଏରେ ନାବାଳିକା ଜଣଙ୍କ ଶୌଚ ହୋଇ ଫେରୁଥିବା ସମୟରେ ସଦାନନ୍ଦ ସିଂ ତାଙ୍କୁ ମୁହଁରେ ଗାମୁଛା ଦେଇ ଜବରଦସ୍ତ ଟାଣି ନେଇଥାଲା। ପରେ ତାଙ୍କୁ ଦୁଷ୍କର୍ମ (Rape Case) କରିଥିଲା। ନାବାଳିକା ଜଣଙ୍କ ଅଚେତ ହୋଇ ଯିବାରୁ ତାଙ୍କୁ ନବ ନିର୍ମାଣ ଘରେ ପକାଇଦେଇ ପଳାଇଗଲା। ଉଦ୍ଧାର ପରେ ନାବାଳିକା ଜଣଙ୍କ ସବୁକଥା କହିଥିଲେ। ତାପରେ ନାବାଳିକାଙ୍କ ବାପା ଥାନା (Brahamanigaon PS) ରେ ଲିଖିତ ଅଭିଯୋଗ କରିଥିଲେ।

About the Author