ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ, ୨ ପୁଅଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha874386

ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ, ୨ ପୁଅଙ୍କ ମୃତ୍ୟୁ

ଗୁରୁତର ଅବସ୍ଥାରେ ମାଆ ଓ ତିନି ଶିଶୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ପୁଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ, ୨ ପୁଅଙ୍କ ମୃତ୍ୟୁ

ସରୋଜ ବେହେରା, ଭୁବନେଶ୍ବର: ଚନ୍ଦକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ମାଆ ୩ ଛୁଆଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମାତ୍ରାଧିକ ବିଷକ୍ରିୟା ହେବା ପରେ ମହିଳାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅଢେଇ ବର୍ଷର ଝିଅ ମୃତ୍ୟୁ ସହ ଲଢେଇ କରୁଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ପୁଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

Also Read: ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

ସେପଟେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ (Capital Hospital) ପଠାଯାଇଛି । ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟ ବିଂଝାଗିରି ଗାଁ ନିକଟ ମୁଣ୍ଡା ସାହିରେ । ଚନ୍ଦକା ଥାନା ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ଦିନ ମଜୁରିଆ ହୋଇଥିବା ବେଳେ ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିସାରିଛି । 

Also Read: ରଙ୍ଗହୀନ ହେବ ହୋଲି: ଖେଳିଲେ ଗଣିବେ ଫାଇନ୍

ମହିଳା ଜଣକ ତାଙ୍କ ଛୁଆ ଓ ଦିଅରଙ୍କ ସହ ରହୁଥିଲେ । କେଉଁ କାରଣ ପାଇଁ ସେ ଆତ୍ମହତ୍ୟା (Suicide) କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଆର୍ଥିକ ଅନଟନ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Edited: Zee Odisha Desk