ଯୁବତୀଙ୍କୁ ଦୁଷ୍କର୍ମ ପରେ ଚୁଟି ଧରି ଦେଢ଼ଶହ ମିଟର ଘୋଷାଡ଼ି ନେଲେ ଦୁର୍ବୃତ
Advertisement
Article Detail0/zeeodisha/odisha1061846

ଯୁବତୀଙ୍କୁ ଦୁଷ୍କର୍ମ ପରେ ଚୁଟି ଧରି ଦେଢ଼ଶହ ମିଟର ଘୋଷାଡ଼ି ନେଲେ ଦୁର୍ବୃତ

ନୂଆବର୍ଷ ଆରମ୍ଭରୁ କୋରାପୁଟ ମାଟିରେ ରକ୍ତର ଛିଟା ପଡିଛି। ବୋରିଗୁମ୍ମା ବ୍ଲକ ଚିଲିଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଡିଜାଇନ୍ ଫଟୋ

କୋରାପୁଟ: ଗତ କିଛି ମାସ ହେବ କୋରୋପୁଟ ଜିଲ୍ଲାରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଜୟପୁର ଠାରେ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଅଭିଯୁକ୍ତଙ୍କୁ ସରକାର ସୁରକ୍ଷା ଦେଉଥିବା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ଅନ୍ୟପଟେ ନୂଆବର୍ଷ ଆରମ୍ଭରୁ କୋରାପୁଟ ମାଟିରେ ରକ୍ତର ଛିଟା ପଡିଛି। ବୋରିଗୁମ୍ମା ବ୍ଲକ ଚିଲିଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ଯୁବତୀ ଜଣକ ଚିଲିଗୁଡା ଗ୍ରାମର ୨୦ ବର୍ଷିୟା ସୁଭଦ୍ରା ଅମନାତ୍ୟ ବୋଲି ଜଣାପଡିଛି। ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ସୁଭଦ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇଥିବା ବେଳେ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ବିଭିନ୍ନ ସ୍ଥାନରେ ମୁଣ୍ଡର ଚୁଟି ବି ଉପୁଡିଯାଇଛି। ପ୍ରାୟ ୧୫୦ ମିଟିର ପର୍ଯ୍ୟନ୍ତ ଘୋଷଡି ନେବାର ଚିହ୍ନ ରହିଛି। ଏଗୁଡିକୁ ଦେଖି ସୁଭଦ୍ରାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି। 

Also Read: ଜୟପୁର ହାଜତ ମୃତ୍ୟୁ ମାମଲା: ଆକାଶଙ୍କ ଭଉଣୀ କଲେ ବଡ଼ ଖୁଲାସା

ଖବର ପାଇ ଘଟଣା ସ୍ଥଳରେ ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ, ଥାନାଧିକାରୀ ଖିରେଶ୍ଵର ସାହୁ, ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳକୁ ଧରି ତଦନ୍ତ ଆରମ୍ଭ କରିଛନ୍ତି। ପଡିଥିବା ରକ୍ତ ଓ ଚୁଟିକୁ ଯାଞ୍ଚ ପାଇଁ ସାଇଟିଫିକ ଦଳ ସଂଗ୍ରହ କରିଛି। ଘଟଣା ସ୍ଥଳରୁ ଗୋଟିଏ ମୋବାଇଲ ଜବତ କରାଯାଇଛି। ମୋବାଇଲକୁ ଆଧାର କରି ଅଭିଯୁକ୍ତ ନିକଟରେ   ପୋଲିସ ପହଞ୍ଚିବ ବୋଲି SDPO ହରେକୃଷ୍ଣ ମାଝି ସୂଚନା ଦେଇଛନ୍ତି।

fallback

ପ୍ରାଥମିକ ତଦନ୍ତରେ ସୁଭଦ୍ରା ଅମାନାତ୍ୟଙ୍କ ହତ୍ୟା ପ୍ରେମ ଜନିତ ବୋଲି ଅନୁମାନ କରାଯାଉଛି। ସୁଭଦ୍ରା ପ୍ରଥମେ ମୁଣ୍ଡାଗୁଡ଼ା ଗ୍ରାମରେ ବିବାହ କରିଥିଲେ। କିନ୍ତୁ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରମେ ସମ୍ପର୍କ ଥିବା ସନ୍ଦେହରେ ଗତ ଦୁଇ ବର୍ଷ ତଳେ ତାଙ୍କର ଛାଡପତ୍ର ହୋଇଥିଲା। ସ୍ୱାମୀଠୁ ଅଲଗା ହେବା ପରେ ସୁଭଦ୍ରା ନିଜ ମାଆ ଘରେ ରହୁଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ପ୍ରେମିକ ନାମରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ କରିଥିଲେ।

Also Read: କୋରାପୁଟର ଦେଶୀ ଡାକ୍ତର! ବିଜ୍ଞାନ ଯୁଗରେ ଚେରମୂଳି ବିଶ୍ୱାସ

ସୁଭଦ୍ରାଙ୍କ ଅଭିଯୋଗକୁ ଆଧାର କରି ପ୍ରେମିକକୁ ଗିରଫ କରାଯାଇ ଥିଲା। ଏବେ ସେ ଜେଲରେ ଅଛନ୍ତି। ଏହି କାରଣରୁ ହଁ ସୁଭଦ୍ରାଙ୍କୁ ତାଙ୍କର ପ୍ରେମିକର ସମ୍ପର୍କୀୟମାନେ ଏଭଳି ନିର୍ମମ ଭାବେ ହତ୍ୟାକରି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୁଭଦ୍ରାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚିଲିଗୁଡା ଗ୍ରାମବାସୀ ଦାବି କରିଛନ୍ତି। ତେବେ ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ୱଷ୍ଟ ହେବ ବୋଲି ବୋରିଗୁମ୍ମା ପୋଲିସ କହିଛି।

Also Read: ଜନତା କି ମାଲ, ଦରିଆ ମେ ଡାଲ୍! ମାଟିରେ ମିଶିବ ୧୨ କୋଟିର ମଡେଲ୍ କଲେଜ୍