ଲିଭିଗଲା ମୁମ୍ବାଇ 'ନିର୍ଭୟା'ର ଜୀବନ ଦୀପ; ୩୩ ଘଣ୍ଟା ଧରି ହସ୍ପିଟାଲରେ କରିଥିଲେ ମୃତ୍ୟୁ ସହ ସଂଗ୍ରାମ
Advertisement
Article Detail0/zeeodisha/odisha983931

ଲିଭିଗଲା ମୁମ୍ବାଇ 'ନିର୍ଭୟା'ର ଜୀବନ ଦୀପ; ୩୩ ଘଣ୍ଟା ଧରି ହସ୍ପିଟାଲରେ କରିଥିଲେ ମୃତ୍ୟୁ ସହ ସଂଗ୍ରାମ

ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ଝିଅକୁ ପ୍ରଥମେ ସାକିନାକାର ଏକ ଟେମ୍ପୋ ଭିତରେ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାକୁ ରଡ଼ ଦ୍ୱାରା ଆକ୍ରମଣ କରାଯାଇଥିଲା ।

 

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରର (Maharashtra) ମୁମ୍ବାଇରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଦେହାନ୍ତ (Mumbai Rape Victim Dies) ହୋଇଛି । ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ମୁମ୍ବାଇ ପୋଲିସ (Mumbai Police) ସନ୍ଦେହ କରୁଛି ଯେ ଅଭିଯୁକ୍ତ ମାନେ ପୀଡିତାଙ୍କ ପ୍ରାଇଭେଟ ପାର୍ଟରେ ରଡ଼ ଭର୍ତ୍ତି (Inserted Rod In Private Part) କରିଦେଇଥିଲେ ।

ମୁମ୍ବାଇରେ ଦୁଷ୍କର୍ମର ଶିକାର ହୋଇଥିବା ପିଡୀତଙ୍କ ମୃତ୍ୟୁ 

ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରାୟ ୩୩ ଘଣ୍ଟା ପରେ ପୀଡିତାଙ୍କର ମୃତ୍ୟୁ ଘଟିଛି । ପୀଡିତା ମୁମ୍ବାଇର ରାଜୱାଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ହାତରେ ଲାଗିଲା ଆଫଗାନିସ୍ତାନର ସିକ୍ରେଟ ଡାଟା? କାବୁଲରୁ ୩ ଟି ବିମାନରେ ଲଦି ନେଇଗଲା ISI

ଦୁଷ୍କର୍ମ ହେବାପରେ ପୀଡିତା ଭେଣ୍ଟିଲେଟରରେ ଥିଲେ
ପୀଡିତାଙ୍କ ମୃତ୍ୟୁ ପୂର୍ବରୁ ମୁମ୍ବାଇ ମେୟର କିଶୋରୀ ପେଡେଣକର କହିଥିଲେ ଯେ 'ମହିଳାଙ୍କ ଅବସ୍ଥା ଗୁରୁତର, ରକ୍ତ କମ୍ ଅଛି ଓ ପ୍ରାଇଭେଟ ପାର୍ଟ ବାହାରକୁ ବାହାରି ଆସିଛି । ବର୍ତ୍ତମାନ ମହିଳା ଭେଣ୍ଟିଲେଟରରେ ଅଛନ୍ତି । ଏହା ଏକ ଦୁଃଖଦ ଘଟଣା । ଦୁଇ ମିନିଟ୍ କିମ୍ବା ଦୁଇ ଘଣ୍ଟା କହିହେବ ନାହିଁ, ଡାକ୍ତରମାନେ ପ୍ରାଣପଣେ ତାଙ୍କୁ ଠିକ କରିବାକୁ ଚେଷ୍ଟା କରୁଛନ୍ତି ।'

ଅଧିକ ପଢ଼ନ୍ତୁ: Bengal Bypolls: ମମତା ବାନାର୍ଜୀଙ୍କ ପାଖରେ ରହିଛି ଏତିକି ସମ୍ପତ୍ତି, ନିର୍ବାଚନ ଆଫିଡେଭିଟରେ ହେଲା ଖୁଲାସା

ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି
ଅଭିଯୁକ୍ତ ମୋହନ ଚହ୍ୱାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୭୬, ୩୨୩ ଏବଂ ୫୦୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ତାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ।

ଏହି ଦୁଷ୍କର୍ମରେ ସାମିଲ ଥିବା ଅଭିଯୁକ୍ତଙ୍କ ଚେହେରା ମଧ୍ୟ ସିସିଟିଭି ଫୁଟେଜରେ ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କୁ ମୁମ୍ବାଇର ସାକିନାକା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଗୁରୁବାର ରାତିରେ ଏହି ଭିଡିଓକୁ କୁହାଯାଉଛି । ସାକିନାକା ଅଞ୍ଚଳର ସୁରକ୍ଷା କର୍ମୀମାନେ ଏହି ସୂଚନା ଦେଇଛନ୍ତି । ପୀଡିତା ରାତି ପ୍ରାୟ ୮ ଟାରେ ତାଙ୍କ ଭଉଣୀ ଘରକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ଭଲ ଖବର! କୃଷକଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା, ଜାଣନ୍ତୁ କେବେ ପାଇବେ ଏହାର ଲାଭ?

ଉଲ୍ଲେଖଯୋଗ୍ୟ, ଯେତେବେଳେ ପୀଡିତାଙ୍କୁ ହସ୍ପିଟାଲ ଅଣାଯାଇଥିଲା, ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ଡାକ୍ତରମାନେ ପୀଡିତାଙ୍କୁ ହସ୍ପିଟାଲରେ ମଧ୍ୟ ଅପରେସନ୍ କରିଥିଲେ କିନ୍ତୁ ତାଙ୍କ ଜୀବନ ରକ୍ଷା କରିପାରି ନଥିଲେ ।