ତିରିଶି ହଜାର ଭୁଲିଗଲା ସବୁ ପ୍ରେମ: ଟଙ୍କା ପାଇଁ ଝରାଫୁଲର ଜୀବନ ନେଲା ପ୍ରେମିକ
Advertisement

ତିରିଶି ହଜାର ଭୁଲିଗଲା ସବୁ ପ୍ରେମ: ଟଙ୍କା ପାଇଁ ଝରାଫୁଲର ଜୀବନ ନେଲା ପ୍ରେମିକ

ଝରାଫୁଲ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିନଥିଲା । ହେଲେ ଆଉ ଜଣେ ଅଭିଯୁକ୍ତ ଯାଜପୁର ଓ କମିଶନରେଟ ପୋଲିସ ଦ୍ୱାରା ଗିରଫ ହେବା ପରେ ସବୁ ସତ ଓଗାଳିଛି ।  

ତିରିଶି ହଜାର ଭୁଲିଗଲା ସବୁ ପ୍ରେମ: ଟଙ୍କା ପାଇଁ ଝରାଫୁଲର ଜୀବନ ନେଲା ପ୍ରେମିକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ମୟୂରଭଞ୍ଜର ଝିଅ ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି । ଘଟଣାରେ ତୃତୀୟ ଅଭିଯୁକ୍ତ ଥିବା ଶକ୍ତି ଫେରାରେ ଥିବା ବେଳେ ଝରାଫୁଲ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଓ ଜଣେ ସହଯୋଗୀକୁ ପ୍ରଥମେ ଗିରଫ କରିଥିଲା ପୋଲିସ । ହେଲେ ଝରାଫୁଲ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିନଥିଲା । ହେଲେ ଆଉ ଜଣେ ଅଭିଯୁକ୍ତ ଯାଜପୁର ଓ କମିଶନରେଟ ପୋଲିସ ଦ୍ୱାରା ଗିରଫ ହେବା ପରେ ସବୁ ସତ ଓଗାଳିଛି ।  

ଟଙ୍କା ନେଣଦେଣକୁ ନେଇ ଝରାଫୁଲକୁ ହତ୍ୟା  (Jharaphula murder case) କରାଯାଇଛି ବୋଲି ସ୍ୱୀକାର କରିଛି ଅଭିଯୁ୍କ୍ତ । ଗିରଫ ପରେ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ୱାଇଁର ସ୍ୱୀକାର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ପୁରୁଷ ବନ୍ଧୁ ରାକେଶ ମୃତା ଝରାଫୁଲ ଠାରୁ ଟଙ୍କା ନେଇଥିଲା । ପ୍ରାୟ ୩୦ହଜାର ଟଙ୍କା ନେଇଥିଲା ରାକେଶ ସ୍ୱାଇଁ। ବାରମ୍ୱାର ଧାର୍ ଦେଇଥିବା ଟଙ୍କା ମାଗିବାରୁ ରାକେଶ (Rakesh Swain) ହତ୍ୟା ଯୋଜନା ରଚିଥିଲା । ଟଙ୍କାଦେବା ବାହାନାରେ ଝରାଫୁଲକୁ ପାଖକୁ ଡାକି ଦେଖାକରିବାକୁ କହିଥିଲା ଅଭିଯୁକ୍ତ ରାକେଶ ।

Also Read: WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ

ପ୍ରଥମେ ଓୟୋ ହୋଟେଲ (OYO Hotel) କୁ ନେଇ ଝରାଫୁଲକୁ ଜବରଦସ୍ତି ମଦ ପିଆଇଥିଲା ଅଭିଯୁକ୍ତ ରାକେଶ । ପ୍ରଚୁର ମଦ ପିଆଇ ଅଣନିଃଶ୍ୱାସୀ କରି ହତ୍ୟା କରିଥିଲା ରାକେଶ । ଏ ଘଟଣାରେ ସବୁ ସତ ଅଭିଯୁକ୍ତ ଶକ୍ତି ସ୍ୱୀକାର କରିବା ପରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି (Jajpur sp)। ଏହି ସୁପରିକଳ୍ପିତ ହତ୍ୟାକାଣ୍ଡ ଜାନୁଆରୀ ୨୬  ତାରିଖରେ ଘଟିଥିଲା । ଭୁବନେଶ୍ୱରର ଏକ ଗେଷ୍ଟହାଉସରେ ଝରାଫୁଲଙ୍କ (Jharaphula) ର ମୃତ୍ୟୁ ହୋଇଥିଲା । ତା ପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶକ୍ତି  ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇ ଯାଇଥିଲେ। ଏକ ନିଛାଟିଆ ସ୍ଥାନ ଦେଖି ମୃତଦେହକୁ ଫୋପାଡି ଦେଇ ଚାଲି ଆସିଥିଲେ । 

Also Read: ଭିତରେ ଠାକୁର, ବାହାରେ ପୋଲିସ, ଭକ୍ତ ନିରାଶ

ହେଲେ ଏହାପରେ ରାକେଶ ଓ ଅନ୍ୟ ଜଣେ ସହଯୋଗୀ ଗିରଫ ହେବା ପରେ ଝରାଫୁଲର ମୃତ୍ୟୁ ଫୁଡ ପଏଜନିଂ (Food poisoning) ଦ୍ୱାରା ହୋଇଥିବା ନେଇ ବାରମ୍ବାର ଦୋହରାଇଥିଲେ ମଧ୍ୟ ପୋଲିସ କିନ୍ତୁ ଥିଲା ତୃତୀୟ ଅଭିଯୁକ୍ତର ସନ୍ଧାନରେ । ଆଜି ତୃତୀୟ ଅଭିଯୁକ୍ତ ଶକ୍ତି ଧରାପଡ଼ିବା ପରେ ଝରାଫୁଲ ମୃତ୍ୟୁର ରହସ୍ୟ (Jharaphula Murder Mystery) ଖୋଲିଯାଇଛି ।