WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ
Advertisement
Article Detail0/zeeodisha/odisha888648

WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ

ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ ଲାଗି ଚାଲିଛି ଭୋଟଗ୍ରହଣ।

WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଏପ୍ରିଲ ୨୨ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୪୩ ଆସନ ଲାଗି ହେଉଛି ମତଦାନ। ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମଧ୍ୟାନ୍ନ ସାଢେ ଗୋଟାଏ ପର୍ଯ୍ୟନ୍ତ ୫୭.୩୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଷଷ୍ଠ ପର୍ଯ୍ୟାୟ ରାଜ୍ୟର ୪ ଜିଲ୍ଲା ଯଥା ଉତ୍ତର ୨୪ ପ୍ରଗଣାର ୧୭, ନଦିଆର ୯, ଉତ୍ତର ଦିନାଜପୁରର ୯, ପୂର୍ବ ବର୍ଦ୍ଧମାନର ୮ ସିଟ ଏପରି ମୋଟ ୪୩ ଆସନରେ ଚାଲିଛି ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ୩୦୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା।  

Also Read: Assembly Election 2021: ୪ର୍ଥ ପର୍ଯ୍ୟାୟ ମତଦାନରେ ରକ୍ତରଞ୍ଜିତ ପଶ୍ଚିମବଙ୍ଗ

 

ମୋଟ ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଚଳିତ ଥର ୮ଟି ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଚଳିତ ବର୍ଷ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫ ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି। ସେହିପରି ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୪୩ ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଅନ୍ୟପଟେ ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। 

Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

 

ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩, ପଞ୍ଚମ ପର୍ଯ୍ୟାୟରେ ୮୨.୪୯ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। 

Also Read: Corona Alert: ନିର୍ବାଚନୀ ରାଲି ସମୟ ହ୍ରାସ କଲେ EC, ନୂଆ Guidelines ଜାରି

 

ଆସନ୍ତା ମେ ୧୩ ତାରିଖରେ ପଶ୍ଚିମବଙ୍ଗର ମୁ୍ର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ଜଙ୍ଗୀପୁର ଏବଂ ଶମଶେରଗଞ୍ଜ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। ଏହି ୨ ସିଟ ଲାଗି ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ହୋଇଥାନ୍ତ ମତଦାନ। ଏଥର ଶମଶେରଗଞ୍ଜ ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜାଉଲ ହକ ଏବଂ ଜଙ୍ଗୀପୁର ସିଟରୁ କଂଗ୍ରେସ-ବାମପନ୍ଥୀଙ୍କୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ମେଣ୍ଟର ପ୍ରାର୍ଥୀ ପ୍ରଦୀପ ନନ୍ଦୀଙ୍କ କୋରୋନା କାରଣରୁ ମୃତ୍ୟୁ ହେବାରୁ ଏହି ଆସନ ଦ୍ୱୟ ଲାଗି ଅନ୍ୟ ଏକ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି।