ଧିରେ ଧିରେ ଖୋଲିବାକୁ ଆରମ୍ଭ ହୋଇଛି ଏହି ମୃତ୍ୟୁ ଘଟଣାର ରହସ୍ୟ।
Trending Photos
ଭୁବନେଶ୍ୱର: ଶ୍ବାସ ରୁଦ୍ଧ ହେବାରୁ ଘଟିଛି ବିରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ। ପ୍ରାଥମିକ ଭାବେ ଏଭଳି କିଛି ରିପୋର୍ଟ ଦେଇଛନ୍ତି ପୋଷ୍ଟମର୍ଟମ କରିଥିବା ଏମ୍ସ ଡାକ୍ତର। ଦିନେ ଦୁଇ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ କମିଶନରେଟ ପୋଲିସ ହାତକୁ ଦିଆଯିବ। ଭିସେରା, ଡାଏଟମ, ବୋନ୍ ମ୍ୟାରୋ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ଏହା ସହ ମୃତକ ମନୀଷ କି ଖ୍ୟାଦ୍ୟ ଖାଇଥିଲେ ତାହାକୁ ନେଇ ମଧ୍ୟ ତର୍ଜମା କରୁଛନ୍ତି ଡାକ୍ତର।
ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏବେ ତାଙ୍କ ସହ ଥିବା ଦୁଇ ଯୁବକଙ୍କ ସମ୍ପୃକ୍ତିକୁ ନେଇ ଖୋଳତାଡ ଜୋରଦାର କରିଛି ପୋଲିସ। ଘଟଣା ଦିନ ମନୀଷଙ୍କ ସହ ଥିବା ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଅଟକ ରଖିବା ସହ ଗାଡି ଜବତ କରିଛି ପୋଲିସ। ଘଟଣା ଦିନେ ହୋଟେଲରେ ଥିବା ଅନ୍ୟ ଦୁଇ ଯୁବକ କେଉଁଠାକୁ ଫେରାର ହୋଇଛନ୍ତି ତାହାର ଖୋଳତାଡ କରିବାକୁ ଜିଲ୍ଲା ପାର ଯାଇ ଛାନଭିନ କରୁଛି ପୋଲିସ।
ଧିରେ ଧିରେ ଖୋଲିବାକୁ ଆରମ୍ଭ ହୋଇଛି ମନୀଷ ଅନୁରାଗ ମୃତ୍ୟୁ ରହସ୍ୟ। ଶ୍ବାସରୁଦ୍ଧ ଘଟି ମନୀଷଙ୍କ ମୃତ୍ୟୁ ଘଟିଥିବା ପ୍ରଥମିକ ପୋଷ୍ଟମର୍ଟମରୁ ଜାଣିବାକୁ ପାଇଛି ପୋଲିସ। ମୃତ୍ୟୁ ବେଳକୁ ମନୀଷଙ୍କ ପେଟରୁ ପୋଖରୀର ପାଣି ମିଳି ନଥିବାରୁ ବୁଡିବା ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। କେଉଁ କାରଣ ପାଇଁ ମନୀଷଙ୍କ ଶ୍ବାସରୁଦ୍ଧ ହୋଇଛି ତାହାକୁ ମଧ୍ୟ ତର୍ଜମା କରାଯାଉଛି। ଏନେଇ ଡାଏଟମ, ଭିସେରା, ବୋନ୍ ମ୍ୟାରୋ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ।
Also Read: ମନୀଷ ଅନୁରାଗ ମୃତ୍ୟୁ ଘଟଣା; ହତ୍ୟା ଅଭିଯୋଗ ଆଣିଲେ ବାପା
ହାଇଦ୍ରାବାଦରୁ ସମସ୍ତ ରିପୋର୍ଟ ଆସିବା ପରେ ପୂର୍ଣ୍ଣାଙ୍ଗ ରିପୋର୍ଟ କମିଶନରେଟ ପୋଲିସକୁ ଦିଆଯିବ ବୋଲି କହିଛନ୍ତି ଏମସ୍ ଡାକ୍ତର। ଖୋଳତାଡ ଯେତେ ବିଳମ୍ବ ହେଉଛି ସସପେନ୍ସ ସେତିକି ବଢିବାରେ ଲାଗିଛି। ଏଥିପାଇଁ ସମସ୍ତ ରିପୋର୍ଟକୁ ବର୍ତ୍ତମାନ ଅପେକ୍ଷା କରିଛି ପୋଲିସ।
ମନୀଷଙ୍କ ନିଖୋଜ ପରେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ହେଲେ ବିଳମ୍ବିତ ରାତି ଯାଏଁ ଯେଭଳି ଭାବେ ମନୀଷ ତାଙ୍କ ସାଙ୍ଗଙ୍କ ସହ ସମୟ ବିତାଇଥିଲେ ତାହାକୁ ନେଇ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତଦନ୍ତକାରୀ ଅଧିକାରୀ। ଏପରିକି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହେବା ପରେ ପୋଷ୍ଟମର୍ଟମକୁ ଅପେକ୍ଷା କରାଯାଉଛି। ଏପଟେ ମନୀଷଙ୍କ ସହ ଥିବା ଦୁଇ ଜଣ ଯୁବକଙ୍କୁ ଖୋଜିବା ସହ ତାଙ୍କ ସାଙ୍ଗର କାରକୁ ଜବତ କରିଛି ପୋଲିସ।
ଏ ଘଟଣାରେ ଜଡି଼ତ ଅଭିଯୁକ୍ତ ଜିଲ୍ଲା ପାର ଫେରାର ହୋଇଯାଇଥିବା ଖବର ପାଇ ସ୍ପେଶାଲ ସ୍କ୍ବାଡ ପୋଲିସ ଜିଲ୍ଲା ବାହରକୁ ଯାଇଛି। ଏହା ସହ ତାଙ୍କୁ ଭୁବନେଶ୍ବରରୁ ଫେରାର କରାଇଥିବା ଜଣେ ଯୁବକଙ୍କୁ ନେଇ ଜେରା ଚଳାଇଛି ପୋଲିସ। ଏବେ ମଧ୍ୟ ସସପେନ୍ସ ହୋଇ ରହିଛି ୩ଟା ୨୯ ମିନିଟରୁ ୪ଟା ୧୨ ମିନିଟ ମଧ୍ୟର ସମୟ ଏ ମଧ୍ୟରେ ମନୀଷ ଏକା ହୋଟେଲରୁ ବାହାରିଥିଲେ। ଏହି ଭିଜୁଆଲ ପାଇବା ପରେ କିଭଳି ସେ ଏକା ପୋଖରୀ ପାଖରେ ପହଞ୍ଚିଲେ ତାହାକୁ ନେଇ ସସପେନ୍ସ ବଢିବାରେ ଲାଗିଛି।
Also Read: ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ ଦେହ
ଘଟଣା ଦିନ ମନୀଷଙ୍କ ସହ କେତେ ଜଣ ଆସିଥିଲେ। ଆସିବା ପରେ ସେମାନେ କଣ କଣ ଖାଇଥିଲେ। କୌଣସି ପ୍ରକାର ନିଶା ସେବନ କରିଥିଲେ କି? ଏଭଳି ଅନେକ ପ୍ରଶ୍ନ ଏବେ ପୋଲିସ ସାମ୍ନାରେ ରହିଛି।