ଠକିନେଲେ ୧ କୋଟି ୧୭ ଲକ୍ଷ ଟଙ୍କା, RAW ଅଧିକାରୀ କହି, ଲଗାଉଥିଲେ ଚୂନ
Advertisement

ଠକିନେଲେ ୧ କୋଟି ୧୭ ଲକ୍ଷ ଟଙ୍କା, RAW ଅଧିକାରୀ କହି, ଲଗାଉଥିଲେ ଚୂନ

ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ନିଜକୁ ରିସର୍ଚ ଆଣ୍ଡ ଆନାଲିସିସ ୱିଙ୍ଗର କର୍ମଚାରୀ କହୁଥିବା ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟଜଣେ ମହିଳା ଫେରାର ଥିବା ଜଣାପଡିଛି । 

ଠକିନେଲେ ୧ କୋଟି ୧୭ ଲକ୍ଷ ଟଙ୍କା, RAW ଅଧିକାରୀ କହି, ଲଗାଉଥିଲେ ଚୂନ

ସରୋଜ ବେହେରା, ଭୁବନେଶ୍ୱର:  ନିଜକୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ “RAW” କର୍ମଚାରୀ କହି କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଏକ ଠକ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ ସ୍ୱାଇଁ ।  ସରକାରୀ କାର୍ଯ୍ୟାଳୟରୁ ୱାର୍କ ଅର୍ଡର କରାଇ ଦେବାକୁ କହି ଅଭିଯୁକ୍ତମାନେ ରାଷ୍ଟ୍ରୀୟ ଷ୍ଟେନଲେସ୍ ଷ୍ଟିଲ ମାଲିକଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୁନ ଲଗାଇଥିଲେ ଅଭିଯୁକ୍ତ । ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ନିଜକୁ ରିସର୍ଚ ଆଣ୍ଡ ଆନାଲିସିସ ୱିଙ୍ଗର କର୍ମଚାରୀ କହୁଥିବା ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟଜଣେ ମହିଳା ଫେରାର ଥିବା ଜଣାପଡିଛି । 

ନିଜ ପରିଚୟ ଦେଲେ ରିସର୍ଚ ଆଣ୍ଡ ଆନାଲିସିସ ୱିଙ୍ଗ “ର”ର କର୍ମଚାରୀ । ଓଡି଼ଶାରେ ବଡ ବଡିଆ ଅଧିକାରୀଙ୍କ ସହ ସମ୍ପର୍କ ଦେଖାଇ ୱାର୍କ ଅର୍ଡର କରାଇ ଦେବାକୁ କହି ଭୁତାଇଲେ । ଆଉ ଠକିନେଲେ ଏକ କୋଟି ୧୭ ଲକ୍ଷ ଟଙ୍କା । ଏଭଳି କିଛି ଅନ୍ଦାଜରେ ଚୁନ ଲଗାଇଲେ ସାତିର ଠକ। ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀର ବ୍ୟବସାୟୀ ମୁକେଶ ଜୈନ । ରାଷ୍ଟ୍ରିୟ ଷ୍ଟେଲନେସ ଷ୍ଟିଲ କମ୍ପାନୀ ମାଲିକଙ୍କୁ ଚୁନ ଲଗାଇଥିବା ଏଭଳି ଏକ ଗ୍ୟାଙ୍ଗର ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା(EOW) ।ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ ସ୍ୱାଇଁ। ଅଭିଯୋଗର ଦୀର୍ଘ ୩ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଇଓଡବ୍ଲ୍ୟୁ । 

Also Read:  ମିଳିଲା ଶିକ୍ଷା, ପାର୍ଟିରୁ ଦୂରେଇ ରହିବେ ମନ୍ନତ ପ୍ରିନ୍ସ ଆର୍ୟନ ଖାନ୍ !

ଅଭିଯୋଗକାରୀ ମୁକେଶ ଜୈନଙ୍କ କହିବା କଥା ୱାର୍କ ଅର୍ଡର ପାଇବା ପୂର୍ବରୁ ତାଙ୍କ କମ୍ପାନ ସହ ପିଡବ୍ଲ୍ୟୁଡିର (PWD) ଏକ ଏଗ୍ରିମେଣ୍ଟ ହୋଇଥିଲା । ଏଥିପାଇଁ ଟ୍ରେଜେରୀ ଅଫିସ ଆଗରେ ସୁର୍ଯ୍ୟମଣୀଙ୍କ ଜରିଆରେ ଜଣେ ମହିଳାଙ୍କୁ ୨୫ଲକ୍ଷ ଟଙ୍କା ଦେଇଥିଲେ । ସେହିଭଳି ନିଜକୁ ର’ ଅଧିକାରୀ କହିଥିବା ରାଜେଶ ଗେହଲଟଙ୍କ ସହ 'ର’ ଅଫିସକୁ ମଧ୍ୟ ୭ଥର , ଭୁବନେଶ୍ବର ନିର୍ମାଣ ସୌଧକୁ ମଧ୍ୟ ଏକାଧିକବାର ଯାଇଛନ୍ତି ।ଅନ୍ୟଜଣେ ଅଭିଯୁକ୍ତ ଅମିତ ସ୍ୱାଇଁ, ନିଜକୁ ପିଡବ୍ଲୁଡି ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ପରିଚୟ ଦେଇ ଭୁବନେଶ୍ୱର (Bhubaneswar) ସ୍ଥିତ କଳିଙ୍ଗନଗର ଥିବା ରାଷ୍ଟ୍ରୀୟ ଷ୍ଟେଲନେସ ଷ୍ଟିଲ ସଂସ୍ଥା ସହ  ପିଡବ୍ଲୁ କୁ ମିଶାଇବାକୁ କହିଥିଲେ ।  

Also Read: ବାପାଙ୍କ ଶବ ସାମ୍ନାରେ ମଡେଲ ଝିଅର Photo Pose; ରାଗିଗଲେ Fans

ପ୍ରଧାନମନ୍ତ୍ରୀ ଯୋଜନା (PM Scheme) ରେ କାମ ଦେବାକୁ କହି ମୁକେଶଙ୍କୁ ଭୁବନେଶ୍ୱର ଡାକିଥିଲେ । ଏତେ ପରେ ସନ୍ଦେହ ହେବାରୁ ମୁକେଶ ଆରଟିଆଇରେ ତଥ୍ୟ ମାଗିବା ପରେ ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ସୂର୍ଯ୍ୟମଣି ଓଡ଼ିଶାର କୌଣସି ଆଇ.ଏ.ଏସ ନୁହଁନ୍ତି କିମ୍ବା ସେ କୌଣସି ପୂର୍ତ୍ତ ବିଭାଗର ଅଧିକାରୀ ନୁହଁନ୍ତି।  ସବୁଠୁ ବଡ଼ କଥା ହେଲା, ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀର ମୋବାଇଲ ଫୋନ କୁ ଯାଂଚ କରିବା ପରେ ଅନେକ ଆଇଏଏସ, ଆଇପିଏସ ଓ ବ୍ୟୁରୋକ୍ରାଟଙ୍କ ନମ୍ବର ରହିଛି।  ଏହି ନମ୍ବର ଦେଖାଇ ସେ ଅଭିଯୋଗକାରୀ ଙ୍କ ବିଶ୍ୱାସ ଭାଜନ ହୋଇଥିଲା ।