ପାର୍ବଣ ବଜାରରେ ବିଷ! ନକଲି ମଦ କାରାବାରରେ ଦୁଇ ଭାଇ ଗିରଫ, ବାପା ଫେରାର
Advertisement
Article Detail0/zeeodisha/odisha1003823

ପାର୍ବଣ ବଜାରରେ ବିଷ! ନକଲି ମଦ କାରାବାରରେ ଦୁଇ ଭାଇ ଗିରଫ, ବାପା ଫେରାର

ନକଲି ମଦ ଅରୁଣାଚଳ ପ୍ରଦେଶ ଓ ଝାଡଖଣ୍ଡ (Jharkhand) ଅଞ୍ଚଳରୁ ଆସୁଥିବା ସୂଚନା ପାଇ ସେଠାରେ ନକଲି ମଦ ପ୍ରସ୍ତୁତ କରୁଥିବା ଦୁଇ ଭାଇ ଶିବ କୁମାର ସଁରା ଓ ସରୋଜ କୁମାର ସଁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଡିଜାଇନ୍ ଫଟୋ

ଝାରସୁଗୁଡ଼ା: ଦଶହରା ପୂର୍ବରୁ ଝାରସୁଗୁଡ଼ା ଅଂଚଳରେ ନକଲି ବିଦେଶୀ ମଦ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ପାର୍ବଣରେ ଲୋକଙ୍କୁ ଅସଲି କହି ନକଲି ମଦ ବିକ୍ରି କରି ବଡ଼ ମୁନାଫା କରିବାକୁ ସେମାନେ ଚେଷ୍ଟା ଚଳାଇଛନ୍ତି। ଏପରି ମଦ ବିକ୍ରି କରୁଥିବା ଦୁଇଜଣଙ୍କୁ ଶନିବାର ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ ଗିରଫ କରିଛି। ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଫେରାର ଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡର ଦାୟିତ୍ତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି।

ବ୍ରଜରାଜନଗର (Brajarajnagar) ତେଲେନପାଲି ନିକଟସ୍ଥ ଗଣେଶ ନଗର ଅଞ୍ଚଳରେ ନକଲି ମଦ କାରଖାନା ଚାଲୁଥିବା ସଂପର୍କରେ ଗୁଇନ୍ଦା ସୂଚନା ପାଇ ଶନିବାର ସକାଳୁ ସ୍ଥାନୀୟ ଅଧିକାରୀଙ୍କୁ ଅବଗତ ନ କରାଇ ସମ୍ବଲପୁର (Sambalpur) ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡର ଏକ ଟିମ୍ ଚଢ଼ାଉ କରିଥିଲା। ସେଠାରେ ଗଚ୍ଛିତ ଥିବା ଦୁଇ ଶହ ବୋତଲ ନାମି ବ୍ରାଣ୍ଡର ମଦ ସହିତ ଖାଲି ବୋତଲ, ଠିପି, ନକଲି ମଦର ଲେବୁଲ ଜବତ କରିଛି। 

Also Read: କନ୍ଧମାଳରେ ଚାଲିଛି ବାଘ ଚମଡା ରାକେଟ

ଏହି ନକଲି ମଦ ଅରୁଣାଚଳ ପ୍ରଦେଶ ଓ ଝାଡଖଣ୍ଡ (Jharkhand) ଅଞ୍ଚଳରୁ ଆସୁଥିବା ସୂଚନା ପାଇ ସେଠାରେ ନକଲି ମଦ ପ୍ରସ୍ତୁତ କରୁଥିବା ଦୁଇ ଭାଇ ଶିବ କୁମାର ସଁରା ଓ ସରୋଜ କୁମାର ସଁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଉଭୟଙ୍କ ବାପା ଫେରାର୍ ହୋଇଯାଇଥିଲେ। ନକଲି ମଦ (Duplicate Wine) କାରବାରର କିଙ୍ଗପିନ୍ ବିଷୟରେ ସୂଚନା ମିଳିଥିବା ଜଣାପଡିଛି। ସେମାନେ ଖୁବଶୀଘ୍ର ଧରାପଡିବେ ବୋଲି ଅବକାରୀ ଅଧିକାରୀ କହିଛନ୍ତି।