ସାଉଥ ସିଟିର ଭିତିରି ରହସ୍ୟ: ପଡ଼ିଛି ପୁଳା ପୁଳା ଟଙ୍କା , ବାହାରିଲା ପେଟି ପେଟି ମଦ
Advertisement

ସାଉଥ ସିଟିର ଭିତିରି ରହସ୍ୟ: ପଡ଼ିଛି ପୁଳା ପୁଳା ଟଙ୍କା , ବାହାରିଲା ପେଟି ପେଟି ମଦ

 ଜୀ ଓଡ଼ିଶାରେ ପ୍ରଥମେ ଏହି ଖବର ପ୍ରସାରଣ ହେବା ପରେ, ଭୁବନେଶ୍ୱର ଡିସିପି ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନଙ୍କୁ ନିଲମ୍ବିତ କରିଛନ୍ତି ଡିସିପି । 

ସାଉଥ ସିଟିର ଭିତିରି ରହସ୍ୟ: ପଡ଼ିଛି ପୁଳା ପୁଳା ଟଙ୍କା , ବାହାରିଲା ପେଟି ପେଟି ମଦ

ସରୋଜ ମହାନ୍ତି,ଭୁବନେଶ୍ୱର: ତମାଣ୍ଡୋରେ ଥିବା ହୋଟେଲ ସାଉଥ ସିଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମନୀଷ ହତ୍ୟା ଘଟଣା ପର ଠାରୁ ପ୍ରତ୍ୟେକ ଦିନ ଜୀ ଓଡ଼ିଶା, ହୋଟେଲ ସାଉଥ ସିଟି ନେଇ ଅନେକ ଅନୁସନ୍ଧାନ କରିଥିଲା । ହୋଟେଲ ଭିତରେ କଣ ସବୁ ଚାଲିଥିଲା, ତାହା ପ୍ରଥମେ ଦେଖାଇଥିଲା ଜୀ ଓଡ଼ିଶା । ଆଉ ଶେଷରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ନିୟମ ଭାଙ୍ଗି ମଦ ଆସର ଜମାଇଥିବା କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତମାଣ୍ଡୋ ଥାନା IICଙ୍କୁ ବଦଳି କରିଦିଆଯାଇଛି ।    

ଭୁବନେଶ୍ୱରର ସେହି ହୋଟେଲ ସାଉଥ ସିଟି, ଯେଉଁଠୁ ଆରମ୍ଭ ହୋଇଥିଲା ମନୀଷ ମୃତ୍ୟୁ ହତ୍ୟା ମାମଲାର ଖୋଳତାଡ଼ । ଏ ହେଉଛି ସେହି ସ୍ଥାନ, ଯେଉଁଠି କୋରୋନା କଟକଣା ନିୟମ ଭାଙ୍ଗି ଚାଲିଥିଲା ନାଚ ଓ ମଦର ଆସର । ହୋଟେଲ ତ ନିୟମ ଭାଙ୍ଗିଥିଲା, ହେଲେ ନିୟମ ଭାଙ୍ଗିଥିଲେ ଖୋଦ୍ ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରା । ଜୀ ଓଡ଼ିଶାରେ ପ୍ରଥମେ ଏହି ଖବର ପ୍ରସାରଣ ହେବା ପରେ, ଭୁବନେଶ୍ୱର ଡିସିପି ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନଙ୍କୁ ନିଲମ୍ବିତ କରିଛନ୍ତି ଡିସିପି । 

Also Read: T20 World Cup ରୁ David Warner ଙ୍କୁ ଆଉଟ କରିବାକୁ ପ୍ରସ୍ତୁତି କରୁଛି ଅଷ୍ଟ୍ରେଲିଆ !

କେବଳ ଏତିକି ନୁହେଁ, ସେପ୍ଟେମ୍ବର ମାସରୁ ଲାଇସେନ୍ସ ଶେଷ ହୋଇଯାଇଥିବା ଏହି ବାର୍ ରେ ଏଭଳି କାଣ୍ଡ ଚାଲିଥିଲା, ଯାହାକୁ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ୍ ହୋଇଯିବ । ଯେଉଁଠି ଦେଖିବେ, ପୁଳା ପୁଳା ଟଙ୍କା ପଡ଼ିଛି । ଉଦଣ୍ଡ ନୃତ୍ୟ ସହ ଉଡ଼ୁଥିଲା ଏହି ଟଙ୍କା । ଚିକିମିକି ଲାଇଟ୍ ଭିତରେ ପୋଲିସ କନଷ୍ଟେବଳଙ୍କ ଠାରୁ ବଡ଼ ବଡ଼ିଆ ହେଉଥିଲେ ମତୁଆଲା । ଆଉ ସବୁ କିଛି ଜାଣି ତମାଣ୍ଡୋ ଆଇଆଇସି ପ୍ରମୋଦ ପଟ୍ଟନାୟକ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଶେଷରେ ଥାନାଧିକାରୀଙ୍କୁ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଅନ୍ୟପଟେ ବାର୍ ମାଲିକ ଥାନାରେ ଅଟକ ରହିଛନ୍ତି । ହୋଟେଲକୁ ସିଲ କରିବା ସହ ସମସ୍ତ ସାମଗ୍ରୀକୁ ସିଜ୍ କରିଛି । 

Also Read: ଭାରତର 'COVAXIN' କୁ କାହିଁକି ମିଳୁନି ମଞ୍ଜୁରୀ, WHO ଦେଲା ଏହି ଜବାବ

ମନୀଷ ହତ୍ୟା ଘଟଣା ପରେ ପ୍ରଥମ ଥର ପାଇଁ ଜୀ ଓଡ଼ିଶା, ହୋଟେଲ ସାଉଥ ସିଟିର ଭିତିରି ରହସ୍ୟର ପର୍ଦ୍ଦାଫାଶ କରିଥିଲା । ପୋଲିସ ନାକ ତଳେ କିପରି ଚାଲିଥିଲା ଏ ସବୁ କାଣ୍ଡ, ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରଛି ।