ଅନୁଭବ କହିଲେ 'Privacy ରହୁନି'
Advertisement

ଅନୁଭବ କହିଲେ 'Privacy ରହୁନି'

ଦୀର୍ଘଦିନ ଧରି ଏହି ସେଲିବ୍ରିଟି ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଲାଗିରହିଛି। ବିବାଦ କୋର୍ଟରୁ ଆରମ୍ଭ କରି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି । କେବଳ ଏହି ଦମ୍ପତ୍ତି ନୁହଁନ୍ତି ପରିବାର ମଧ୍ୟ ଏହି ବିବାଦରେ ଛନ୍ଦି ହୋଇଛନ୍ତି । 

ଅନୁଭବ କହିଲେ 'Privacy ରହୁନି'

ଜଗନ୍ନାଥ ପାତ୍ର, କଟକ:  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ମଧ୍ୟରେ କୁହୁଳିଥିବା ବିବାଦ କାହାକୁ ବା ଅଛପା । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ମୁଣ୍ଡ ଟେକିଛି ଏକ ନୂଆ କଥା ସହ ନୂଆ ବିବାଦ । ବର୍ଷା ପ୍ରିୟର୍ଶିନୀଙ୍କ ବିରୋଧରେ ସ୍ବାମୀ ଅନୁଭବ ମହାନ୍ତିଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି । 

ବର୍ଷା ପ୍ରିୟଦର୍ଶିନୀଙ୍କୁ ଭେଟିବା ପାଇଁ ନନ୍ଦିସାହି ସ୍ଥିତ ଘରେ ବିଭିନ୍ନ ପ୍ରକାରର ଲୋକ ଯିବା ଆସିବା କରୁଥିବା କାରଣରୁ ଏହି ଏତଲା ଦିଆଯାଇଥିବା ନେଇ ସୂଚନା ରହିଛି । ଲୋକଙ୍କ ଯିବା ଆସିବା କାରଣରୁ ଘରେ ପ୍ରାଇଭେସି ରହୁନଥିବା ର ଅଭିଯୋଗ ଆଣିଛନ୍ତି ଅନୁଭବ ମହାନ୍ତି। ଏତଲା ନେଇ କମିଶନରେଟ ପୋଲିସ ( Commissionerate Police) ପକ୍ଷରୁ ସୂଚନା ମିଳିଛି । ପାରିବାରିକ କଳହରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସବୁ ଆଡ଼ୁ ଚେଷ୍ଟା ଜାରି ରହିଥିଲେ ସୁଦ୍ଧା କିଛି ନା କିଛି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହେଉଛନ୍ତି । ଦୀର୍ଘଦିନ ଧରି ଏହି ସେଲିବ୍ରିଟି ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଲାଗିରହିଛି। ବିବାଦ କୋର୍ଟରୁ ଆରମ୍ଭ କରି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି । କେବଳ ଏହି ଦମ୍ପତ୍ତି ନୁହଁନ୍ତି ପରିବାର ମଧ୍ୟ ଏହି ବିବାଦରେ ଛନ୍ଦି ହୋଇଛନ୍ତି । 

Also Read: ମଥାରେ ଦେଇ ସିନ୍ଦୂର ଯୁବତୀଙ୍କୁ ଠକୁଥିଲା ବିଲଡର୍

ସୂଚନାଯୋଗ୍ୟ, ପାରିବାରିକ ହିଂସାକୁ ନେଇ ଅଭିନେତ୍ରୀ ବର୍ଷା କଟକ SDJM କୋର୍ଟରେ ପିଟିସନ ଦାଖଲ କରିଥିବା ବେଳେ ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଉଭୟଙ୍କ ମାମଲା ଏବେ କୋର୍ଟରେ ବିଚରାଧିନ ଅଛି। ହେଲେ ଇତି ମଧ୍ୟରେ ତାଙ୍କ ଭିତରେ ଅନେକ ଘଟଣା ଘଟିଗଲାଣି। ଦିନ ଥିଲା ଅନୁଭବ (Anubhav Mohanty) ଓ ବର୍ଷାଙ୍କୁ ଓଲିଉଡ (ollywood) କ୍ୟୁଟ ଏବଂ ସଫଳ ଯୋଡି ବୋଲି କୁହାଯାଉଥିଲା। 

Also Read: PM Kisan Yojana: ଆସିବାକୁ ଯାଉଛି ନବମ କିସ୍ତି, ଏହିପରି ଚେକ୍ କରନ୍ତୁ କିସ୍ତି Status

କିନ୍ତୁ ଏବେ ସେହି ସମ୍ପର୍କରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଏକାଠି ଅନେକ ଫିଲ୍ମରେ କାମ କରିବା ପରେ ଅନୁଭବ ଓ ବର୍ଷା (Varsha Priyadarshini) ଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଥିଲା। ଯାହା ପରବର୍ତ୍ତି ସମୟରେ ପ୍ରେମ ଓ ପରେ ବିବାହ ବେଦି ପର୍ଯନ୍ତ ଯାଇଥିଲା। ଉଭୟେ ଅଗ୍ନିକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ବିବାହ କଲେ। ହେଲେ ଏବେ ସବୁ ଓଲଟପାଲଟ ।